ETV Bharat / state

ବିଦେଶୀ ପ୍ରତିନିଧି ମଣ୍ଡଳୀଙ୍କ ବିଧାନସଭା ପରିଦର୍ଶନ

author img

By

Published : Apr 16, 2023, 1:03 PM IST

ଓଡ଼ିଶା ବିଧାନସଭା ପରିଦର୍ଶନ ୩୫ ଜଣିଆ ଯୁବ ବିଦେଶୀ ପ୍ରତିନିଧି ମଣ୍ଡଳୀ । ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ପକ୍ଷରୁ ପ୍ରାୟୋଜିତ ହୋଇଛି ଜେନ ନେକ୍ସଟ ଡେମୋକ୍ରାସି ନେଟୱାର୍କ କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

ଓଡ଼ିଶା ବିଧାନସଭା ପରିଦର୍ଶନ ୩୫ ଜଣିଆ ଯୁବ ବିଦେଶୀ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ବର: ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ପକ୍ଷରୁ ପ୍ରାୟୋଜିତ ହୋଇଛି ଜେନ ନେକ୍ସଟ ଡେମୋକ୍ରାସି ନେଟୱାର୍କ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଦେଶର ୩୫ ଜଣିଆ ଯୁବ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ସଂପୃକ୍ତ ଦେଶର କେତେକ ସାଂସଦ ଓ ମେୟର ଅଛନ୍ତି ।

ବେଲଜିୟମ, ବ୍ରାଜିଲ, ବୁଲଗେରିଆ, କ୍ରୋଏସିଆ, ଗୁଏନା, ମଙ୍ଗୋଲିଆ, ପର୍ତ୍ତୁଗାଲ ଏବଂ ଦକ୍ଷିଣ ଆଫ୍ରିକାର ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ପ୍ରତିନିଧି ଦଳରେ ସଂପୃକ୍ତ ଦେଶର ବିଭିନ୍ନ ରାଜନୈତିକ ଦଳର ସଦସ୍ୟ, ଯୁବ ଉଦ୍ୟୋଗୀ ଏବଂ ଯୁବନେତା ସାମିଲ ହୋଇ ଓଡ଼ିଶା ବିଧାନସଭା ବୁଲି ଦେଖିଛନ୍ତି । ଏହ ସହ ବିଧାନସଭାର ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ଅବଗତ ହୋଇଛନ୍ତି । ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷରେ ଏହି ପ୍ରତିନିଧି ମଣ୍ଡଳୀଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ।

ଉପ-ବାଚସ୍ପତି କହିଛନ୍ତି, ଜେନ ନେକ୍ସଟ ଡେମୋକ୍ରାସି ନେଟୱାର୍କ କାର୍ଯ୍ୟକ୍ରମ ଆଇସିସିଆର ଏକ ପ୍ରଶଂସନୀୟ କାର୍ଯ୍ୟ କରିଛି । ଏହି ପରିଦର୍ଶନ ଫଳରେ ଆମର ଜ୍ଞାନ ବୃଦ୍ଧି ସମେତ ଅନ୍ୟ ଦେଶମାନଙ୍କ ସହ ସାଂସ୍କୃତିକ ସଂପର୍କ ସୁଦୃଢ଼ ହୋଇଛି । ବନ୍ଧୁତ୍ୱପୂର୍ଣ୍ଣ ଅନୁଭବ ଓ ଭ୍ରାତୃତ୍ୱଭାବ ବୃଦ୍ଧି ଘଟିଛି । ଓଡ଼ିଶାର ପ୍ରାଚୀନ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ସଂପର୍କରେ ଜ୍ଞାନ ଆହରଣ ପୂର୍ବକ ଏହି କାର୍ଯ୍ୟକ୍ରମ ସଫଳ ହେବ । ଏଥି ସହିତ ଉପବାଚସ୍ପତି ଓଡ଼ିଶା ଏବଂ ବିଧାନସଭା ସଂପର୍କିତ ପ୍ରତିନିଧି ଦଳ ସଦସ୍ୟମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି । ଉପବାଚସ୍ପତି ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ପକ୍ଷରୁ ପ୍ରତିନିଧି ମଣ୍ଡଳୀଙ୍କୁ ଉତ୍ତରୀୟ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।’’

ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ପ୍ରତିନିଧି ମଣ୍ଡଳୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଚିନ୍ତାଧାରା, ସଂସ୍କୃତି ଏବଂ ସଂପର୍କ ସୁଦୃଢ଼ ହେଉଛି । ପାରସ୍ପରିକ ଭାବ ବିନିମୟ କ୍ରମେ ଆମେ ସମଗ୍ର ପୃଥିବୀକୁ ବସୁଧୈବ କୁଟୁମ୍ବକମ୍‌ ନୀତିରେ ଗୋଟିଏ ବଡ଼ ଗ୍ରାମ ଭାବରେ ଉପଲବ୍ଧି କରିବାର ଏକ ସୁଯୋଗ ପାଇଛେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରତିନିଧି ମଣ୍ଡଳୀଙ୍କୁ ଓଡ଼ିଶା ବିଧାନସଭାକୁ ସ୍ୱାଗତ ଜଣାଇଛନ୍ତି । ସେମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଓଡ଼ିଶାର ସମୃଦ୍ଧ କଳା, ସ୍ଥାପତ୍ୟ, ସଂସ୍କୃତି ସହିତ ଏକ ସୁସ୍ଥ ରାଜନୈତିକ ପରମ୍ପରା ସମ୍ବନ୍ଧରେ ଅବଗତ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.