ETV Bharat / state

ତାତିରୁ ମିଳିଲା ଆଶ୍ବସ୍ତି, କାଳବୈଶାଖୀ ବର୍ଷାରେ ଭିଜିଲା ଓଡ଼ିଶା - ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଆଜିଠାରୁ ପାଣିପାଗରେ ପରିବର୍ତ୍ତନ ଦେଖାଦେବ । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି । ଅଧିକ ପଢ଼ନ୍ତୁ

Weather update
ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା
author img

By

Published : Apr 21, 2023, 5:11 PM IST

ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ବର: ତାତିରେ ଲାଗିଲା ବ୍ରେକ । କାଳବୈଶାଖୀ ପ୍ରଭାବରେ ମିଳିଲା ଟିକିଏ ଆଶ୍ବସ୍ତି । ଆଜିଠାରୁ ରାଜ୍ୟରେ ତାପମାତ୍ରା କମିବା ସହ ୭ ଜିଲ୍ଲାରେ ବର୍ଷା ହୋଇଛି । ଆହୁରି ୩ରୁ ୪ ଦିନ କାଳବୈଶାଖୀ ଜନିତ ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବାୟୁମଣ୍ଡଳରେ ଥିବା ଗୁରୁଚାପର ପ୍ରଭାବ ଦୁର୍ବଳ ହେବା ସହ ଆଦ୍ରତାର ପରିମାଣ ବଢିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନାକୁ ନେଇ ୱାର୍ଣ୍ଣିଂ ଜାରି କରାଯାଇଛି ।

ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବାରୁ ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ବାଦଲ ଢାଙ୍କି ହୋଇ ରହିଛି ଏବଂ ମେଘୁଆ ପାଗ ଦେଖିବାକୁ ମିଳିଛି । ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରୀ ଦିନର ତାପମାତ୍ରା ହ୍ରାସ ପାଇଛି । ଗୁଳିଗୁଳିର ମଧ୍ୟ ଅନୁଭୂତ ହେଉନାହିଁ । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ବିଶେଷ ପ୍ରଭାବ ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୟଗଡ଼, ଖୋର୍ଦ୍ଧା, କଟକ, ପୁରୀ, ନୂଆପଡ଼ା, ବଲାଙ୍ଗୀର, ମୟୂରଭଞ୍ଜ ଓ କେନ୍ଦୁଝରକୁ ସତର୍କ ସୂଚନା ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ ବିଭାଗର ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ ସୂଚନା ଦେଇ କହିଛନ୍ତି,"ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହାକୁ ଦୃଷ୍ଟିରେ ରଖି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ଏବଂ ପବନର ବେଗ ୩୦ରୁ ୪୦ କିମି ରହିବ। ୨୨ ଓ ୨୩ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାୟୁ ପ୍ରବାହ ଓ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ୨୩ରେ ବର୍ଷାର ପରିମାଣ ଅଧିକ ରହିବ ଏବଂ ୪୦ରୁ ୫୦ ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ତେବେ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଦେଖାଦେବ ।" ସେପଟେ ଗତକାଲି (ଗୁରୁବାର) ବୌଦ୍ଧରେ ସର୍ବାଧିକ ୪୩.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୪୩.୨ ଡିଗ୍ରୀ ରେକର୍ଡ କରଯାଇଥିଲା । ପାଣିପାଗର ଏହି ନିୟାମକକୁ ନେଇ ସ୍ବାଭାବିକ ତାପମାତ୍ରା ଠାରୁ ୪ରୁ ୫ ଡିଗ୍ରୀ କମିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.