ETV Bharat / state

ନବ ଦାସଙ୍କ ପରଲୋକ: କ୍ୟାପିଟାଲ ହସ୍ପିଟାଲରେ ହେବ ପୋଷ୍ଟମର୍ଟମ

author img

By

Published : Jan 29, 2023, 9:28 PM IST

ବିଫଳ ହେଲା ସବୁ ଉଦ୍ୟମ । ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ପରଲୋକ । ଅଧିକ ପଢନ୍ତୁ

Health Minister Naba Das no more
Health Minister Naba Das no more

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ପରଲୋକ । ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ଅପରାହ୍ନରେ ଗୁଳିମାଡ଼ରେ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଡାକ୍ତରଙ୍କର ବହୁ ପ୍ରଚେଷ୍ଟା ସତ୍ତ୍ବେ ତାଙ୍କର ଜୀବନ ରକ୍ଷା କରଯାଇପାରି ନାହିଁ । ୬୧ ବର୍ଷ ବୟସରେ ସେ ଆଜି ଆଖି ବୁଜିଛନ୍ତି । ପୋଷ୍ଟମର୍ଟମ ଲାଗି ନବଙ୍କ ମୃତ୍ୟୁଦେହ କ୍ୟାପିଟାଲ ହସ୍ପିଟାଲକୁ ନିଆଯିବ । ରାଜ୍ୟର ଏକ ବଡ଼ ଧରଣର ଘଟଣାକ୍ରମେ ପଶ୍ଚିମ ଓଡିଶାର ଟାଣୁଆ ରାଜନେତା ତଥା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଜଣେ ପୋଲିସ କର୍ମଚାରୀଙ୍କ ଗୁଳିମାଡରେ ମୃତ୍ୟୁ ହୋଇଛି ।

ଗୁଳିମାଡ ପରେ ତାଙ୍କୁ ତୁରନ୍ତ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ପରେ ହେଲିକେପ୍ଟର ଯୋଗେ ଭୁବନେଶ୍ବରର ଆପୋଲ ହସ୍ପିଟାଲକୁ ଅଣାଯାଇଥିଲା । ଆପୋଲୋ ହସ୍ପିଟାଲରେ ନବଙ୍କ ଛାତିରେ ଅପରେସନ କରାଯାଇଥିଲା । ତାଙ୍କର ଓପନ ହାର୍ଟ ସର୍ଜରୀ ହୋଇଥିଲା । ନବଙ୍କ ବାମ ପଟ ଛାତିରେ ଗୋଟିଏ ଗୁଳି ପଶି ଆରପାର ହୋଇଯାଇଥିବା ଜଣାପଡିଛି । ନବଙ୍କ ହାର୍ଟ ଓ ବାମ ଫୁସଫୁସ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ବହୁ ମାତ୍ରାରେ ରକ୍ତସ୍ରାବ ହୋଇଯାଇଥିଲା । ହୃଦୟର ପମ୍ପିଙ୍ଗ କରାଯାଇଥିଲା ।

ଆପୋଲୋ ହସ୍ପିଟାଲ ଓଟିରେ ଏସସିବି ମେଡ଼ିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, ଆପୋଲୋ ହସ୍ପିଟାଲର ସ୍ପେସିଆଲିଷ୍ଟ ଡାକ୍ତର ଟିମ୍ ଗଠନ କରାଯାଇ ଚିକିତ୍ସା କରାଯାଉଥିଲା । ଡାକ୍ତର ଦେବାଶିଷ ନାୟକଙ୍କ ନେତୃତ୍ବରେ ଟିମ୍ ଚିକିତ୍ସା କରୁଥିଲା । ଶତ ଚେଷ୍ଟା ସତ୍ତ୍ବେ ନବଙ୍କୁ ବଞ୍ଚାଯାଇ ପାରିନାହିଁ । ମୃତ୍ୟୁବେଳେକୁ ନବକିଶୋରଙ୍କୁ ୬୧ ବର୍ଷ ହୋଇଥିଲା । ତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି । ଆପୋଲୋରେ ନବଙ୍କର ଚିକିତ୍ସା ଚାଲିଥିବାବେଳେ ତାଙ୍କ ପୁଅ ହସ୍ପିଟାଲରେ ଥିବାବେଳେ ଝିଅ ଦିଲ୍ଲୀରୁ ଫେରୁଛନ୍ତି ।

ଆଜି ଅପରାହ୍ନରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରର ଗାନ୍ଧୀ ଛକରେ ମନ୍ତ୍ରୀ ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ତାଙ୍କୁ ଗୁଳିମାଡ ହୋଇଥିଲା । ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ମନ୍ତ୍ରୀଙ୍କ ଉପରେ ଗୁଳି ଚଳାଇଥିଲେ । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ନେତାମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଓଡିଶା ରାଜନୀତିର ହାଇପ୍ରୋଫାଇଲ ନେତା ନବ ଦାସଙ୍କ ମୃତ୍ୟୁ ସାରା ରାଜ୍ୟରେ ଚହଳ ପକାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.