ETV Bharat / state

ଆଜିଠୁ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ଉଡିବ ବିମାନ - ଆଲିଆନ୍ସ ଏୟାର

Flight Service From Bhubaneswar To Jharsuguda: ଆଜିଠୁ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ସପ୍ତାହକୁ 4 ଦିନ ଚଳାଚଳ କରିବ । ଅଧିକ ପଢନ୍ତୁ

ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ବିମାନ ସେବା
ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ବିମାନ ସେବା
author img

By ETV Bharat Odisha Team

Published : Dec 27, 2023, 9:57 AM IST

ଭୁବନେଶ୍ବର: ଆଜିଠୁ ରାଜଧାନୀ ଭୁବନେଶ୍ବରରୁ ଝାରସୁଗୁଡ଼ାକୁ ଉଡିବ ବିମାନ । ଆଲିଆନ୍ସ ଏୟାର ଏହି ବିମାନ ସେବା ଯୋଗାଇବ । ସପ୍ତାହକୁ 4 ଦିନ ସୋମବାର, ବୁଧବାର, ଶୁକ୍ରବାର ଏବଂ ରବିବାର ଭୁବନେଶ୍ବରରୁ ଝାରସୁଗୁଡାକୁ ସିଧାସଖଳ ବିମାନ ଚଳାଚଳ କରିବ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଅପରାହ୍ନ 4ଟା 15ରେ ବିମାନ ଉଡାଣ ଆରମ୍ଭ କରି ଝାରସୁଗୁଡ଼ାରେ 5ଟା 30 ମିନିଟରେ ପହଞ୍ଚିବ । ସେହିଭଳି ଭାବରେ ଝାରସୁଗୁଡ଼ାରୁ ସନ୍ଧ୍ୟା 5ଟା 55ରୁ ଯାତ୍ରା ଆରମ୍ଭ କରି ରାତି 7ଟା 05 ମିନିଟରେ ଭୁବନେଶ୍ବରରେ ପହଞ୍ଚିବ । ଏହି ବିମାନ ଉଡାଣର ଆର୍ଥିକ ସହାୟତା ରାଜ୍ୟ ସରକାର ବହନ କରିବେ ।

ରାଜ୍ୟରେ ବ୍ୟାପକ ହେଉଛି ବିମାନ ସେବା । ଯାତାୟତ ସୁବିଧା ସହ ରାଜ୍ୟ ଅର୍ଥନୀତିର ବିକାଶ ପାଇଁ ରାଜ୍ୟ ସରକାର ବିମାନ ସେବାରେ ନୂଆ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଅଧିକରୁ ଅଧିକ ଅଞ୍ଚଳକୁ ଆକାଶ ପଥରେ ଯୋଡ଼ୁଛନ୍ତି । ସରକାରଙ୍କର ଆର୍ଥିକ ସହାୟତାରେ ଆଜିଠୁ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଆଲିଆନ୍ସ ଏୟାର ବିମାନ ସେବା ଯୋଗାଇବ । ସପ୍ତାହକୁ 4 ଦିନ ରାଜଧାନୀରୁ ଝାରସୁଗୁଡାକୁ ବିମାନ ଉଡ଼ାଣ ଭରିବ । ଏପଟେ ବିମାନ ସେବା ଦେଖିବ ରାଜ୍ୟର ଆଦିବାସୀ ଆଧ୍ୟୁଷିତ ଉପାନ୍ତ ଜିଲ୍ଲା ମାଲକାନଗିରି ।

ଏହା ମଧ୍ୟ ପଢନ୍ତୁ: ନୂଆବର୍ଷରୁ ମାଲକାନଗିରିକୁ ଉଡିବ ବିମାନ

ଏହା ବି ପଢ଼ନ୍ତୁ: ନୂଆଦିଲ୍ଲୀରୁ ଝାରସୁଗୁଡା ଆସୁଥିବା ସ୍ପାଇସଜେଟ୍ ବିମାନ ବାତିଲ, ଯାତ୍ରୀ ଅସନ୍ତୋଷ

ଆସନ୍ତା ଜାନୁଆରୀ ମାସ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିକୁ ବିମାନ ସେବାର ଶୁଭାରମ୍ଭ କରିବେ । ମାଲକାନଗିରି ବିମାନ ବନ୍ଦରକୁ ଉଡିବ ବିମାନ । ଏହି ବିମାନ ବନ୍ଦରରେ ୧୫୦୦ ମିଟର ରନ୍‌ୱେ' ଥିବାରୁ ଏଠାରେ ଏବେ ୨୦ ଆସନ ବିଶିଷ୍ଟ ବିମାନ ଚଳାଚଳ କରିବ । ପରେ ବଡ଼ ବିମାନ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ । ମାଓବାଦୀଙ୍କ ଗଡ଼ ବୋଲାଉଥିବା ମାଲକାନଗିରି ଜିଲ୍ଲା ଆଜି ରକ୍ତପାତର ଆତଙ୍କରୁ ବାହାରି ରୂପାନ୍ତରଣ ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି । ଗତ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁର ଉଦ୍‌ଘାଟନ କରିବା ପରେ ସ୍ଥାନୀୟ ଲୋକେ ଆର୍ଥିକ ଓ ସମାଜିକ ବିକାଶର ନୂଆ ରୂପ ପାଇଥିଲେ । ଏବେ ଓଡ଼ିଶାର ଅତ୍ୟନ୍ତ ପଛୁଆ ଅଞ୍ଚଳ ଭାବେ ଜଣାଶୁଣା ମାଲକାନଗିରି ଆଜି ସଫଳତାର ପାହାଚ ଅତିକ୍ରମ କରିବାରେ ଲାଗିଛି । ଏପରି ସ୍ଥଳେ ବିମାନ ସେବା ଆରମ୍ଭ ହେବା ଜିଲ୍ଲା ପାଇଁ ବଡ଼ ଉପଲବ୍ଧି ହେବ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.