ETV Bharat / state

ଓଡ଼ିଶା ଅକ୍ଷୟ ଶକ୍ତି ନୀତି ୨୦୨୨: ୫୧ ହଜାର କୋଟି ଟଙ୍କାର ନିବେଶ ପାଇଁ ୩ MOU ସ୍ୱାକ୍ଷରିତ

ମେକ୍ ଇନ୍ ଓଡ଼ିଶା କନକ୍ଲେଭର(Make in Odisha Conclave)ରେ ଦ୍ବିତୀୟ ଦିନରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି - ୨୦୨୨ ଘୋଷିତ ହୋଇଛି । ଏଥିଲାଗି ୫୧ ହଜାର କୋଟି ଟଙ୍କାର ନିବେଶ ପାଇଁ ୩ ଏମଓୟୁ ସ୍ବାକ୍ଷରିତ ହୋଇଛି । ଅଧିକ ପଢନ୍ତୁ

author img

By

Published : Dec 1, 2022, 8:25 PM IST

ଓଡ଼ିଶା ଅକ୍ଷୟ ଶକ୍ତି ନୀତି ୨୦୨୨: ୫୧ ହଜାର କୋଟି ଟଙ୍କାର ନିବେଶ ପାଇଁ ୩ ଏମଓୟୁ ସ୍ବାକ୍ଷରିତ

ଭୁବନେଶ୍ବର: ମେକ୍ ଇନ୍ ଓଡ଼ିଶା କନକ୍ଲେଭ (Make in Odisha Conclave)ର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି - ୨୦୨୨ ଘୋଷିତ ହୋଇଛି । ଘୋଷଣା କରିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଅକ୍ଷୟ ଶକ୍ତି ସମ୍ପର୍କିତ ଏକ ବିଜିନେସ୍ ଲିଡର ଅଧିବେଶନରେ ଯୋଗଦେଇ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ବକ୍ତବ୍ୟ ରଖିବା ସହିତ ଅକ୍ଷୟ ଶକ୍ତି ନୀତି ଘୋଷଣା କରିଛନ୍ତି । ଅକ୍ଷୟ ଶକ୍ତି କ୍ଷେତ୍ରରେ ୫୧ ହଜାର କୋଟି ଟଙ୍କାର ନିବେଶ ପାଇଁ ୩ ଏମଓୟୁ ସ୍ବାକ୍ଷରିତ ହୋଇଛି ।

‘ସବୁଜ ଶକ୍ତି ଅଭିମୁଖେ’ ଶୀର୍ଷକ ଏହି ବକ୍ତୃତାମାଳାରେ ମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତାରେ ୧୦ ହଜାର ମେଗାୱାଟ୍ ବୃଦ୍ଧି ପାଇଁ ନୀତିରେ ବ୍ୟବସ୍ଥା ରହିଛି । ଏହା ସହିତ ରାଜ୍ୟରେ ବିଭିନ୍ନ ଅକ୍ଷୟ ଶକ୍ତି ପ୍ରକଳ୍ପ ବିକାଶ ଲାଗି ବହୁମୁଖୀ ରିହାତି ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି ।" ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ଵାଗତ ବକ୍ତବ୍ୟ ରଖିଛନ୍ତି । ପରେ ଏନ୍‌ପିସିର ସିଏମ୍‌, ଏସ୍କେଭିଏନ୍‌ଏଲ୍‌ (SKVNL)ର ସିଏମ୍‌ଡ଼ି, ଟାଟା ପାୱାରର ସିଇଓ ତଥା ଏମଡି, ହିଣ୍ଡାଲ୍‌କୋର ଏମ୍‌ଡିଙ୍କ ସମେତ ଇଣ୍ଟରନ୍ୟାସନାଲ୍ ସୋଲାର ଆଲିୟାନ୍ସର ପୂର୍ବତନ ମହାନିର୍ଦ୍ଦେଶକ ଉପେନ୍ଦ୍ର ତ୍ରିପାଠୀ ବକ୍ତବ୍ୟ ରଖିଛନ୍ତି । ରାଜ୍ୟରେ ଅକ୍ଷୟ ଶକ୍ତି ବିକାଶ ଉପରେ ମତାମତ ଦେଇଛନ୍ତି ।

ଏହା ବି ପଢନ୍ତୁ- Make In Odisha Conclave: ରୂପାନ୍ତରିତ ଓଡିଶାର ଚିତ୍ର ଦେଖିଲା ବିଶ୍ୱ

ଶକ୍ତି ବିଭାଗ ପକ୍ଷରୁ ତିନୋଟି କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ସହିତ ବୁଝାମଣା ସ୍ବାକ୍ଷରିତ ହୋଇଛି । ଏନ୍‌ପିସି, ଏସ୍‌ଭିଏନ୍‌ଏଲ୍‌ ଓ ଏନ୍‌ଏଲ୍‌ସି ସହିତ ଗ୍ରୀଡ଼କୋ ଏହି ବୁଝାମଣାପତ୍ର ସ୍ବାକ୍ଷର କରିଛି । ବୁଝାମଣାପତ୍ର ଗୁଡ଼ିକରେ ସମୁଦାୟ ୫୧ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶର ବ୍ୟବସ୍ଥା ରହିଛି । ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୨୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ୨୬୦୦ ଲୋକଙ୍କୁ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ଶକ୍ତି ସଚିବ ସୂଚନା ଦେଇଛନ୍ତି ।

ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, "ଅକ୍ଷୟ ଶକ୍ତି କ୍ଷେତ୍ରରେ ସବୁଠୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଅକ୍ଷୟ ଶକ୍ତି କ୍ଷେତ୍ରରେ ୧୭ଟି ସଂସ୍ଥା ୧.୫ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । NTPC ୧୭ ହଜାର କୋଟି, ସତଲେଜ ଜଳ ବିଦ୍ୟୁତ ନିଗମ ୩୦ ହଜାର କୋଟି, ନେଭିଲି ଲିଗନାଇଟ ୪ ହଜାର ପୁଞ୍ଜିନିବେଶ ପାଇଁ MOU ସ୍ବାକ୍ଷର କରିଛନ୍ତି । ରାଜ୍ୟ ସରକାର ନୂଆ ଅକ୍ଷୟ ଶକ୍ତି ପଲିସି ଆଣିଛନ୍ତି । ଯାହା ୨୦୩୦ ଯାଏ ବଳବତ୍ତର ରହିବ । ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ୧୦ ହଜାର ମେଗାୱାଟ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ୨୦୩୦ ସୁଦ୍ଧା ସବୁ ଶିଳ୍ପସଂସ୍ଥା ବ୍ୟବହାର ବିଜୁଳିରୁ ୪୩ ପ୍ରତିଶତ ଅକ୍ଷୟ ଶକ୍ତିରୁ ବ୍ୟବହାର କରିବେ ବୋଲି ନୂଆ ପଲିସିରେ ବ୍ୟବସ୍ଥା କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.