ETV Bharat / state

ଡାକ୍ତରଙ୍କ ନାଁରେ ସର୍ବସାଧାରଣ ରାସ୍ତା: ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ - ଜମି ଘୋଟାଲା

ରାଜଧାନୀ ଉପକଣ୍ଠ ରଘୁନାଥ ପୁର ଅଞ୍ଚଳରେ ଜମି ଦୁର୍ନୀତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 17, 2019, 9:04 AM IST

ଭୁବନେଶ୍ବର: ରାଜଧାନୀରେ ଜମି ଦୁର୍ନୀତିର ଆଉ ଏକ ଖୁଲାସା । ସର୍ବସାଧାରଣଙ୍କ ରାସ୍ତା ଏବେ ବ୍ୟକ୍ତିଗତ ମାଲିକାନାରେ । ରାଜଧାନୀ ଉପକଣ୍ଠ ରଘୁନାଥପୁର ଅଞ୍ଚଳରେ ଘଟିଛି ଏପରି ଘଟଣା। ଆର ଆଇ ଅଫିସ ଠାରୁ ଆରମ୍ଭ କରି ତହସିଲ ଅଫିସର କର୍ମଚାରୀଙ୍କ ସହ ସ୍ଥାନୀୟ ପୋଲିସ ସହଭାଗିତାରେ ଜମି ଦଲାଲ ହାତେଇଛନ୍ତି ଜମି ପଟ୍ଟା । ଯାହାକୁ ନେଇ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି ଅଭିଯୋଗ ।

ସୂଚନାରୁ ପ୍ରକାଶ କି ଚନ୍ଦକା ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଘଟିଛି ଏହି ଦୁର୍ନୀତି। କପିଳ ପ୍ରସାଦ ଅଞ୍ଚଳର ସୁମନ୍ତ ବଳିଆରସିଂ 2017 ମସିହାରେ ରଘୁନାଥପୁର ମୌଜାର ଖାତା ନଂ 729/127 ପ୍ଲଟ ନଂ 2189/2000 ଏରିଆ ଜାଗାକୁ ଚୁକ୍ତି ପତ୍ର ଜରିଆରେ କିଣିଥିଲେ । ପରେ ସେହି ଜାଗା ବିଷୟରେ ଜାଣିବାକୁ ତଦନ୍ତ କରିବାରୁ ସେହି ଜାଗାଟି 1972 ମସିହାରେ ପୁରୀ ଜିଲ୍ଲାପାଳଙ୍କ ଦ୍ବାରା ରାସ୍ତାରେ ସୂଚିତ ଥିବା ଜାଣିବାକୁ ପାଇଲେ । ତେଣୁ ସେ ଜମି ମାଲିକଙ୍କୁ ଏ ବିଷୟରେ ଅବଗତ କରାଇ ସେ ଜାଗା ନେବେ ନାହିଁ ବୋଲି କହିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତି ଜମିକୁ ପୁଣି 2018 ମସିହାରେ କଟକ ଏସସିବି ମେଡିକାଲରେ କାର୍ଯ୍ୟରତ ଆଖି ଡାକ୍ତରଙ୍କୁ ବିକ୍ରୟ କରିଥିବା ଜାଣିବାକୁ ପାଇଲେ । ଯାହାକୁ ଭୁବନେଶ୍ବର ତହସିଲ କାର୍ଯ୍ୟାଳୟର ତହସିଲଦାର, ଉପଜିଲ୍ଲାପାଳ ଓ ନନ୍ଦନକାନନ ଥାନାର ଭାରପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନେ ଜାଗା ଚିହ୍ନଟ କରାଇ ଦଖଲଦେଲେ । ଯାହାକୁ ବିରୋଧ କରିବା ସହିତ ନନ୍ଦନକାନନ ଥାନାରେ ଏକ ଏତଲା ଦାଖଲ କରିଥିଲେ । କିନ୍ତୁ ଜମି ଦଲାଲଙ୍କ ସହିତ ମିଳିତ ହୋଇଥିବାରୁ ଥାନାଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସେ କୋର୍ଟରେ କେସ ଦାଖଲ କଲେ । ଯେଉଁଥିରେ କୋର୍ଟ ଏହାର ତଦନ୍ତ କରି ଜଣାଇବାକୁ କହିଥିଲେ । କିନ୍ତୁ ଥାନାଧିକାରୀ ଏହା ନକରି ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ଏହାର ସମାଧାନ କରିବାକୁ ସେହି ରାସ୍ତାର ବ୍ୟବହାର ଉପରେ ନିର୍ଭରଶୀଳ ବ୍ୟକ୍ତିଙ୍କ ଠାରୁ 5 ଲକ୍ଷ ଲେଖାଏଁ ଟଙ୍କା ମାଗି ସମାଧାନ କରିବାକୁ ଧମକ ଦେଇଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି।

ଯାହାକୁ ମାନ୍ୟବର ମାନବାଧିକାର କମିଶନ ଓ ଲୋକାୟୁକ୍ତଙ୍କ ଜରିଆରେ ନ୍ୟାୟ ପାଇବା ପାଇଁ ଅଭିଯୋଗକାରୀ ସୁମନ୍ତ ବଳିଆର ସିଂ ନିବେଦନ କରିଛନ୍ତି । କମିଶନରେଟ ପୋଲିସ ଅଞ୍ଚଳରେ ଏପରି ଜମି ଜାଲିଆତି ହେଉଥିବାବେଳେ ଏଥିରେ ସମ୍ପୃକ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଜମି ଦଲାଲଙ୍କ ବିରୁଦ୍ଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାଜଧାନୀ ରେ ଜମି ଦୁର୍ନୀତିର ଆଉ ଏକ ଖୁଲାସା।ସର୍ବସାଧାରଣଙ୍କ ରାସ୍ତା ଏବେ ବ୍ୟକ୍ତିଗତ ମାଲିକାନା ରେ।ରାଜଧାନୀ ଉପକଣ୍ଠ ରଘୁନାଥ ପୁର ଅଞ୍ଚଳରେ ଘଟିଛି ଏପରି ଘଟଣା।ଆର ଆଇ ଅଫିସ ଠାରୁ ଆରମ୍ଭ କରି ତହସିଲ ଅଫିସ ର କର୍ମଚାରୀଙ୍କ ସହ ସ୍ଥାନୀୟ ପୋଲିସ ସହଭାଗିତାରେ ଜମି ଦଲାଲ ହାତେଇଛନ୍ତି ଜମି ପଟ୍ଟା।ଯାହାକୁ ନେଇ ମାନବାଧିକାର କମିଶନଙ୍କ ନିକଟରେ ପହଁଚିଛି ଅଭିଯୋଗ।

Body:ସୂଚନାରୁ ପ୍ରକାଶ କି ଚନ୍ଦକା ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଘଟିଛି ଏହି ଘଟାଲା।କପିଳ ପ୍ରସାଦ ଅଞ୍ଚଳର ସୁମନ୍ତ ବଳିଆରସିଂ 2017 ମସିହାରେ ରଘୁନାଥ ପୁର ମୌଜାର ଖାତା ନଂ 729/127 ପ୍ଲଟ ନଂ 2189/2000 ଏରିଆ ଜାଗା କୁ ଚୁକ୍ତି ପତ୍ର ଜରିଆରେ କିଣିଥିଲେ।ପରେ ସେହି ଜାଗା ବିଷୟରେ ଜାଣିବାକୁ ତଦନ୍ତ କରିବାରୁ ସେହି ଜାଗାଟି 1972 ମସିହାରେ ପୁରୀ ଜିଲ୍ଲାପାଳଙ୍କ ଦ୍ୱାରା ରାସ୍ତାରେ ସୂଚିତ ଥିବା ଜାଣିବାକୁ ପାଇଲେ।ତେଣୁ ସେ ଜମି ମାଲିକଙ୍କୁ ଏ ବିଷୟରେ ଅବଗତ କରାଇ ସେ ଜାଗା ନେବେ ନାହିଁ ବୋଲି କହିଥିଲେ।ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତି ଜମିକୁ ପୁଣି 2018 ମସିହାରେ କଟକ ଏସ ସି ବି ମେଡିକାଲ ରେ କାର୍ଯ୍ୟରତ ଆଖି ଡାକ୍ତରଙ୍କୁ ବିକ୍ରୟ କରିଥିବା ଜାଣିବାକୁ ପାଇଲେ।ଯାହାକୁ ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟର ତହସିଲଦାର,ଉପଜିଲ୍ଲାପାଳ ଓ ନନ୍ଦନକାନନ ଥାନାର ଭାରପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନେ ଜାଗା ଚିହ୍ନଟ କରାଇ ଦଖଲଦେଲେ।ଯାହାକୁ ବିରୋଧ କରିବା ସହିତ ନନ୍ଦନ କାନନ ଥାନାରେ ଏକ ଏତେଲା ଦାଖଲ କରିଥିଲେ ।କିନ୍ତୁ ଜମି ଦଲାଲଙ୍କ ସହିତ ମିଳିତ ହୋଇଥିବାରୁ ଥାନାଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସେ କୋର୍ଟ ରେ କେସ ଦାଖଲ କଲେ।ଯେଉଁଥିରେ କୋର୍ଟ ଏହାର ତଦନ୍ତ କରି ଜଣାଇବାକୁ କହିଥିଲେ।କିନ୍ତୁ ଥାନାଧିକାରୀ ଏହା ନକରି ତାଙ୍କ ମାନସିକ ନିର୍ଯାତନା ଦେବା ସହ ସେହି ଏହାର ସମାଧାନ କରିବାକୁ ସେହି ରାସ୍ତାର ବ୍ୟବହାର ଉପରେ ନିର୍ଭରଶୀଳ ବ୍ୟକ୍ତିଙ୍କ ଠାରୁ 5 ଲକ୍ଷ ଲେଖାଏ ଟଙ୍କା ମାଗି ସମାଧାନ କରିବାକୁ ଧମକ ଦେଇଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି।

Conclusion:ଯାହାକୁ ମାନ୍ୟବର ମାନବାଧିକାର କମିଶନ ଓ ଲୋକାୟୁକ୍ତ ଙ୍କ
ଜରିଆରେ ନ୍ୟାୟ ପାଇବା ପାଇଁ ଅଭିଯୋଗକାରୀ ସୁମନ୍ତ ବଳିଆର ସିଂ ନିବେଦନ କରିଛନ୍ତି।କମିଶନରେଟ ପୋଲିସ ଅଞ୍ଚଳରେ ଏପରି ଜମି ଜାଲିଆତି ହେଉଥିବା ବେଳେ ଏଥିରେ ସମ୍ପୃକ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଜମି ଦଲାଲଙ୍କ ବିରୁଦ୍ଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ବାଇଟ-ଅଭିଯୋଗକାରୀ-ସୁମନ୍ତ ବଳିଆରସିଂ
ବାଇଟ-ଆଡଭୋକେଟ-ହିମାଂଶୁ ଶେଖର ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.