ETV Bharat / state

ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ତୁରନ୍ତ କରାଯାଉ: ଶ୍ରୀକାନ୍ତ ଜେନା

ଜାତିଭିତ୍ତିକ ଗଣନା ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ ତୁରନ୍ତ ଗଣନା କରିବାକୁ କଲେ ଦାବି ।

author img

By ETV Bharat Odisha Team

Published : Oct 5, 2023, 7:05 PM IST

Updated : Oct 5, 2023, 8:39 PM IST

Former Union Minister Srikant Jena press meet
Former Union Minister Srikant Jena press meet
ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ତୁରନ୍ତ କରାଯାଉ: ଶ୍ରୀକାନ୍ତ ଜେନା

ଭୁବନେଶ୍ବର: ଓଡ଼ିଶାରେ ଜାତିଭିତିକ ଜନ ଗଣନା ତୁରନ୍ତ କରାଯାଉ । ଆଜି ସାମ୍ବାଦିକ ସମ୍ମିଳନୀ କରି ଏନେଇ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମର୍ଥନ ଦେଇଥିବା ବେଳେ ଏ ପର୍ଯ୍ୟନ୍ତ କାହିଁକି କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ଯଦି ଏହାର ତୁରନ୍ତ ଜବାବ ନ ରଖନ୍ତି ତେବେ ଆବଶ୍ୟକ ପଡିଲେ ନଭେମ୍ବର ପ୍ରଥମ ସପ୍ତାହରେ ହରତାଳ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀକାନ୍ତ ।

ଏନେଇ ଶ୍ରୀକାନ୍ତ କହିଛନ୍ତି, "ରାଜ୍ୟରେ କାହିଁକି ହେଉନି ଜାତିଭିତ୍ତିକ ଗଣନା । ଜାତିଭିତ୍ତିକ ଜନଗଣନା ନହେବା ଫଳରେ ରାଜ୍ୟରେ ଯେତେ ପ୍ରକାର ଜାତି ଅଛନ୍ତି ସେମାନଙ୍କର ପ୍ରକୃତ ତଥ୍ୟ ମିଳିପାରୁ ନାହିଁ । ବିହାର ଭଳି ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା କରାଯାଉ । ଗତବର୍ଷଠାରୁ ରାଜ୍ୟ ସରକାର ନିଷ୍ପତ୍ତି ନେଲେ ଇକୋନୋମିକାଲି ୱିକର ସେକ୍ସନକୁ ୧୦ ପ୍ରତିଶତ ସଂରକ୍ଷଣ ଶିକ୍ଷା ଓ ଚାକିରିରେ ଦିଆଯିବ। ହେଲେ ରାଜ୍ୟରେ ବର୍ତ୍ତମାନ ରହିଥିବା ୫୪ ଭାଗ ଲୋକ ହେଉଛନ୍ତି ପଛୁଆ ବର୍ଗର । ମାତ୍ର ସେମାନଙ୍କୁ ଚାକିରି କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ମିଳିଥିବା ବେଳେ ଶିକ୍ଷାରେ ଜିରୋ ପ୍ରତିଶତ ସଂରକ୍ଷଣ ମିଳିଛି ।"

ଏହା ବି ପଢନ୍ତୁ- OBC ସର୍ଭେ ଆରମ୍ଭ, ରାଜଧାନୀର ୬୭ୱାର୍ଡରେ ଚାଲିଛି ଗଣନା

ସେ ଆହୁରି କହିଛନ୍ତି, " ସଂଖ୍ୟା ଯାହାର ଯେତେ ଭାଗ ପାଇବ ସେତେ' ଏଭଳି ନିୟମ ଓଡ଼ିଶା ସରକାର ଲାଗୁ କରନ୍ତୁ । ରାଜ୍ୟରେ ତୁରନ୍ତ ଜାତିଭିତ୍ତିକ ଜନଗଣନା କରିବା ସହ ୬% ସାଧାରଣବର୍ଗ ଲୋକଙ୍କୁ ଶିକ୍ଷା ଏବଂ ଚାକିରିରେ ୧୦ % ସଂରକ୍ଷଣ ସରକାର ଦେଇଥିବା ବେଳେ ସଂଖ୍ୟାଲଘୁଙ୍କୁ କାହିଁକି ସଂରକ୍ଷଣ ଦିଆଯାଇନାହିଁ ? ସେହିପରି ରାଜ୍ୟରେ ଥିବା ୫୪ ପ୍ରତିଶତ ପଛୁଆବର୍ଗ ଲୋକଙ୍କୁ ୫୪% ସଂରକ୍ଷଣ କାହିଁକି ଦିଆଯିବ ନାହିଁ ? ସରକାର ଯଦି ଏହାର ତୁରନ୍ତ ଜବାବ ନରଖନ୍ତି ତେବେ ଆବଶ୍ୟକ ପଡିଲେ ନଭେମ୍ବର ପ୍ରଥମ ସପ୍ତାହରେ ହରତାଳ କରାଯିବ । "

ଏହା ବି ପଢନ୍ତୁ- ପଛୁଆ ବର୍ଗ ସର୍ଭେ ଆରମ୍ଭ, ସାମିଲ ହେବାକୁ ସରକାରଙ୍କ ଅପିଲ୍

ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ ପ୍ରଶ୍ନ କରିଛନ୍ତି ଯେ ପଛୁଆବର୍ଗ, ଆଦିବାସୀ ଓ ଦଳିତଙ୍କ ଅଧିକାର ସମ୍ପର୍କରେ ବିଧାନସଭାରେ ଚର୍ଚ୍ଚା ହେଉନାହିଁ କାହିଁକି ? କାହିଁକି ଚୁପ ବସିଛନ୍ତି ଆମ ନେତାମାନେ ? ତେବେ ରାଜ୍ୟ ସରକାର ମେ ମାସରୁ ସାରା ରାଜ୍ୟରେ OBC ଗଣନା ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟ ସରକାର OBC ଗଣନା ରିପୋର୍ଟ ପ୍ରକାଶ କାହିଁକି କରିନାହାନ୍ତି ବୋଲି ଶ୍ରୀକାନ୍ତ ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 5, 2023, 8:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.