ETV Bharat / state

ହତାଦର ହାତିଆ ପାହାଡ: ପଥର ମାଫିଆ ସକ୍ରିୟ, ଅସୁରକ୍ଷିତ ପର୍ଯ୍ୟଟକ - ଭୁବନେଶ୍ବରର ପର୍ଯ୍ୟଟନ ସ୍ଥଳ

ଦେଖଣାହାରୀଙ୍କ ମନକିଣୁଛି ଖୋର୍ଦ୍ଧା ନିକଟ ନିଜିଗଡ ତାପଙ୍ଗରେ ଥିବା ହାତିଆ ପାହାଡ । ଲୁକାୟିତ ଅବସ୍ଥାରେ ରହିଥବା ଏହି ସ୍ଥାନ ଲକଡାଉନ ପରେ ଆସିଛି ଲୋକଲୋଚକୁ । କିନ୍ତୁ ପାଦେ ପାଦେ ବୁଲୁଥିବା ସମସ୍ୟା ଏଠାକୁ ଯିବା ପାଇଁ ପର୍ଯ୍ୟଟକଙ୍କ ବାଟ ଓଗାଳୁଛି । ଅଧିକ ପଢନ୍ତୁ...

ହତାଦର ହାତିଆ ପାହାଡ: ପଥର ମାଫିଆ ସକ୍ରିୟ,  ଅସୁରକ୍ଷିତ ପର୍ଯ୍ୟଟକ

author img

By

Published : Sep 15, 2020, 8:07 PM IST

ଖୋର୍ଦ୍ଧା: ଓଡ଼ିଶାର ‘ଲଦାଖ’ ଭାବେ ଏବେ ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚିତ ଖୋର୍ଦ୍ଧା ନିକଟ ନିଜିଗଡ଼ ତାପଙ୍ଗରେ ଥିବା ହାତିଆ ପାହାଡ଼ । ଆଉ ଏଠାରେ ମନୁଷ୍ୟକୃତ ଭାବେ ଖୋଳା ହୋଇଥିବା ପାହାଡ଼ରେ ପ୍ରକୃତି ରାଣୀ ଯେମିତି ଢାଳିଦେଇଛି ତାର ଅପରୂପ ଶୋଭା । ଚାରିପଟେ ଅଧାକଟା ପାହାଡ଼ ଆଉ ପାହାଡ଼ ତଳେ ନୀଳ ଜଳରାଶିରେ ପରିପୂର୍ଣ୍ଣ ଜଳାଶୟ । ଏଠାକୁ ଥରେ ନଗଲେ କେହି ବିଶ୍ୱାସ କରିପାରିବେନି ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଏହି ସ୍ଥାନକୁ ।

ଦେଖଣାହାରୀଙ୍କ ମନ କିଣୁଛି ହାତିଆ ପାହାଡ

ଖୋର୍ଦ୍ଧା ସହରଠାରୁ ଅନତି ଦୂରରେ ଥିବା ନିଜିଗଡ଼ ତାପଙ୍ଗରେ ଏହି ଅପରୂପ ଶୋଭାରାଜି ପର୍ଯ୍ୟଟକଙ୍କୁ ହାତଠାରି ନିମନ୍ତ୍ରଣ ଦେଉଛି । ଏହା ‘ଲେହ ଲଦାଖ’ର ଭ୍ରମ ସୃଷ୍ଟି କରୁଛି । ଏହା କୌଣସି ପର୍ଯ୍ୟଟନ ସ୍ଥଳୀ ନୁଁହ କିନ୍ତୁ ସୋସିଆଲ ମିଡ଼ିଆରେ ଏହି ସ୍ଥାନର ସୌନ୍ଦର୍ଯ୍ୟଭରା ଫୋଟୋ ଘୁରିବୁଲିବା ପରେ ଏଠାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ଖାଲି ପର୍ଯ୍ୟଟକ ନୁହଁନ୍ତି ଏହି ମନୁଷ୍ୟକୃତ ସ୍ଥାନଟିରେ ଏବେ ବିଭିନ୍ନ ସିନେମାର ଗୀତ, ଅଲବମ ଏବଂ ଫୋଟୋଗ୍ରାଫି ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସୁଛନ୍ତି ଲୋକ ।

ଏହି ସ୍ଥାନ ପ୍ରଥମେ ପାହାଡ଼ ମାଳରେ ପରିପୂର୍ଣ୍ଣ ଥିଲା । କିନ୍ତୁ ପଥର ମାଫିଆମାନେ ଏଠାରୁ ଏତେ ପରିମାଣରେ ପଥର ବ୍ଲାଷ୍ଟ କଲେ ଯେ ପଥରରେ ପରିପୂର୍ଣ୍ଣ ଥିବା ସ୍ଥାନ ଗୁଡ଼ିକ ଖାଲ ହୋଇ ପଡ଼ିରହିଲା । ଧିରେ ଧିରେ ପଥର ଫଟା ବନ୍ଦ ହେବାରୁ ଏଠାରେ ଜଳସ୍ତର ବଢିଲା । ଆଉ ଏହି ପ୍ରକୃତିର ନୂଆ ରୂପ ପର୍ଯ୍ୟଟକଙ୍କୁ ଏଠାକୁ ଟାଣିଆଣୁଛି । ଏଠାକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଏଠାକୁ ପ୍ରତିଦିନ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି ।

କିନ୍ତୁ ପୋଲିସ ପ୍ରଶାସନର ପେଟ୍ରୋଲିଂ ନଥିବା କାରଣରୁ ଅସାମାଜିକ ଲୋକଙ୍କ ଲୁଟର ଶିକାର ହେଉଛନ୍ତି ପର୍ଯ୍ୟଟକ । ସେହିପରି ଏହି ସ୍ଥାନ ବେଶ ବିପଦପୂର୍ଣ୍ଣ ହୋଇଥିବା ବେଳେ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.