ETV Bharat / state

ଉଚ୍ଚ ଶିକ୍ଷାନୁଷ୍ଠାନର ସୋସିଆଲ ମିଡିଆ ହେଉନାହିଁ ଅପଡେଟ, ୬ ତାରିଖ ସୁଦ୍ଧା ବ୍ୟବହାର କରିବାକୁ ନିର୍ଦ୍ଦେଶ - ଉଚ୍ଚ ଶିକ୍ଷାନୁଷ୍ଠାନ ସୋସିଆଲ ମିଡିଆ ଅପଡେଟ କରୁନାହାନ୍ତି

ରାଜ୍ୟରେ ଅଧିକାଂଶ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ସୋସିଆଲ ମିଡିଆ ଅପଡେଟ ନଥିବାରୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଜାଣିବାରେ ଛାତ୍ରଛାତ୍ରୀ ବିଫଳ ହେଉଛନ୍ତି । ଏନେଇ ଆସନ୍ତା ୬ ତାରିଖ ସୁଦ୍ଧା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ସୋସିଆଲ ମିଡିଆକୁ ଅପଡେଟ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଅଧିକ ପଢ଼ନ୍ତୁ

୬ ତାରିଖ ସୁଦ୍ଧା ସୋସିଆଲ ମିଡିଆ ଅପଡେଟ କରିବାକୁ ନିର୍ଦ୍ଦେଶ

author img

By

Published : Apr 1, 2023, 4:23 PM IST

ଭୁବନେଶ୍ବର: ଉଚ୍ଚ ଶିକ୍ଷାନୁଷ୍ଠାନର ସୋସିଆଲ ମିଡିଆ ସାଇଟ୍ ଅପଡେଟ ହେଉନାହିଁ । ରାଜ୍ୟରେ ଅଧିକାଂଶ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ସୋସିଆଲ ମିଡିଆରେ ଅପଡେଟ ନଥିବା ଜଣା ପଡ଼ିଛି । ଏହାଦ୍ବାରା ଅନେକ ତଥ୍ୟ ବା ସୂଚନା ଜାଣିବାରେ ଛାତ୍ରଛାତ୍ରୀ ବିଫଳ ହେଉଛନ୍ତି । ତେଣୁ ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ସୋସିଆଲ ମିଡିଆକୁ ଅପଡେଟ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

୬ ତାରିଖ ସୁଦ୍ଧା ସୋସିଆଲ ମିଡିଆ ଅପଡେଟ କରିବାକୁ ନିର୍ଦ୍ଦେଶ
୬ ତାରିଖ ସୁଦ୍ଧା ସୋସିଆଲ ମିଡିଆ ଅପଡେଟ କରିବାକୁ ନିର୍ଦ୍ଦେଶ

ତେବେ ରାଜ୍ୟରେ ଅଧିକାଂଶ ଉଚ୍ଚ ଶିକ୍ଷାନୁଷ୍ଠାନ ସୋସିଆଲ ମିଡିଆ ଅପଡେଟ କରୁନାହାନ୍ତି । ଏନେଇ ଅନେକ ସମୟରେ ଅନେକ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଅନେକ ଶିକ୍ଷାନୁଷ୍ଠାନରେ କୌଣସି ସୋସିଆଲ ମିଡିଆ ଆକାଉଣ୍ଟ୍ ମଧ୍ୟ ନାହିଁ । ସୋସିଆଲ ମିଡିଆ କେବଳ ଏହି ଅନୁଷ୍ଠାନ ଗୁଡ଼ିକର ସମସ୍ତ ହିତାଧିକାରୀଙ୍କୁ ଶୀଘ୍ର ସୂଚନା ପ୍ରଦାନ କରିବାରେ ସାହାଯ୍ୟ କରେ ନାହିଁ, ବରଂ ସରକାରଙ୍କ ସ୍ବଚ୍ଛତାର ଏକ ଅଂଶ ଭାବରେ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ଯୋଗାଯୋଗର ମାଧ୍ୟମ ଭାବରେ ମଧ୍ୟ କାର୍ଯ୍ୟ କରିଥାଏ ସୋସିଆଲ ମିଡିଆ । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳୁଛି ଯେ, ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହୋଇନାହିଁ । ଏହି ଘଟଣାରେ ଟ୍ବିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ସମସ୍ତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଗୁଡ଼ିକ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନିୟମିତ ଭାବରେ କଲେଜର ସୂଚନା ଅପଡେଟ୍ କରିବାକୁ ଅନୁରୋଧ କରିଛି ବିଭାଗ ।

କେବଳ ଶିକ୍ଷା ସମ୍ବନ୍ଧୀୟ ସରକାରୀ ଯୋଜନା, ଛାତ୍ର-ସମ୍ପ୍ରଦାୟ ତଥା ଅନ୍ୟ ସମସ୍ତ ହିତାଧିକାରୀଙ୍କ ପାଇଁ ଏହା ଏକ ମାଧ୍ୟମ ଭାବରେ ବ୍ୟବହୃତ ହୋଇପାରିବ । ଯଦି ସୋସିଆଲ ମିଡିଆରେ ଆକ୍ଟିଭ ରହି ପ୍ରତିଟି ମୁହୂର୍ତ୍ତରେ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବେ, ତେବେ ପିଲାଙ୍କ ପାଖକୁ ସୂଚନା ମିଳିବାରେ ବିଳମ୍ବ ହୁଅନ୍ତା ନାହିଁ । ତେଣୁ ଏପ୍ରିଲ୍ ୬ ତାରିଖ ସୁଦ୍ଧା ସକରାତ୍ମକ ଭାବରେ ଶିକ୍ଷାନୁଷ୍ଠାନର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ, ଅନେକ ସମୟରେ କଲେଜର କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଅନେକ ପିଲାଙ୍କ ପାଖରେ ସଠିକ ଭାବରେ ପହଞ୍ଚିବା କଷ୍ଟକର ହୋଇପଡିଛି । ଛାତ୍ରବୃତ୍ତି ଭଳି ପରୀକ୍ଷା ବା କଲେଜର ନିଜସ୍ଵ ସୂଚନା ପ୍ରଦାନ କରାଯାଉନାହିଁ । ତେଣୁ ଆଗାମୀ ଦିନରେ ଯେଭଳି ସମସ୍ତ କଲେଜ ଏବଂ ବିଶ୍ଵବିଦ୍ୟାଳୟଗୁଡ଼ିକୁ ସୋସିଆଲ ମିଡିଆରେ ଆକ୍ଟିଭ୍ ରଖାଯିବ, ସେନେଇ ସମସ୍ତ ସରକାରୀ, ବେସରକାରୀ ତଥ୍ୟ ସରକାରୀ ଅନୁଦାନପ୍ରାପ୍ତ କଲେଜର ପ୍ରିନ୍ସିପାଲ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ବିଶ୍ଵବିଦ୍ୟାଳୟର ରେଜିଷ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.