ETV Bharat / state

ଖୋର୍ଦ୍ଧାରେ ବନ୍ୟା ପରିସ୍ଥିତି, 10ଟି ଗାଁ ଜଳବନ୍ଦୀ - flood situation in khordha

ରାଜୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଖୋର୍ଦ୍ଧା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବ୍ଲକର 10ଟି ଗାଁ ଏବେ ଜଳଘେରରେ ରହିଛି । ସେପଟେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Sep 10, 2019, 1:05 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକରେ ବନ୍ୟା ପରିସ୍ଥିତି । ବ୍ଲକର 10ଟି ଗାଁ ଏବେ ଜଳ ଘେରରେ । ହୀରାକୁଦ ଗେଟ୍‌ ଖୋଲିବା ପରେ ବନ୍ୟାଜଳ ଦୟାନଦୀ ଦେଇ ପ୍ରବାହିତ ହେଉଛି । ଏହି ବନ୍ୟାଜଳ ବର୍ତ୍ତମାନ ଦୟାନଦୀର ଶାଖା ନଦୀ ରାଜୁଆ ନଦୀରେ ମଧ୍ୟ ପ୍ରବାହିତ ହେଉଛି । ଯାହା ଫଳରେ 10ଟି ଗାଁର ଲୋକେ ଏବେ ଜଳଘେରରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ବନ୍ୟାଜଳ ବର୍ତ୍ତମାନ ଡିହଖଳା, ହିରିମୁଳୁ, ଦୁର୍ଗାପୁର, ଓରାମି ମାନପୁର,କୃଷ୍ଣପୁର ଗାଁରେ ପ୍ରବେଶ କରିଛି । ବନ୍ୟା ପାଣି ଯୋଗୁଁ ଲୋକେ ଏକ ପ୍ରକାର ଘେରାବନ୍ଦୀ ହୋଇ ରହିଥିବାବେଳେ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ।

ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ଡଙ୍ଗା ସହ ରନ୍ଧା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି । ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଢେ଼ଙ୍କାନାଳ ଡଙ୍ଗା ବୁଡି ଘଟଣା 4 ଦିନ ପରେ ମିଳିଲା ଦ୍ଵିତୀୟ ମୃତ ଦେହ । ଏବେବି ଦୁଇ ନିଖୋଜ ।Body:ଢେ଼ଙ୍କାନାଳ ଜିଲା ବ୍ରହ୍ମଣୀ ନଦୀ ଡଙ୍ଗାବୁଡି ନିଖୋଜ ଘଟଣା। ଅାଜି ଚତୁର୍ଥ ଦିନରେ ୩ ନିଖୋଜ ମଧ୍ୟରୁ ଅାଉ ଏକ ମୃତଦେହ ଉଦ୍ଧାର । ମୃତକ ହେଲେ ରୋଡ ଗ୍ରାମର ରମେଶ ସାହୁ। ରେଣ୍ଠାପାଟ ପଞ୍ଚାୟତ ତଳ ଗେଙ୍ଗୁଟିଅା ବାଲିଘାଟରୁ ଉଦ୍ଧାର। ଉଦ୍ଧାର ସଂଖ୍ୟା ୨ ଜଣ ହେଲେ। ଏବେବି ଅାଉ ୨ ଜଣ ନିଖୋଜ ଅଛନ୍ତି। ଗତ ୭ ତାରିଖ ଶନିବାର ରାତି ୯ ଟା ସମୟରେ ଖଡଗପ୍ରସାଦ ଘାଟରୁ ୨ ଜଣ ନାଉରି ସମେତ ମୋଟ ୯ ଜଣ ଡଙ୍ଗାପାରି ହୋଇ କୁନ୍ଦନଦେଇପୁର ଘାଟକୁ ଅାସୁଥିବା ବେଳେ ଅଧା ନଦୀରେ ଡଙ୍ଗାବୁଡିଯାଥିଲା। ଚାଳକ ସମେତ ୫ ଜଣ ପହଁରି ପହଁରି ଉଦ୍ଧାର ପାଇଯାଇଥିଲେ। ଅାଉ୪ ଜଣ ନିଖୋଜ ଥିଲେ। ଗତ କାଲି ଡଙ୍ଗାବୁଡିଥିବା ସ୍ଥାନ ଠାରୁ ୫ କି ମି ତଳକୁ ଉପରଗେଙ୍ଗୁଟିଅା ଘାଟରୁ ବିଶ୍ବଜିତ ଅାଚାର୍ଯ୍ୟର ମୃତ ଦେହ ମିଳିଥିଲା। Conclusion:ଅାଜି ରମେଶ ସାହୁ ର ମୃତଦେହ ମିଳିବା ପରେ ଉଦ୍ଧାର ସଂଖ୍ୟା ୨ ହେବା ବେଳେ ଏବେବି ରୋଡ ଗ୍ରାମର ଶୁସାନ୍ତ ସାହୁ ଓ ବିଜୟ ନାୟକ ନିଖୋଜ ଅଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.