ETV Bharat / state

ସର୍ପାଘାତ ମୃତ୍ୟୁ ରୋକିବାକୁ ଅଣ୍ଟା ଭିଡିଲା ସ୍ୱାସ୍ଥ୍ୟ ବିଭାଗ: ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ - ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

ରାଜ୍ୟରେ ଚିନ୍ତା ବଢାଇଲାଣି ସର୍ପାଘାତ ମୃତ୍ୟୁ ମାମଲା । ସମସ୍ତ ହସ୍ପିଟାଲରେ ଆଣ୍ଟିଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ସର୍ପାଘାତ ମୃତ୍ୟୁ ରୋକିବାକୁ ଅଣ୍ଟା ଭିଡିଲା ସ୍ୱାସ୍ଥ୍ୟ ବିଭାଗ: ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ

author img

By

Published : Jul 25, 2023, 7:34 PM IST

ସର୍ପାଘାତ ମୃତ୍ୟୁ ରୋକିବାକୁ ଅଣ୍ଟା ଭିଡିଲା ସ୍ୱାସ୍ଥ୍ୟ ବିଭାଗ: ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ବଢିବାରେ ଲାଗିଛି ସର୍ପାଘାତ ମୃତ୍ୟୁ ମାମଲା । ସର୍ପାଘାତ ମୃତ୍ୟୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ଏକ ଗାଇଡଲାଇନ ଜାରି କରିଛି । ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ (ସିଡିଏମ୍ଓ)ଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି ।

ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଯଥାସମ୍ଭବ ଆଣ୍ଟିଭେନମ୍ ମହଜୁଦ ରଖିବାକୁ ନିର୍ଦ୍ଦେଶରେ କୁହଯାଇଛି । ସେହିପରି ସମସ୍ତ ହସ୍ପିଟାଲରେ ଔଷଧ ଓ ଟେଷ୍ଟିଂ ମାଗଣାରେ ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଟିମ ପ୍ରତି ସ୍କୁଲକୁ ଯାଇ ସଚେତନ କରାଇବା ନେଇ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏହା ସହ ମେଡିକାଲକୁ ଆସୁଥିବା ସର୍ପାଘାତ ରୋଗୀଙ୍କ ତଥ୍ୟ ପ୍ରତ୍ୟେକ ଦିନ ବିଭାଗକୁ ଦେବେ ହସ୍ପିଟାଲ କର୍ତ୍ତୃପକ୍ଷ । ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଟିମ ପ୍ରତି ସ୍କୁଲକୁ ଯାଇ ସଚେତନ କରାଇବେ । ହଷ୍ଟେଲରେ ଯେପରି ମୂଷା, ବେଙ୍ଗ ନପଶିପାରିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।

ସୂଚନା ଅନୁଯାୟୀ, ମୌସୁମୀ ବର୍ଷା ଓ ବନ୍ୟା ହେବା ଫଳରେ ଶହ ଶହ ସଂଖ୍ୟାରେ ସାପ ବାହାରେ ବୁଲିଥାନ୍ତି । ଲୋକମାନେ ଅନେକ ସମୟରେ ସାପ କାମୁଡାର ଶିକାର ହୋଇଥାନ୍ତି । ତେବେ ସାପ କାମୁଡିବା ଦ୍ବାରା ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇବା ସହ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:-ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ଘରୋଇ କୋଚିଂ ଛାତ୍ରାବାସ ଉପରେ ତଦନ୍ତ ନିର୍ଦ୍ଦେଶ

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ସାପ କାମୁଡ଼ା ମାମଲାରେ ରାଜ୍ୟରେ ସଂଖ୍ୟା ଅଧିକ ରହିଛି । ସାପ କାମୁଡା ପରେ ମୃତ୍ୟୁସଂଖ୍ୟା ବଢିବାରେ ମୁଖ୍ୟ କାରଣ ହେଉଛି ସର୍ପାଘାତ ପରେ ଲୋକମାନେ କ’ଣ କରିବେ ସେନେଇ ସଚେତନ ନୁହନ୍ତି । ଅନେକ ସମୟରେ ସେମାନେ ଗୁଣିଆ, ଝଡାଫୁଙ୍କା ଆଦି କରୁଛନ୍ତି । ପରେ ବିଳମ୍ବରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରୁଥିବାରୁ ତାଙ୍କର ମୃତ୍ୟୁ ଘଟୁଛି । ଏନେଇ ସଚେତନ କରାଯାଉଛି । ସାଧାରଣତଃ ଦେଖିବାକୁ ମିଳୁଥିବା ମୋଟ ସର୍ପାଘାତ ମାମଲାରେ 80 ପ୍ରତିଶତ ବିଷ ନଥିବା ସାପ କାମୁଡିଥାନ୍ତି । ଅନ୍ୟପଟେ 20 ପ୍ରତିଶତ ବିଷଧର ସାପ କାମୁଡ଼ି ଥାଆନ୍ତି । କେଉଁ ସାପ କାମୁଡିଛି ତାହା ଲୋକମାନେ ଜଣାଇବା ଆବଶ୍ୟକ । ସର୍ପାଘାତ ପରେ ଆତଙ୍କିତ ହେବାର ଆଭଶ୍ୟକତା ନାହିଁ । ରୋଗୀଙ୍କୁ ଚଲାଇବା ପରିବର୍ତ୍ତେ ଷ୍ଟେଚରରେ ହସ୍ପିଟାଲ ପର୍ଯ୍ୟନ୍ତ ପହଞ୍ଚାଇବା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.