ETV Bharat / state

ଆଗକୁ ହକି ବିଶ୍ଵକପ, ଅନ୍ୟ ରୋଗ ପ୍ରତି ବି ସତର୍କ ରହିବ ସ୍ୱାସ୍ଥ୍ୟ ବିଭାଗ

author img

By

Published : Dec 30, 2022, 6:21 PM IST

ଭୁବନେଶ୍ବର ଓ ରାଉରକେଲାରେ ଖେଳ ହେବ ହକି ବିଶ୍ବକପ। ଏନେଇ ପ୍ରସ୍ତୁତି ବୈଠକ ହୋଇଯାଇଛି।କେବଳ କରୋନା ନୁହେଁ ଅଲଗା ରୋଗ ପାଇଁ ମଧ୍ୟ ପ୍ରସ୍ତୁତ ସ୍ବାସ୍ଥ୍ୟ ବିଭାଗ। ଅଧିକ ପଢନ୍ତୁ

health department important meeting
health department important meeting
ସତର୍କ ରହିବ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ପାଖେଇ ଆସୁଛି ହକି ବିଶ୍ବକପ । ଆଉ କିଛିଟା ଦିନ ପରେ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜନ ହକି ବିଶ୍ବକପ । ଏନେଇ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ଭୁବନେଶ୍ବର ସମ୍ପୂର୍ଣ ଭାବରେ ସଜେଇ ହେଲାଣି । ଏୟାର ପୋର୍ଟଠାରୁ ଆରମ୍ଭ କରି ରାଉରକେଲା ପର୍ଯ୍ୟନ୍ତ ସୁରକ୍ଷା କଡାକଡି କରାଯାଇଛି । ଏପଟେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖିଛି ସ୍ବାସ୍ଥ୍ୟ ବିଭାଗ । ଆଜି(ଶୁକ୍ରବାର) ହକି ବିଶ୍ବକପ୍ ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ ସରିଛି। ଯେହେତୁ ବିଦେଶରେ ସଂକ୍ରମଣ ବଢୁଛି । ଏହାକୁ ନଜରରେ ରଖି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ପାଖରେ ସ୍ବାସ୍ଥ୍ୟ କ୍ୟାମ୍ପ୍‌ କରାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ କିଭଳି ଭାବରେ ଅଧିକରୁ ଅଧିକ ସଜାଗ ରହିବେ ସେନେଇ ଆରମ୍ଭ ହୋଇଛି ପ୍ରସ୍ତୁତି।

ଏହାକୁ ନେଇ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ହକି ବିଶ୍ଵକପ ସମୟରେ ଅନେକ ଦେଶରୁ ହକିପ୍ରେମୀ ସମେତ ଅଧିକାରୀ ଖେଳାଳି ମଧ୍ୟ ଆସିବେ । କେବଳ କୋରୋନା ନୁହେଁ ସମାନ ଭାବରେ ଅଲଗା ରୋଗର ମଧ୍ୟ ଯାଞ୍ଚ କରାଯିବ । କୋରୋନା ଛଡ଼ା ଅଲଗା ରୋଗ ଅନେକ ରହିଛି ଯାହା ଅଧିକ ଭିଡ ହେଲେ ସଂକ୍ରମଣର ସମ୍ଭାବନା ରହିଛି ତେଣୁ ସବୁପ୍ରତି ନଜର ଦିଆଯିବ । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।

ଏହାକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, "ଯେଉଁମାନଙ୍କର କୋଭିଡ ଲକ୍ଷଣ ରହିଛି ସେମାନଙ୍କୁ ଅନୁରୋଧ ଯେ ଟେଷ୍ଟ କରାନ୍ତୁ। ଯେଉଁଠାରେ ଅନ୍ତର୍ଜାତୀୟ ବିମାନ ଆସୁଛି ସେଠାରେ କୋଭିଡ କଟକଣା ପାଳନ ହେଉଛି । ତେବେ ରାଜ୍ୟକୁ ଅନ୍ତର୍ଜାତୀୟ ବିମାନ ଆସୁନାହିଁ ତେଣୁ ଚିନ୍ତା କରିବା କୌଣସି ଆବଶ୍ୟକତା ନାହିଁ । ଯେଉଁଠାରେ ଅନ୍ତର୍ଜାତୀୟ ବିମାନ ଆସୁଛି ସେଠାରେ ଟେଷ୍ଟ୍‌ ପରେ ଯାହା ପଜିଟିଭ ଚିହ୍ନଟ ହେଉଛି ସେମାନଙ୍କୁ ସଂଗରୋଧରେ ରଖାଯିବା ସହ ଜିନମ ସିକ୍ୟୁଏସିଂ କରାଯାଉଛି । ସବୁ ପଜିଟିଭଙ୍କୁ ସିକ୍ୟୁଏଂସି କରାଯିବ। ଯଦି କୌଣସି ବ୍ୟକ୍ତିଙ୍କ ଦେହରେ କିଛି ସ୍ବାସ୍ଥ୍ୟଗତ ସମସ୍ୟା ନଜରକୁ ଆସେ ତେବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏନେଇ ପ୍ରସ୍ତୁତ ହୋଇ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.