ଭୁବନେଶ୍ବର: ଜାନୁଆରୀ 28ରେ କମ୍ପିବ ଭୁବନେଶ୍ୱର । ଆରମ୍ଭ ହେବ କଂଗ୍ରେସର ହାତ ସେ ହାଥ ଜୋଡ କାର୍ଯ୍ୟକ୍ରମ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା କୁ ଲୋକଲୋଚନକୁ ଆଣିବାକୁ କଂଗ୍ରେସ ସଜାଗ ରହିଛି । ଏବେ ସଂଗଠନ କୁ ଅଧିକ ମଜବୁତ କରି ସାଧାରଣ ଲୋକଙ୍କ ନିକଟକୁ ଯାଇ ବୁଝାଇବ କଂଗ୍ରେସ। ଏନେଇ ଆସନ୍ତା 26 ରୁ ଆରମ୍ଭ ହେଉଛି ହାତ ସେ ହାଥ ଜୋଡ କାର୍ଯ୍ୟକ୍ରମ। 28 ତାରିଖରେ ଭୁବନେଶ୍ୱର ଶିଶୁ ଭବନ ଛକ ରୁ ଏକ ବିଶାଳ ରାଲି ବାହାରି କଂଗ୍ରେସ ଭବନ ଯିବ। ହାତ ସେ ହାଥ ଜୋଡ କାର୍ଯ୍ୟକ୍ରମ କୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପ୍ରାୟ 2000 କଂଗ୍ରେସ କର୍ମୀ ନେତା ଏକାଠି ହେବେ। ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ସବୁ ଜିଲ୍ଲାରେ ହାତ ସେ ହାଥ ଜୋଡ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସାଧାରଣ ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚିବ । ଲୋକଙ୍କ ସହ ଯୋଡି ହେବ କଂଗ୍ରେସ। ପୂର୍ବରୁ ଯାହା କରିଛି ତାହା ସମସ୍ତଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।
ସେହିପରି ବରିଷ୍ଠ ନେତା ଜୟଦେବ ଜେନା କହିଛନ୍ତି ରାହୁଲ ଗାନ୍ଧୀଙ୍କ ଭାରତ ଜୋଡ ପଦଯାତ୍ରା ର ସଫଳତା କଂଗ୍ରେସକୁ ଅଧିକ କ୍ରିୟାଶୀଳ ହେବ । ସଂଗଠନ ସୁସଙ୍ଗଠିତ ହେବ। ଜାନୁଆରୀ 28 ରୁ ଭୁବନେଶ୍ୱର ରେ ହାତ ସେ ହାଥ ଜୋଡ କାର୍ଯ୍ୟକ୍ରମ ଆହୁରି ସଫଳତା ଆଣିବ। ଲୋକେ ରାଜ୍ୟ ଓ କେନ୍ଦ୍ର ସରକାର ବିଷୟରେ ସବୁ ଅବଗତ ହୋଇସାରିଲେଣି। ତେଣୁ କଂଗ୍ରେସ ଏଥର ଭଲ ପ୍ରଦର୍ଶନ କରିବ।
ସୂଚନାଯୋଗ୍ୟଯେ ରାଜ୍ୟରେ କଂଗ୍ରେସର ଭାରତ ଜୋଡ ଯାତ୍ରା ଜାରି ରହିଥିବା ବେଳେ, ଆସନ୍ତା 28 ରୁ ଦଳ ହାତ ସେ ହାତ ଜୋଡ କାର୍ଯ୍ୟକ୍ରମ ଆରମ୍ଭ କରିବ । ଏଥିପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଛି । ଉଭୟ କାର୍ଯ୍ୟକ୍ରମ ଜରିଆରେ ଦଳ ସଂଗଠନକୁ ଶକ୍ତିଶାଳୀ କରିବକୁ ଯୋଜନା ରଖିଛି ।
ଇଟିଭି ଭାରତ, ଭୁବନେଶ୍ବର