ETV Bharat / state

ଗ୍ୟାସ ଟାଙ୍କି ଫାଟି ୨ ଆହତ

ଖୋର୍ଦ୍ଧାରେ ଗ୍ୟାସ ଟାଙ୍କି ଫାଟି ୨ଜଣ ଆହତ ହୋଇଥିବା ବେଳେ ଟିଭି, ଫ୍ୟାନ,  ବହି, ଲୁଗା, ରାସନ୍ କାର୍ଡ଼, ଆଧାର କାର୍ଡ଼ ଭଳି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ୪୨ହଜାର ଟଙ୍କା ପୋଡ଼ି ନଷ୍ଟ ହୋଇଥିବା ଜଣାପଡିଛି ।

author img

By

Published : Jul 10, 2019, 9:39 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଖୋର୍ଦ୍ଧାରେ ଗ୍ୟାସ ଟାଙ୍କି ଫାଟି ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ବୁଧବାର ଚିଲିକା ବ୍ଲକ ସାନ ନଇରିରେ ଗ୍ୟାସ ଟାଙ୍କି ଫାଟି ୨ଜଣ ଆହତ ହୋଇଥିବା ବେଳେ ଟିଭି, ଫ୍ୟାନ, ବହି, ଲୁଗା, ରାସନ୍ କାର୍ଡ଼, ଆଧାର କାର୍ଡ଼ ଭଳି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ୪୨ହଜାର ଟଙ୍କା ପୋଡ଼ି ନଷ୍ଟ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁଯାୟୀ, ସୁକାନ୍ତ ସାହୁଙ୍କ ମା’ ଘରେ ରୋଷେଇ କରୁଥିବା ବେଳେ କୈଣସି କାରଣରୁ ଅଚାନକ ଗ୍ୟାସ ଲିକ୍ ହୋଇଥିଲା । ଦେଖୁଦେଖୁ ଗ୍ୟାସ ଟାଙ୍କି ଫାଠି ଆଜବେଷ୍ଟ ଘରର ଛାତ ଉଡାଇ ଦେଇଥିଲା । ସ୍ଥାନୀୟ ଲୋକେ ଖବର ପାଇ ଗଙ୍ଗାଧରପୁର ଦମକଳ ବାହିନୀକୁ ଖବର ଦେଇଥିଲେ ।

ଏହାପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏପଟେ ଅଗ୍ନିବିପନ୍ନ ପରିବାରକୁ ସରକାରଙ୍କ ତରଫରୁ ତୁରନ୍ତ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ

Intro:ସ୍ଲଗ :- ଭିଜିଲାନ୍ସ ଚଢାଉ ସମୟରେ ସରପଞ୍ଚଙ୍କ ଘରୁ ମିଳିଲା ମାଉଜର ସହ ଛଅ ରାଉଣ୍ଡ ଜୀବନ୍ତ ଗୁଳି -ଚାଲିଛି ସମ୍ପତ୍ତିର ଆକଳନ ...
ରିପୋର୍ଟର:ସମୀର ଆଚାର୍ଯ୍ୟ,
ଫମାର୍ଟ :ଏଭିଓ+ବାଇଟ୍,
ସ୍ଥାନ : ବ୍ରହ୍ମପୁର,
ତାରିଖ : ୦୯-୦୭-୧୯. -(ଭିଜୁଆଲ ଓ ବାଇଟ୍ ମୋଜା ରେ ଯାଇଛି ଏବଂ ଗୋଟିଏ ଫୋଟ wrap ରେ ଯାଇଛି ।)
(ଆଙ୍କର):- ଭିଜିଲାନ୍ସ ଚଢାଉ ସମୟରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକର ଆଙ୍କରଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଉଷାନ୍ତ ସାହୁ ଙ୍କ ବାସଭବନ ରୁ ମିଳିଛି ଗୋଟିଏ ମାଉଜର ସହ ଛଅ ରାଉଣ୍ଡ ଜୀବନ୍ତ ଗୁଳି । ହେଲେ ଏହି ମାଉଜର ସହ ଗୁଳି କେଉଁଠି ଆସିଲା ତାହାକୁ ଭିଜିଲାନ୍ସ ବିଭାଗ ଜବତ କରିବା ପରେ ପୋଲିସ ବିଭାଗକୁ ଏହି ବନ୍ଧୁକ ଓ ଗୁଳି କୁ ହସ୍ତାନ୍ତର କରିବା ସହ ପୋଲିସ ଅଧିକ ତଦନ୍ତ କରିବା ପାଇଁ ବିଭାଗ ପକ୍ଷରୁ ଚିଠି ଲେଖାଯିବା । ସେପଟେ ଛଅଟି ସରପଞ୍ଚ ସରପଞ୍ଚଙ୍କ ଦଶ ଲକ୍ଷ ଟଙ୍କାର ମୋଟ ୧୧ ଟି ପ୍ଲଟ ରହିଥିବା ବେଳେ ୪ ଟି ଘର ରହିଥିବା ଏବଂ ୬୧୫ ଗ୍ରାମ୍ ର ସୁନା ଅଳଙ୍କାର ଓ ୧୪ ଶହ ଗ୍ରାମର ରୂପା ଅଳଙ୍କାର ସହ ନଗଦ ୪୪ ହଜାର ଟଙ୍କା ଜବତ କରାଯାଇଛି । ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୨୮ ଲକ୍ଷ ୮୦ ହଜାର ଟଙ୍କା ରହିଥିବା ବେଳେ ସରପଞ୍ଚ ଙ୍କ ଦୁଇଟି ଦାମୀ କାର ରହିଥିବା ବେଳେ ଗୋଟିଏ ବୁଲେଟ କୁ ମିଶାଇ ଦୁଇଟି ମୋଟର ସାଇକେଲ ରହିଥିବା ଚଢାଉ ସମୟରେ ସ୍ପଷ୍ଟ କରାଯାଇଛି । ଏହି ଘଟଣାରେ ଆହୁରି ଖୋଳତାଳ ଜାରି ରହିଥିବା କହିଛନ୍ତି ବ୍ରହ୍ମପୁର ର ଭିଜିଲାନ୍ସ ଏସ୍. ପି ମାୟାଧର ସ୍ୱାଇଁ । ସେପଟେ ସରପଞ୍ଚ ଙ୍କ ଘରେ ଆୟବର୍ହିଭୂତ ସମ୍ପତ୍ତି ଠାବ ହେବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବାଇଟ୍- ମାୟାଧର ସ୍ୱାଇଁ (ଭିଜିଲାନ୍ସ ଏସ୍.ପି,ବ୍ରହ୍ମପୁର)
Body:ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ ଙ୍କ ରିପୋର୍ଟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.