ETV Bharat / state

୭ରେ କଂଗ୍ରେସକୁ ଘର ବାହୁଡ଼ା କରିବେ ହେମା ଗମାଙ୍ଗ

Former Congress MP Hema Gamang : ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଆସନ୍ତା ୭ ତାରିଖରେ କଂଗ୍ରେସ ଦଳରେ ମିଶିବେ । ପୂର୍ବରୁ କଂଗ୍ରେସ ଟିକେଟରେ ହୋଇଥିଲେ ସାଂସଦ ଓ ବିଧାୟିକା । ଅଧିକ ପଢନ୍ତୁ

ଆସନ୍ତା ୭ ରେ କଂଗ୍ରେସକୁ ଘର ବାହୁଡା଼ କରିବେ ହେମା ଗମାଙ୍ଗ

author img

By ETV Bharat Odisha Team

Published : Jan 4, 2024, 7:39 PM IST

ଆସନ୍ତା ୭ ରେ କଂଗ୍ରେସକୁ ଘର ବାହୁଡା଼ କରିବେ ହେମା ଗମାଙ୍ଗ

ଭୁବନେଶ୍ବର : ଆଗକୁ ସାଧାରଣ ନିର୍ବାଚନ । ସେଥିପାଇଁ ଆରମ୍ଭ ହୋଇଗଲାଣି ଦଳ ଡିଆଁ ପ୍ରକ୍ରିୟା । ନିକଟରେ ଭେଟେରାନ ନେତା ଦାମୋଦର ରାଉତ ନିଜ ପୂର୍ବ ଦଳ ବିଜେଡିକୁ ଫେରିଥିବା ବେଳେ, କଂଗ୍ରେସକୁ ଫେରୁଛନ୍ତି ପୂର୍ବତନ ସାଂସଦ ହେମା ଗମାଙ୍ଗ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଆସନ୍ତା ୭ ତାରିଖରେ କଂଗ୍ରେସ ଦଳରେ ମିଶିବେ । ଏଥିପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ତରଫରୁ ମିଳିଛି ଗ୍ରୀନ ସିଗନାଲ। ପୁଣି କଂଗ୍ରେସକୁ ଫେରିବାକୁ ଯାଉଛି ଗମାଙ୍ଗ ପରିବାର । 7 ତାରିଖରେ କଂଗ୍ରେସ ଭବନରେ ନୂଆ ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କ ଉପସ୍ଥିତିରେ ମେଗା ମିଶ୍ରଣ ପର୍ବ ହେବ । ହେମା ଗମାଙ୍ଗ 2000 -2004 ଯାଏଁ କୋରାପୁଟ ସାଂସଦ ଓ 2004 -2009 ଯାଏଁ କଂଗ୍ରେସ ଟିକେଟରେ ଗୁଣୁପୁର ବିଧାୟିକା ଥିଲେ । ଏତଦ ବ୍ୟତୀତ ସେ 9 ଥର AICC ସମ୍ପାଦିକା ଓ 4 ଥର ରାଜ୍ୟ କଂଗ୍ରେସର ଉପ ସଭାନେତ୍ରୀ ହୋଇଥିଲେ। ପୂର୍ବରୁ କଂଗ୍ରେସ ଛାଡି ୨୦୧୪ ରେ ସେ ବିଜେଡି଼ ରେ ଯୋଗ ଦେଇ ଥିଲେ । ପରବର୍ତ୍ତୀ ସମୟରେ ୨୦୨୩ ମସିହାରେ ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେଇଥିଲେ ।

ହେମା କହିଛନ୍ତି, କଂଗ୍ରେସରେ ସାମିଲ ହେବା ନେଇ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ସହ କଥା ହୋଇଥିଲି । ଏପରିକି ଦିଲ୍ଲୀ AICC ରୁ ମଧ୍ୟ ସଂକେତ ମିଳି ଯାଇଛି । ସେହି ପରି ଏ ଅବସରରେ ହେମାଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଡ଼ ଅଜୟ କୁମାରଙ୍କ ସହିତ ଆଲୋଚନା ପରେ ପ୍ରଥମେ ମାଆ କଂଗ୍ରେସ ରେ ଯୋଗ ଦେବେ । ତାପରେ ପିତା ଗିରିଧର ଗମାଙ୍ଗ ଓ ମୁଁ ମଧ୍ୟ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେବୁ । ବର୍ତ୍ତମାନ ରାଜ୍ୟରେ ଉଭୟ ବିଜେପି ଓ ବିଜେଡ଼ି ଫ୍ରେଣ୍ଡଲି ପ୍ରତିଯୋଗିତା ଭଳି କାମ କରୁଛନ୍ତି । ତେଣୁ କଂଗ୍ରେସ ହିଁ ଏକ ମାତ୍ର ବିକଳ୍ପ ।

ଏହା ମଧ୍ୟ ପଢନ୍ତୁ ... 6ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

ସୂଚନା ଅନୁଯାୟୀ ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା, ସଞ୍ଜୟ ଭୋଇ ଏବଂ ବହୁ ପୁରୁଖା ନେତା କଂଗ୍ରେସକୁ ଘର ବାହୁଡା କରିବେ । ନବନିଯୁକ୍ତ ପ୍ରଭାରୀ ଅଜୟ କୁମାରଙ୍କ ତିନି ଦିନିଆ ଓଡିଶା ଗସ୍ତ ୬ରୁ ଆରମ୍ଭ ହେଉଛି । ସେ ଓଡ଼ିଶାରେ ରହି କଂଗ୍ରେସର ନେତାମାନଙ୍କ ସହ ଆଲୋଚନା କରିବେ । ଛାମୁଆ ସଂଗଠନ ଗୁଡିକର ମୁଖ୍ୟ ,ସେବା ଦଳ ,ବରିଷ୍ଠ ନେତା ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । 7 ତାରିଖ ମଧ୍ୟାହ୍ନରେ କଂଗ୍ରେସ ଭବନରେ ଏକ ମେଗା ମିଶ୍ରଣ ପର୍ବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.