ETV Bharat / state

ଗୋପାଳ ପାଇଁ ହାଇ ସିକ୍ୟୁରିଟି ବ୍ୟବସ୍ଥା, ଚୌଦ୍ବାର ଜେଲରେ ରହିବ ୨୪ଘଣ୍ଟିଆ CCTV - ଗୋପାଳକୁ ସ୍ବତନ୍ତ୍ର ସର୍ବେକ୍ଷଣରେ ରଖାଯିବ

ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସକୁ ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡ଼ା ସବ୍‌ଜେଲରୁ କଟକ ଚୌଦ୍ବାର ଜେଲକୁ ସ୍ଥାନାନ୍ତର କରାଯାଇଛି । ଏଥିପାଇଁ ଚୌଦ୍ବାର ଜେଲରେ ଜେଲରେ ୨୪ ଘଣ୍ଟିଆ ସିସିଟିଭି ବ୍ୟବସ୍ଥା କରାଯିବା ସହ ଗୋପାଳକୁ ସ୍ବତନ୍ତ୍ର ସର୍ବେକ୍ଷଣରେ ରଖାଯିବ ବୋଲି ସୂଚନା ଦେଇଛନ୍ତି ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର । ଅଧିକ ପଢ଼ନ୍ତୁ

ଚୌଦ୍ବାର ଜେଲରେ ଗୋପାଳ ପାଇଁ ହାଇ ସିକ୍ୟୁରିଟି ବ୍ୟବସ୍ଥା

author img

By

Published : Feb 14, 2023, 4:18 PM IST

ଚୌଦ୍ବାର ଜେଲରେ ଗୋପାଳ ପାଇଁ ହାଇ ସିକ୍ୟୁରିଟି ବ୍ୟବସ୍ଥା

ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସ ପାଇଁ ହାଇ ସିକ୍ୟୁରିଟି ବ୍ୟବସ୍ଥା । କଟକ ଚୌଦ୍ବାର ଜେଲରେ ହାଇ ସିକ୍ୟୁରିଟି ରୁମରେ ରହିବ ଗୋପାଳ । ଏଥିପାଇଁ ଜେଲରେ ୨୪ ଘଣ୍ଟିଆ ସିସି କ୍ୟାମେରା ମନିଟର କରାଯିବ । ତାର ସ୍ବାସ୍ଥ୍ୟଗତ ସମସ୍ୟା ଓ ସୁରକ୍ଷା ପାଇଁ ଜେଲ ମାନୁଆଲ ଅନୁସାରେ ସ୍ବତନ୍ତ୍ର ସୁବିଧା ମଧ୍ୟ କରାଯିବ ।

ଜଣେ ହାଇପ୍ରୋଫାଇଲ ହତ୍ୟାକାଣ୍ଡର ଅଭିଯୁକ୍ତ ଭାବରେ ଗୋପାଳକୁ ସ୍ବତନ୍ତ୍ର ସର୍ବେକ୍ଷଣରେ ରଖାଯିବ । ଏଥିପାଇଁ ଚୌଦ୍ବାର ଜେଲ ସୁପରିଟେଣ୍ଡ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି । ଏନେଇ ଜେଲ ବିଭାଗ ପକ୍ଷରୁ ଆଲୋଚନା କରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ । ଯେହେତୁ ଝାରସୁଗୁଡ଼ା କୋର୍ଟରେ କେସ ରହିଛି, ତେଣୁ ୧୪ ଦିନରେ ଥରେ‌ କୋର୍ଟରେ ହାଜର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡିଲେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମଧ୍ୟ ହାଜର କରାଯାଇପାରିବ । ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାରେ ରହିବ ଗୋପାଳ ଦାସ । ଏନେଇ ସମସ୍ତ ପ୍ରକାର ସୁରକ୍ଷା ଓ ସ୍ବାସ୍ଥ୍ୟଗତ ସୁବିଧା ପାଇଁ ବ୍ୟବସ୍ଥା ରହିବ ବୋଲି ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ପୂର୍ବରୁ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲରେ ମୃତ୍ୟୁ ପରେ ଜେଲ ବିଭାଗକୁ ଏକ ଭୟ ଘାରିଥିଲା । ଯାହାକୁ ନେଇ ଜେଲ ବିଭାଗକୁ ଗୋପାଳ ଦାସର ସୁରକ୍ଷା ଚିନ୍ତା ରହିଥିଲା‌ । ଏନେଇ ଗୋପାଳର ସୁରକ୍ଷା ଓ ସ୍ବାସ୍ଥ୍ୟ ଦୃଷ୍ଟିରୁ ଝାରସୁଗୁଡ଼ା ଜେଲ ସୁପରିଟେଣ୍ଡ କୋର୍ଟଙ୍କୁ ଜଣାଇଥିଲେ । ଅନ୍ୟପଟେ ଜେଲ ବିଭାଗ ଡିଜି ମନୋଜ ଛାବ୍ରା କହିଛନ୍ତି, "ଝାରସୁଗୁଡ଼ା ନବ ଦାସଙ୍କ ଅଞ୍ଚଳ ହୋଇଥିବାରୁ ସେଠାରେ ନିଜକୁ ଅସୁରକ୍ଷିତ ମଣୁଥିଲା ଗୋପାଳ । ନିଜ ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ପାଇଁ ସେ କୋର୍ଟଙ୍କୁ ଜଣାଇଥିଲା ।" ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲ ବିଭାଗର ଅନୁମତିରେ ଚୌଦ୍ବାର ଜେଲକୁ ସ୍ଥାନାନ୍ତର ପାଇଁ ନିଷ୍ପତି ନିଆଯାଇଥିଲା ।

ଏନେଇ ଝାରୁସୁଗଡା ସବ୍‌ଜେଲରୁ ପୋଲିସ ଏସ୍କର୍ଟରେ ଗୋପାଳକୁ ଚୌଦ୍ବାର ଜେଲ୍‌କୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟର ଏକ ଚର୍ଚ୍ଚିତ ଘଟଣାର ଅଭିଯୁକ୍ତ କିପରି ସୁରକ୍ଷିତ ରହିବ, ସେ ଦୃଷ୍ଟିରୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଓ ଆବଶ୍ୟକୀୟ ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର କରାଗଲେ ସୁବିଧା ହୋଇପାରିବ ବୋଲି ଆଶଙ୍କା କରି ଏପରି ବ୍ୟବସ୍ଥା କରାଯାଇଛି । ତେବେ ପୂର୍ବରୁ ଯେପରି ବଲାଙ୍ଗୀର ମମିତା ମେହେର ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲରେ ମୃତ୍ୟୁ ଘଟିଲା, ଯାହାକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ ସହ ହଟଚମଟ ସୃଷ୍ଟି ହୋଇଥିଲା, ସେହିପରି ଗୋପାଳ ଦାସ ଘଟଣାରେ ଯେପରି ପୁନରାବୃତ୍ତି ନହେଉ ବା ଜେଲ ବିଭାଗର ଅବହେଳାରୁ କୌଣସି ଅଘଟଣ ନଘଟୁ ସେଥିପାଇଁ ଯାହା ଆବଶ୍ୟକୀୟ ପଦକ୍ଷେପ ନେବା କଥା ତାହା ନିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.