ETV Bharat / state

24ରେ ସ୍ୱାସ୍ଥ୍ୟ କନକ୍ଲେଭ, ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଗୁରୁ ମନ୍ତ୍ର ଦେବ ଓଡ଼ିଶା - ଓଡିଶା ବାଣ୍ଟିବ ମ୍ୟଲେରିଆ ନିୟନ୍ତ୍ରଣ

24 ତରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ସ୍ୱାସ୍ଥ୍ୟ କନକ୍ଲେଭରେ ଓଡିଶା ବାଣ୍ଟିବ ମ୍ୟଲେରିଆ ନିୟନ୍ତ୍ରଣ କରିବାର ସଫଳତା ମନ୍ତ୍ର । ଅଧିକ ପଢନ୍ତୁ

ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ପ୍ରୟାସ
ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ପ୍ରୟାସ
author img

By

Published : Apr 13, 2023, 8:46 PM IST

ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ପ୍ରୟାସ

ଭୁବନେଶ୍ବର: ମ୍ୟାଲେରିଆ ନିରାକରଣରେ ଓଡିଶା ଆଗରେ ରହିଥିବା ବେଳେ କେନ୍ଦ୍ର ପକ୍ଷରୁ ଓଡିଶାକୁ ମିଳିଛି ପ୍ରସଂଶା ପତ୍ର l ଏନେଇ ଅପ୍ରେଲ 24 ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ସ୍ୱାସ୍ଥ୍ୟ କନକ୍ଲେଭରେ ଓଡିଶା ବାଣ୍ଟିବ ତାର ମ୍ୟାଲେରିଆ ନିୟନ୍ତ୍ରଣ କରିବାର ସଫଳତା ମନ୍ତ୍ର । ଏହି କନକ୍ଲେଭ୍‌ରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଗେଷ୍ଟ ଅଫ୍‌ ଅନର ଭାବେ ଯୋଗ ଦେବା ନେଇ ସୂଚନା ମିଳିଛି ।

ତେବେ ରାଜ୍ୟ ସରକାର କିଭଳି ଭାବରେ ମ୍ୟାଲେରିଆ ନିୟନ୍ତ୍ରଣ କରିଛନ୍ତି ତାର ମନ୍ତ୍ର ସବୁ ରାଜ୍ୟ ଆଗରେ ରଖାଯିବ l 2016ରେ 4 ଲକ୍ଷ 44 ହଜାର 842 ଜଣ ରୋଗୀ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଏହା ରାଜ୍ୟରେ 25 ହଜାରକୁ ଖସି ଆସିଛି । ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଏବେ ରାଜ୍ୟରେ 95 ପ୍ରତିଶତ କମିଥିବା ବେଳେ ରାଜ୍ୟ କାଟାଗୋରି 3ରୁ କ୍ୟାଟେଗୋରି 2 ଆସିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସୂଚନା ଅନୁଯାୟୀ, ଓଡିଶାରୁ ଖୁବଶୀଘ୍ର ଦୂର ହେବ ମ୍ୟାଲେରିଆ। ପ୍ରୟତନ ନାମକ ଏକ ସଂଗଠନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ମିଶି ନୋ ମୋର ମ୍ୟାଲେରିଆ ପାଇଁ ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ତେବେ ଆଗାମୀ 2027 ସୁଦ୍ଧା ଓଡ଼ିଶାରେ ସମ୍ପୂର୍ଣ୍ଣ ମ୍ୟାଲେରିଆ ଦମନ କରିବା ପାଇଁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ । ସେହିପରି ଓଡିଶାରେ 10ଟି ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ଆହୁରି ବ୍ୟାପକ ଆକାରରେ କାର୍ଯ୍ୟକ୍ରମ ଏବଂ ସଚେତନତା କରାଯିବ। ଏନେଇ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଉପରେ ଅଧିକ ରହିବ ଫୋକସ । ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ଓ ବିଲୋପ କାର୍ଯ୍ୟକ୍ରମକୁ ନେଇ ଏମଏନଏମ 2018 ମସିହାରୁ ରାଜ୍ୟ ସରକାରଙ୍କୁ ସମର୍ଥନ କରିଆସୁଛି ।

ତେବେ ଏନେଇ ତଥ୍ୟ ଅନୁସାରେ, ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟକୁ ମିଳୁଛି ଆନ୍ତର୍ଜାତିକ ସ୍ଵୀକୃତି । ରାଜ୍ୟରେ 2017 ମସିହାଠାରୁ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଥିରେ ଉଲ୍ଲେଖନୀୟ ସଫଳତା ମିଳି ଆସିଛି। ସେହିପରି 2016 ମସିହାରେ 4.5 ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ସରକାରଙ୍କର ମ୍ୟାଲେରିଆ ନିରାକରଣ ଦିଗରେ 'ଦମନ' ଭଳି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏଥିରେ 45 ହଜାର ଆଶା କର୍ମୀ, ସ୍ଵାସ୍ଥ୍ୟ କର୍ମୀ ଏବଂ ସ୍ବେଚ୍ଛାସେବୀ ମାନଙ୍କର ନିରନ୍ତର ଉଦ୍ୟମ ଫଳରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା 90% ହ୍ରାସ ପାଇଛି । ସେହିପରି 2019 ମସିହାରେ ରାଜ୍ୟରେ ମ୍ୟାଲେରିଆ ଦୂରୀକରଣ ପାଇଁ ରାଜ୍ୟ ସରକାରଙ୍କ ସହ ‘ମ୍ୟାଲେରିଆ ନୋ ମୋର' କାର୍ଯ୍ୟକ୍ରମ କରାଯାଇଥିଲା । ଏହା ସରକାରଙ୍କର 3 ବର୍ଷ ଧରି ମ୍ୟାଲେରିଆ ନିରାକରଣ ଦିଗରେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିଆସୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.