ETV Bharat / state

ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ, ପରିବର୍ତ୍ତନ ପାଇଁ ଯୁବବର୍ଗଙ୍କ ଦକ୍ଷତା ବିକାଶ ଜରୁରୀ : କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ - ଜି୨୦ ସଦସ୍ୟ ରାଷ୍ଟ୍ର

ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ । ଯୋଗ ଦେଲେ ଜି-୨୦ ସଦସ୍ୟ ରାଷ୍ଟ୍ର-ସମୂହର ପ୍ରତିନିଧି ମଣ୍ଡଳୀ । ଅଧିକ ପଢ଼ନ୍ତୁ

ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ

author img

By

Published : Apr 27, 2023, 10:15 PM IST

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଅନୁଷ୍ଠିତ ହୋଇଛି । ଯୋଗ ଦେଲେ ଜି-୨୦ ସଦସ୍ୟ ରାଷ୍ଟ୍ର-ସମୂହର ପ୍ରତିନିଧି ମଣ୍ଡଳୀ। ଉଦଘାଟନୀ ବକ୍ତବ୍ୟ ଦେଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାଷ ସରକାର । ଏହି ବୈଠକରେ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ସଚିବ କେ.ସଞ୍ଜୟ ମୂର୍ତ୍ତି, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାରଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଛନ୍ତି । ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ୨୭ଟି ନିମନ୍ତ୍ରିତ ରାଷ୍ଟ୍ର, ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ, ୟୁନିସେଫ, ୟୁନେସ୍କୋ ଏବଂ ଆର୍ଥିକ ସହଯୋଗ ଓ ବିକାଶ ସଂଗଠନ(ଓଇସିଡି)ର ୬୦ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଛନ୍ତି ।

ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ
ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ

ସୁବାଷ ସରକାର କହିଛନ୍ତି, "ଭାରତର ଅଧ୍ୟକ୍ଷତା ଅଧୀନରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଶିକ୍ଷାର ପ୍ରସାର, ଗୁଣବତ୍ତା ଓ ପରିଣାମରେ ସୁଧାର ଆଣିବା ଲାଗି ସାଧାରଣ ବାସ୍ତବତା ଉପରେ ଆଲୋକପାତ କରିବା ଏବଂ ସାଧାରଣ ପ୍ରତିବଦ୍ଧତାକୁ ଦୋହରାଇବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛି । ଆଜିର ଦୁନିଆରେ ବଡ଼ ପରିବର୍ତ୍ତନ ସବୁ ଦେଖିବାକୁ ମିଳୁଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଣ୍ଡଷ୍ଟ୍ରୀ 4.0 ଏବଂ ୱେବ 3.0 ଆଦି ଉଲ୍ଲେଖନୀୟ ଭାବେ କାର୍ଯ୍ୟସ୍ଥଳୀ ଉପରେ ପ୍ରଭାବ ପକାଇବ । ଏହି ପରିବର୍ତ୍ତିତ କାର୍ଯ୍ୟ ପରିସ୍ଥିତି ସହିତ ଖାପଖୁଆଇବା ଲାଗି ଆମର ଯୁବବର୍ଗଙ୍କୁ ଆବଶ୍ୟକ ଦକ୍ଷତା ବିକାଶ ଏବଂ ଦୃଷ୍ଟିକୋଣ ସହିତ ପ୍ରସ୍ତୁତ କରିବାକୁ ହେବ । ସମସ୍ତଙ୍କ ପାଇଁ ସମାନ ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ବିକଶିତ କରିବା ଲାଗି ସହଭାଗିତା ନିମନ୍ତେ ସେ ଆହ୍ୱାନ ଦେଇଛନ୍ତି । ସମାଜ କଲ୍ୟାଣ ଲକ୍ଷ୍ୟ ହାସଲ ପାଇଁ ମିଳିତ ଭାବେ ଗବେଷଣା ଓ ଉଦ୍ଭାବନ ଇକୋସିଷ୍ଟମ ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି ।"

ଯୋଗ ଦେଲେ ଜି-୨୦ ସଦସ୍ୟ ରାଷ୍ଟ୍ର-ସମୂହର ପ୍ରତିନିଧି ମଣ୍ଡଳୀ

ବୈଠକ ପୂର୍ବରୁ ଆଜୀବନ ଅଧ୍ୟୟନ ଓ ଭବିଷ୍ୟତର କାର୍ଯ୍ୟ ବିଷୟବସ୍ତୁ ଉପରେ ଏକାଧିକ ସେମିନାର, ପାନେଲ ଆଲୋଚନା ଓ କର୍ମଶାଳା ଭଳି ପ୍ରାକ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେମିନାରରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପ ସଂସ୍ଥା, ସରକାର ଏବଂ ସିଙ୍ଗାପୁର ଉଚ୍ଚାୟୁକ୍ତର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ଏପ୍ରିଲ ୧ ତାରିଖ ଉତ୍କଳ ଦିବସଠାରୁ ଏକ ମାସ ଧରି ରାଜ୍ୟବ୍ୟାପୀ ‘ଜନ ଭାଗିଦାରୀ’ ଅଭିଯାନ ଆୟୋଜନ କରାଯାଇଥିଲା । ଏହି ଅଭିଯାନରେ ଓଡ଼ିଶାର ୩୫ରୁ ଅଧିକ ଅନୁଷ୍ଠାନର ୧ଲକ୍ଷରୁ ଅଧିକ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.