ଖୋର୍ଦ୍ଧା: କୋଭିଡ 19 କବଳରେ କୋରୋନା ଯୋଦ୍ଧା । ଜିଲ୍ଲାର ବୋଲଗଡ ବ୍ଲକ ଧଳାପଥର ପଞ୍ଚାୟତରେ ଜଣେ ସ୍ବାସ୍ଥ୍ୟ କର୍ମୀ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସରପଞ୍ଚ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ ଧଳାପଥର ପଞ୍ଚାୟତର ଜଣେ ସ୍ୱାସ୍ଥ୍ୟକର୍ମୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ପଞ୍ଚାୟତକୁ 48 ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ । ବୁଧବାର ରାତିରୁ ଏହା ଲାଗୁ ହେବ ।
ଖବର ଅନୁସାରେ ରାତି 9ଟାରୁ ଆସନ୍ତା 3 ତାରିଖ ରାତି 9ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ