ETV Bharat / state

ସହର ଭିତରେ ପଶିବନି ୬ ଚକିଆ ଗାଡ଼ି, କଟକଣା ଲଗାଇଲା କମିଶନରେଟ୍ ପୋଲିସ୍ - ଟ୍ବିନ ସିଟିରେ ଭାରି ଯାନ ମନା

ଅଦିନିଆ ବର୍ଷା ଓ ଆଗକୁ ପାର୍ବଣ ପାଇଁ ପୋଲିସ ଲଗାଇଛି କଟକଣା । ଭୁବନେଶ୍ୱର ଓ କଟକ ଦେଇ ଯାଇଥିବା NH ଉପରେ ଗଡିବନି ୬ଚକିଆ କି ତାଠୁ ବଡ଼ ଗାଡି । ଅଧିକ ପଢନ୍ତୁ

NH ଉପରେ ଗାଡି ଚଳାଚଳକୁ ନେଇ କଟକଣା
NH ଉପରେ ଗାଡି ଚଳାଚଳକୁ ନେଇ କଟକଣା
author img

By ETV Bharat Odisha Team

Published : Sep 5, 2023, 10:12 PM IST

NH ଉପରେ ଗାଡି ଚଳାଚଳକୁ ନେଇ କଟକଣା

ଭୁବନେଶ୍ବର: NH ଉପରେ ଗାଡି ଚଳାଚଳକୁ ନେଇ କଟକଣା । ଭୁବନେଶ୍ୱର ଓ କଟକ ଦେଇ ଯାଇଥିବା NHରେ ପ୍ରତିବନ୍ଧକ। ଅଦିନିଆ ପ୍ରବଳ ବର୍ଷା ଓ ଆଗକୁ ପାର୍ବଣ ପାଇଁ ପୋଲିସ ଲଗାଇଛି କଟକଣା । NH ଉପରେ ଗଡିବନି ୬ଚକିଆ ଗାଡି ଓ ତାଠୁ ବଡ଼ ଗାଡି । ଅର୍ଥାତ୍ ସେପ୍ଟେମ୍ବର ୫ରୁ ଏହି କଟକଣା ଲାଗୁ କରିଛି କମିଶନରେଟ ପୋଲିସ । । ଏନେଇ କସ୍ମୋପଲିସ୍ ଛକ ଠାରୁ ହଂସପାଳ ଛକ ପର୍ଯ୍ୟନ୍ତ ଏବଂ ମଧୁପାଟଣା ଛକ ଠାରୁ କଟକ ଶୀଖରପୁର ପର୍ଯ୍ୟନ୍ତ ଏଭଳି କଟକଣା ଲଗାଯାଇଛି । ସନ୍ଧ୍ୟା ୫ ଘଟିକା ଠାରୁ ୭.୩୦ ପର୍ଯ୍ୟନ୍ତ ଏହିସବୁ ସ୍ଥାନରେ ଭାରି ଯାନ ଚଳାଚଳ କରିପାରିବେ ନାହିଁ ‌ବୋଲା ପୋଲିସ କମିଶନର ସୂଚନା ଦେଇଛନ୍ତି ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି , ‘‘ସହରାଞ୍ଚଳ ଆଇନ ୨୦୦୩ ଆଧାରରେ ଏନିଷ୍ପତି ନିଆଯାଇଛି । ଅନେକ ସମୟରେ ଭାରି ବର୍ଷା ହେଉ ବା ପାର୍ବଣ ସମୟରେ ଦେଖିବାକୁ ମିଳିଥାଏ ସନ୍ଧ୍ୟା ସମୟରେ ବହୁତ ଭିଡ଼ ହୋଇଥାଏ । ଯେହେତୁ ୬ଚକିଆ ଗାଡି ବା ତାଠୁ ବଡ଼ ଗାଡି ସହର ଭିତରେ ଯାତାୟାତ କରେ ତେଣୁ ଟ୍ରାଫିକ ଜନିତ ସମସ୍ୟ ଦେଖିବାକୁ ମିଳିଥାଏ । ତେବେ ଏହି ସମସ୍ୟାକୁ ଦୂରକରିବା ପାଇଁ ଅପରାହ୍ନ ୫ଟା ରୁ ସନ୍ଧ୍ୟା ୭କା ୩୦ମିନିଟ ଭିତରେ ଖୋର୍ଦ୍ଧାପଟୁ ଆସୁଥିବା ୬ଚକିଆ ବା ତାଠୁ ବଡ଼ ଗାଡି ପିତାପଲ୍ଲୀ ଠୁ ସହର ଭିତରେ ନପଶି ଅଟକାଇ ଦିଆଯିବ । ସେହିପରି କଟକ ପଟୁ ଆସୁଥିବା ଗାଡି ମଧ୍ୟ ସହର ଭିତରକୁ ନ ପଶି ମଙ୍ଗୁଳି ଛକଠାରୁ ଅଟକାଇବ ପୋଲିସ । ତେଣୁ ସମସ୍ତ ଭାରିଯାନ ଚଳାଚଳ କରୁଥିବା ଗାଡି ଏଦିଗ ପ୍ରତି ଧ୍ୟାନ‌‌ଦେବାକୁ ନିର୍ଦ୍ଦେଶନାମା ଦିଆଯାଇଛି ।’’

ଅଧିକ ପଢନ୍ତୁ.. ସୂଚାରୁ ରୂପେ ଗଣେଶ ପୂଜା ସମ୍ପର୍ଣ୍ଣ ଲକ୍ଷ୍ୟ, ପୋଲିସର ପ୍ରସ୍ତୁତି ବୈଠକ

ସେ ଆହୁରୀ ମଧ୍ୟ କହିଛନ୍ତି, ‘‘ବିଶାଖାପାଟଣାରୁ ଓଡ଼ିଶା ଦେଇ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏହି ଜାତୀୟ ରାଜପଥ ସଂଯୋଗ କରୁଛି ।ବିଶେଷ କରି ଅନେକ ମାଲବାହୀ ଗାଡି ଏହି ବାଟେ ଦେଇ ଯିବା ଆସିବା କରୁଛନ୍ତି । ସମସ୍ତ ଡ୍ରାଇଭର‌ମାନେ ଏ ଦିଗରେ ଧ୍ୟାନ ଦେଇ ନିର୍ଦ୍ଦିଷ୍ଟ ସମୟ‌ ପାଇଁ କଟକଣାକୁ ମାନି କାର୍ଯ୍ୟକରିବେ । ଯାନବାହାନ ଗୁଡ଼ିକ ଦୃଷ୍ଟିରେ ରଖି ପୋଲିସର ସ୍ବତନ୍ତ୍ର ପରମିସନ ଜରିଆରେ ଚଳାଚଳ କରିବା ପାଇଁ ମଧ୍ୟ ଏକ ନିୟମ ରହିଛି । ନିୟମାବଳୀ 5 ତାରିଖରୁୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.