ଖୋର୍ଦ୍ଧା: ଜଟଣୀ ଗଜପତି ନଗରରେ ଥିବା ଜଣେ ବ୍ୟବସାୟୀଙ୍କ ଗୋଦାମରେ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏଥିରେ ବ୍ରହ୍ମପୁର, ଭୁବନେଶ୍ବର ଓ ଜଟଣୀ ଜିଏସଟି ଏନଫୋର୍ସମେଣ୍ଟ ବିଭାଗର 3 ଜଣିଆ ଟିମ ସହ ଜଟଣୀ ପୋଲିସ ସାମିଲ ହୋଇଥିଲେ ।
ଜୈନିକ ବ୍ୟବସାୟୀ ବିଭିନ୍ନ କମ୍ପାନୀର ଜିନିଷ ରଖି ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରନ୍ତି । ତେବେ ଚଢାଉକୁ ନେଇ ଆସିଥିବା ଜିଏସଟି କର୍ତ୍ତୃପକ୍ଷ ଏନେଇ କୌଣସି ମତାମତ ଦେବାକୁ ମନା କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ