ETV Bharat / state

ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ମାଛଧରା ବାରଣ - ସମୁଦ୍ରରେ ମାଛ ଧରିବା ଉପରେ କଟକଣା

ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି । ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ପରେ ଏପ୍ରିଲ ୧୫ ତାରିଖରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ମାଛ ଧରା ବାରଣ ହୋଇଛି । ଅଧିକ ପଢ଼ନ୍ତୁ

ସମୁଦ୍ରରେ ମାଛ ଧରିବା ଉପରେ କଟକଣା
ସମୁଦ୍ରରେ ମାଛ ଧରିବା ଉପରେ କଟକଣା
author img

By

Published : Apr 10, 2023, 10:16 PM IST

ଭୁବନେଶ୍ବର: ମାଛ ମାନଙ୍କ ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି । ଏପ୍ରିଲ ୧୫ ତାରିଖରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ମାଛ ଧରା ବାରଣ ହୋଇଛି । ୬୧ ଦିନ ପର୍ଯ୍ୟନ୍ତ ଲାଗୁ ରହିବ ଏହି ମାଛଧରା କଟକଣା । ବିଭିନ୍ନ ପ୍ରଜାତିର ମାଛ ସଂଖ୍ୟାରେ ବୃଦ୍ଧି ଆଣିବା ପାଇଁ ଓଡ଼ିଶା ଉପକୂଳରେ ମାଛଧରା ଉପରେ ପ୍ରତିବର୍ଷ କଟକଣା ଜାରି କରାଯାଏ । ଚଳିତ ବର୍ଷ ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

କୃଷି ଭବନରେ ଆୟୋଜିତ ଏହି ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବିଭିନ୍ନ ମତ୍ସ୍ୟଜୀବୀ ସଙ୍ଘର କର୍ମକର୍ତ୍ତା ଓ ପ୍ରତିନିଧିମାନେ ମାଛଧରା ନିଷେଧାଦେଶର ବିଭିନ୍ନ ଦିଗ ସମ୍ପର୍କରେ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ସମୁଦ୍ରରେ ବିଭିନ୍ନ ପ୍ରଜାତିର ମାଛ ବଂଶ ବୃଦ୍ଧି ଓ ସଂରକ୍ଷଣ କରିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ଯେପରି ଦୀର୍ଘ ସମୟ ଧରି ସମୁଦ୍ରରେ ମାଛ ଧରିବା ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ, ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ସଂଘର ପ୍ରତିନିଧିମାନେ ଯନ୍ତ୍ରଚାଳିତ ମାଛଧାରା ଡଙ୍ଗା ଉପରେ କଟକଣା ଜାରି କରିବା ପାଇଁ କହିଛନ୍ତି ।

ପାରମ୍ପରିକ ଡଙ୍ଗାରେ ଯେଉଁମାନେ ସମୁଦ୍ରରେ ମାଛ ଧରୁଛନ୍ତି, ସେମାନଙ୍କୁ ଏଥିରୁ ଛାଡ଼ କରିବା ପାଇଁ ଅନୁରୋଧ କରାଯାଇଛି । ଏହା ସହିତ ନିଷେଧାଦେଶ ସମୟରେ ପ୍ରଭାବିତ ମତ୍ସ୍ୟଜୀବୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି ହୋଇଛି । ଓଡ଼ିଶା ଉପକୂଳରେ ଅନ୍ୟ ରାଜ୍ୟର ମାଛ ଧରା ଡଙ୍ଗାମାନେ ବେଆଇନ ଭାବେ ପ୍ରବେଶ କରି ମାଛ ଧରୁଛନ୍ତି । ଏହାକୁ ରୋକିବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସାମୁଦ୍ରିକ ଥାନାଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ଦାବି ହୋଇଛି । କଳକାରଖାନାର ବର୍ଜ୍ୟବସ୍ତୁ ସମୁଦ୍ରରେ ଛାଡ଼ିବା ଦ୍ବାରା ମାଛମାନେ ବହୁଳ ଭାବେ ପ୍ରଭାବିତ ହେଉଛନ୍ତି । ଏହି ଦୃଷ୍ଟିରୁ ଖିଲାପୀ ଶିଳ୍ପ ଏବଂ କାରଖାନାଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ମାଛଧରା ଜାଲର ମେସ ସାଇଜରେ ଆବଶ୍ୟକ ପରିବର୍ତ୍ତନ ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.