ETV Bharat / state

Train Tragedy: ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ, CBI ତଦନ୍ତ ଆଶ୍ଚର୍ଯ୍ୟ କରିଛି କହିଲେ ପୂର୍ବତନ ଡିଜିପି

author img

By

Published : Jun 6, 2023, 5:34 PM IST

ବାହନଗା ରେଳ ଦୁର୍ଘଟଣାରେ ସିବିଆଇ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ଡିଜିପି ସଞ୍ଜୀବ ମାରିକ । ସିବିଆଇ ତଦନ୍ତ ଦ୍ବାରା ରେଳବାଇକୁ ବଞ୍ଚାଇବା ଲାଗି ହେଉଛି ଏହି ତଦନ୍ତ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ।

Etv Bharat
Etv Bharat
CBI ତଦନ୍ତ ଆଶ୍ଚର୍ଯ୍ୟ କରିଛି କହିଲେ ପୂର୍ବତନ ଡିଜିପି

ଭୁବନେଶ୍ବର: ବାହନଗା ରେଳ ଦୁର୍ଘଟଣା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । 278 ଲୋକଙ୍କ ମୃତ୍ୟୁ ଏବଂ ଏକ ହଜାରରୁ ଅଧିକ ଆହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ତୁରନ୍ତ ନିଜ ପଦ ଛାଡିବା ଦରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେପଟେ ପୂର୍ବତନ ଡିଜିପି ସଞ୍ଜୀବ ମାରିକ ସିବିଆଇ ତଦନ୍ତକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ପ୍ରାଥମିକ ତଦନ୍ତ ଚାଲିଥିବା ବେଳେ ସିବିଆଇ ତଦନ୍ତ ଦାବି ଏକ ଆଶ୍ଚର୍ଯ୍ୟକର ଘଟଣା ବୋଲି ସେ କହିଛନ୍ତି । ରେଳ ବିଭାଗ ନିଜର ତ୍ରୁଟି ଲୁଚାଇବା ଲାଗି ସିବିଆଇ ତଦନ୍ତ ଦାବି କରିଥିବା ନେଇ ସେ କହିଛନ୍ତି ।

ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ବାହନଗା ଆସିଲେ । ଘଟଣାସ୍ଥଳରେ ପହଞ୍ଚିଲେ । କିନ୍ତୁ ଡେଡବଡି ଯେଉଁଠି ସବୁ ପଡିଥିଲା ସେ ସ୍ଥାନକୁ ଆସିଲେ ନାହିଁ । ସେଠାକୁ ଆସିଥିଲେ ସେ ପ୍ରକୃତ ବେଦନା ଜାଣିପାରିଥାନ୍ତେ । କେବଳ ଘଟଣା ସ୍ଥଳକୁ ବୁଲି ଯାଇ ସ୍ଥିତି ପରଖି, ହସ୍ପିଟାଲରେ ଆହତଙ୍କୁ ଭେଟି କାମ ସାରିଦେଲେ । ଏତେ ବଡ଼ ଭୟଙ୍କର ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରି ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ଦରକାର ।"

ଏହା ବି ପଢନ୍ତୁ- ମୃତକଙ୍କ ପରିଚୟ ଜାଣିବା ପାଇଁ ସାଇବର ଟିମ ଗଠନ; ଭୁବନେଶ୍ବର 6ଟି ହସ୍ପିଟାଲରେ ହେଲ୍ପ ଡେସ୍କ

ଅନ୍ୟପଟେ ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକଙ୍କୁ ଆଶ୍ଚର୍ଯ୍ୟ କରିଛି । କାହିଁକି ସିବିଆଇ ତଦନ୍ତ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । କ୍ରିମିନାଲ ଥିଓରୀ ଆସିଲେ ସିବିଆଇ ତଦନ୍ତ ଦେବା ଉଚିତ ହୋଇଥାନ୍ତା । ଏବେ ଟେକ୍ନିକାଲ ତଦନ୍ତ ଜାରି ରହିଛି । ତଦନ୍ତର ୧୫ ଦିନ ଭିତରେ ଯଦି ଅପରାଧୀକ ଷଡଯନ୍ତ୍ର ଦିଗ ଆସିଥାନ୍ତା ତା ପରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ ହୋଇଥାନ୍ତା । ସିବିଆଇ ତଦନ୍ତ ଦ୍ବାରା ରେଳବାଇକୁ ବଞ୍ଚାଇ ହେବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି। ସେ ଆହୁରି କହିଛନ୍ତି, " ରେଳମନ୍ତ୍ରୀ ଯେଉଁ କଥା ଦାବି କରୁଛନ୍ତି କି ଇଣ୍ଟର ଲକିଂ ସିଷ୍ଟମ ଫୁଲପ୍ରୁଫ, ଏହା ବାସ୍ତବିକ ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ ନୁହେଁ । ଭଲ ପ୍ରକାରରେ ଟେଷ୍ଟିଂ ନହେଲେ ଏଥିରେ ତ୍ରୁଟି ବାହାରିବାର ଆଶଙ୍କା ରହିଛି ।"

କିଛି ମାସ ତଳେ ମହୀଶୂରରେ ଏପରି ଘଟିଥିଲା । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କୌଣସି ଦୁର୍ଘଟଣା ହୋଇନଥିଲା । ସିଏଜି ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡେ ରେଳବାଇ ସୁରକ୍ଷାରେ ବ୍ୟାପକ ଅବହେଳା କରିଛି । ୪୨୭ ଲାଇନଚ୍ୟୁତ ମାମଲା ମଧ୍ୟରୁ ୧୭୧ଟି ଡିରେଲ ନନ ମେଣ୍ଟେନାନ୍ସ ଅଫ ରେଲଓ୍ବେ ଟ୍ରାକ ଯୋଗୁଁ ହୋଇଥିଲା । ୨୮୯ଟି କେସ ନନରେନିଓ୍ବାଲ ଅଫ ଟ୍ରାକ ଏବଂ ୧୦୦ରୁ ଅଧିକ ମାମଲା ଓଭର ସ୍ପିଡିଂ ଯୋଗୁଁ ହୋଇଥିଲା । ଏ ବାବରେ ରେଳବାଇ ଯେତିକି ଧ୍ୟାନ ଦେବା କଥା ଦେଇନାହିଁ । ଆଣ୍ଟି କଲିଜନ ସିଷ୍ଟମକୁ ଲାଗୁ କରାଯାଇ ନାହିଁ । କବଚକୁ ଯେତିକି ଗୁରୁତ୍ବ ଦେବା କଥା ଦିଆଯାଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.