ETV Bharat / state

ହାତ ଧରିଲେ ପ୍ୟାରୀ ମହାପାତ୍ରଙ୍କ ଝିଅ, କହିଲେ ଭାରତ ଯୋଡ଼ୋ ଯାତ୍ରା ପ୍ରଭାବିତ କରିଛି - କଂଗ୍ରେସରେ ମିଶିଲେ ପ୍ୟାରୀ ମହାପାତ୍ରଙ୍କ ଝିଅ

କଂଗ୍ରେସରେ ମିଶିଲେ ଦିବଂଗତ ରାଜନେତା ତଥା ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି । ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ପ୍ରଭାବିତ ହୋଇ କଂଗ୍ରେସରେ ଯୋଗଦେଇଥିବା କହିଛନ୍ତି ସିକ୍ତା । ଅଧିକ ପଢ଼ନ୍ତୁ

କଂଗ୍ରେସରେ ମିଶିଲେ ପ୍ୟାରୀ ମହାପାତ୍ରଙ୍କ ଝିଅ ସିକ୍ତା ପତି

author img

By

Published : Feb 16, 2023, 6:58 AM IST

କଂଗ୍ରେସରେ ମିଶିଲେ ପ୍ୟାରୀ ମହାପାତ୍ରଙ୍କ ଝିଅ ସିକ୍ତା ପତି

ଭୁବନେଶ୍ବର: କଂଗ୍ରେସରେ ଯୋଗଦେଲେ ଦିବଂଗତ ରାଜନେତା ତଥା ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି । କଂଗ୍ରେସରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଯୋଗଦେବା ପରେ ଏବେ ସଂଗଠନକୁ ସକ୍ରିୟ କରିବା ନେଇ ଦଳରେ ନୂଆ ଆଶା ସଞ୍ଚାର ହୋଇଛି । ବୁଧବାର ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ ସାଂସଦ ପ୍ୟାରୀ ମହାପାତ୍ରଙ୍କ ଝିଅ ସିକ୍ତା ପତି । ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ତାଙ୍କୁ ପ୍ରଭାବିତ କରିଛି ବୋଲି କଂଗ୍ରେସରେ ଯୋଗଦେବା ପରେ ସିକ୍ତା କହିଛନ୍ତି ।

ନିକଟରେ ଦିଲ୍ଲୀ ଯାଇ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସାଧାରଣ ସମ୍ପାଦକ କେସି ବେଣୁ ଗୋପାଳ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସର ହାତ ଧରିଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ସେ ଦଳରେ ଯୋଗଦେବାବେଳେ ଆହୁରି ଅନେକ ପ୍ରଶାସକ, ଡାକ୍ତର ଓ ଅନ୍ୟାନ୍ୟ କ୍ଷେତ୍ରରୁ ବ୍ୟକ୍ତି ବିଶେଷ କଂଗ୍ରେସରେ ଯୋଗଦେବେ ବୋଲି ସୂଚନା ଦେଇଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ତେବେ ଏହି ପରିପ୍ରେକ୍ଷୀରେ ବୁଧବାର ଦଳରେ ଯୋଡ଼ି ହୋଇଛନ୍ତି ଦିବଂଗତ ରାଜନେତା ତଥା ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି । କଂଗ୍ରେସରେ ଯୋଗ ଦେବାପରେ ସିକ୍ତା କହିଛନ୍ତି, "ମୋତେ ଗୋଟେ ଜାତୀୟ ଦଳର ଅଂଶ ହେବାପାଇଁ ସୁଯୋଗ ମିଳିଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ଅନୁପ୍ରାଣିତ ହୋଇ ମୁଁ କଂଗ୍ରେସରେ ଯୋଗ ଦେଇଛି । ସମସ୍ତେ କୁହନ୍ତି ଆମେ ସମସ୍ତଙ୍କୁ ନେଇକି ଚାଲିବୁ । କିନ୍ତୁ ରାହୁଲ ଗାନ୍ଧି ହିଁ ଏହାକୁ କରି ଦେଖାଇଛନ୍ତି ।" ତେବେ ଦଳ ଯାହା ଦାୟିତ୍ବ ଦେବ ତାହାକୁ ମୁଁ ତୁଲାଇବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ସିକ୍ତା ।

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଆଗକୁ କଂଗ୍ରେସ ଅଧିକ ଶକ୍ତିଶାଳୀ ହେବ । ଏବେ ରାଜ୍ୟ ସରକାରଙ୍କୁ ଲୋକେ ଚିହ୍ନି ସାରିଲେଣି । ଆଗକୁ କଂଗ୍ରେସ ଲୋକଙ୍କ ବିଶ୍ବାସଭାଜନ ହେବ । ବିଜୟ ପଟ୍ଟନାୟକ ମିଶିଥିଲେ । ଏବେ ପ୍ୟାରୀ ମହାପାତ୍ରଙ୍କ ଝିଅ ମିଶିଲେ । ଏହାଦ୍ବାରା ଦଳ ଅଧିକ ସଶକ୍ତ ହେବ ।"

ଗତକାଲି(ବୁଧବାର) କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଅବସରପ୍ରାପ୍ତ ରେଳବାଇ ଅଧିକାରୀ ହେମନ୍ତ ଦତ୍ତ, ରାଧାକାନ୍ତ ନାୟକ, ଆଇନଜୀବୀ ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ କଂଗ୍ରେସ ଦଳରେ ମିଶିଛନ୍ତି । ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସମସ୍ତେ କଂଗ୍ରେସରେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.