ETV Bharat / state

ବେସରକାରୀ କଲେଜକୁ ଅନୁଦାନ ପ୍ରସଙ୍ଗ, ବିରୋଧ ପରେ ଚିଠି ପ୍ରତ୍ୟାହାର କଲା ଉଚ୍ଚଶିକ୍ଷା ବିଭାଗ - ଗ୍ରାଣ୍ଟ ଇନ ଏଡ୍ ନୀତିକୁ ବିରୋଧ

ବେସରକାରୀ ମହାବିଦ୍ୟାଳୟକୁ ଅନୁଦାନ ପ୍ରସଙ୍ଗ । କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘର ବିରୋଧ ପରେ ଚିଠି ପ୍ରତ୍ୟାହାର କଲା ଉଚ୍ଚଶିକ୍ଷା ବିଭାଗ । ଅଧିକ ପଢନ୍ତୁ

ଉଚ୍ଚଶିକ୍ଷା ବିଭାଗର ନୂଆ ଅନୁଦାନ ଚିଠି ପ୍ରତ୍ୟାହୃତ

author img

By

Published : Jun 30, 2023, 9:15 AM IST

ଭୁବନେଶ୍ବର: ୨୦୦୮ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ଅଣ-ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ ପ୍ରକ୍ରିୟା ଅଟକିଛି । ଓଡ଼ିଶା ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘର ଜୋରଦାର ବିରୋଧ ପରେ ଗତ ୨୪ ତାରିଖରେ ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଜାରି ହୋଇଥିବା ଚିଠି ପ୍ରତ୍ୟାହୃତ ହୋଇଛି । ୨୦୦୮ ଜୁନ ୧ ତାରିଖରୁ ୨୦୧୩ ନଭେମ୍ବର ୩୦ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ମହାବିଦ୍ୟାଳୟ ଏବଂ ଏଥିରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ବିଭାଗ ପକ୍ଷରୁ ମଗାଯାଇଥିଲା । ଏସବୁ କଲେଜକୁ ସରକାରୀ ମାନ୍ୟତା ଓ ଦରମା ଦେବା ପାଇଁ ନୂଆ ଗ୍ରାଣ୍ଟ-ଇନ୍-ଏଡ୍ ନୀତି ଆସିବ ବୋଲି କୁହାଯାଇଥିଲା । ଏହି ଚିଠିକୁ ନେଇ ବିବାଦ ଦେଖାଦେଇଥିଲା ।

କେତେକ ଅଧ୍ୟାପକ ଓ କର୍ମଚାରୀ ଏହାକୁ ସ୍ବାଗତ କରିଥିବା ବେଳେ ଆଉ କିଛି ବିରୋଧ କରିଥିଲେ । ଉକ୍ତ ଚିଠିିକୁ ପ୍ରତ୍ୟାହାର ଦାବିରେ ଗତ ୨୭ ତାରିଖରେ ଓଡ଼ିଶା ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଭୁବନେଶ୍ବର ଲୋୟର ପିଏମଜିରେ ବଡ଼ ଧରଣର ଆନ୍ଦୋଳନ ହୋଇଥିଲା । ୨୦୦୮ରୁ ୨୦୧୮ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ମହାବିଦ୍ୟାଳୟ ଏବଂ ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ନେଇ ସେମାନଙ୍କୁ ଅନୁଦାନ ଦେବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସଂଘ ଦାବି କରିଥିଲା । ଏହାପରେ ଉକ୍ତ ଅନୁଦାନ ଚିଠିକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି ।

ଏହାମଧ୍ୟ ପଢନ୍ତୁ: ଉଚ୍ଚଶିକ୍ଷା ବିଭାଗର ନୂଆ ଅନୁଦାନ ଚିଠିକୁ ବିରୋଧ, ପ୍ରତ୍ୟାହାର ନହେଲେ ଆନ୍ଦୋଳନ

ସୂଚନା ଅନୁଯାୟୀ, ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ବାରମ୍ବାର ଦାବି ଜଣାଇବା ପରେ ମଧ୍ୟ ସରକାର କର୍ଣ୍ଣପାତ କରିନଥିଲେ । ସରକାର ନଶୁଣିବାରୁ ଗତ ୨୭ ତାରିଖରେ ଅଧ୍ୟାପକମାନେ ୧୪୪ ଧାରା ଉଲ୍ଲଘଂନ କରି ବିଧାନସଭା ଆଡକୁ ମାଡ଼ି ଯାଇଥିଲେ । ତୀବ୍ର ବିରୋଧ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଚିଠିକୁ ପ୍ରତ୍ୟାହାର କରାଯାଇଥିବା ଜଣାପଡିଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ଉପରୋକ୍ତ ଦାବି ନେଇ ଦୀର୍ଘ ୪୦୦ ଦିନ ହେଲା ଲୋୟର ପିଏମଜିରେ ଆନ୍ଦୋଳନ ଜାରି ରହିଥିଲା । ବିଭିନ୍ନ ସମୟରେ ଆନ୍ଦୋଳନ, ଧାରଣା, ଶୋଭାଯାତ୍ରା ଓ ବିକ୍ଷୋଭ ଆଦି ମାଧ୍ୟମ‌ରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ମିଲେଟର ପ୍ରଚାର ପ୍ରସାର ପାଇଁ ନଭେମ୍ବର ୧୦ରେ ଅନ୍ତର୍ଜାତୀୟ ସମ୍ମିଳନୀ: କୃଷି ସଚିବ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.