ଖୋର୍ଦ୍ଧା: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଅନବରତ ବର୍ଷା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ରାସ୍ତା ଉପର 3ଫୁଟର ପାଣି ଚାଲିଥିବା ଦେଖିବାକୁ ମିଳିଛି । ଯାତାୟତ ପ୍ରଭାବିତ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ସେହିଭଳି ବେଗୁନିଆ ବ୍ଲକ ମଲିପଦର-ପାଣିକୋରଡ ରାସ୍ତା ଉପରେ 3ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଯାତାୟତ ଠପ ହୋଇଛି । ବିଶେଷକରି ଏହି ରାସ୍ତାରେ ବାଙ୍କୀ ଅଞ୍ଚଳର ପରିବା ଚାଷୀମାନେ ସେମାନଙ୍କ ପନିପରିବା ବ୍ୟବସାୟ ପାଇଁ ଆସିଥାନ୍ତି । ସେମାନେ ସମସ୍ୟା ଭୋଗୁଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ...ଅବପାତର ରୂପ ନେବ ଲଘୁଚାପ, ୩ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ
ଆଜି (ମଙ୍ଗଳବାର) ସକାଳ ସୁଦ୍ଧା ଜିଲ୍ଲାରେ ବର୍ଷାର ପରିମାଣ ବାଲିଅନ୍ତା 20ମିମି, ବାଲିପାଟଣା 12ମିମି, ଭୁବନେଶ୍ବର38.2, ଜଟଣୀ 35, ବାଣପୁର 19, ବେଗୁନିଆ 36, ବୋଲଗଡ଼ 53, ଚିଲିକା 23, ଖୋର୍ଦ୍ଧା 36, ଟାଙ୍ଗି 23ମିଲି ମିଟର ରେକର୍ଡ କରାଯାଇଛି । ଆଗାମୀ ୧୨ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଓଡିଶା-ଛତିଶଗଡ ମଧ୍ୟ ଦେଇ ଗତି କରିବ । ଏହାର ପ୍ରଭାବରେ ରାଜ୍ୟରେ ଆହୁରି 2ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।