ETV Bharat / state

ଚିଲିକାରେ ପ୍ରଥମ ଥର ପାଳନ ହେଲା ରଜ ମହୋତ୍ସବ - celebration

ଚିଲିକାରେ ପ୍ରଥମ ଥର ଆରମ୍ଭ ହୋଇଛି କୃଷି ଭିତ୍ତିକ ପର୍ବ ରଜ । ନବ ନିର୍ବାଚିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ଉଦ୍ୟମରେ ଆୟୋଜିତ ହୋଇଯାଇଛି ଏହି ମହାନ ପର୍ବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 15, 2019, 4:55 AM IST

ଖୋର୍ଦ୍ଧା: ପ୍ରଥମ ଥର ପାଇଁ ଚିଲିକାରେ ଧୁମଧାମରେ ପାଳନ ହେଲା ରଜ ମହୋତ୍ସବ । ଚିଲିକାରେ ପ୍ରଥମ ଥର ଆରମ୍ଭ ହୋଇଛି କୃଷି ଭିତ୍ତିକ ପର୍ବ ରଜ । ଓଡ଼ିଶା ପର୍ଯ୍ୟଟନ ଉର୍ଣ୍ଣୟନ ନିଗମ , ଚିଲିକା ଉର୍ଣ୍ଣୟନ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଚିଲିକା ସ୍ଥିତ ବରକୁଳ ପାନ୍ଥନିବାସ ପରିସରରେ ଏହା ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ନବ ନିର୍ବାଚିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ଉଦ୍ୟମରେ ଆୟୋଜିତ ହୋଇଯାଇଛି ଏହି ମହାନ ପର୍ବ ପ୍ରଥମେ ଏକ ମଶାଲ ମା କାଳିଜାଇ ମନ୍ଦିରରୁ ଆସି ପାନ୍ଥନିବାସରେ ପହଂଚିବା ପରେ ଏହି ରଜପର୍ବ ଆରମ୍ଭ ହୋଇଥିଲା । ଏହି ଉତ୍ସବରେ ଅଂଚଳର ବହୁ ଜନସାଧାରଣ , କଳାକାର ଯୋଗ ଦେଇ ରଜ ଦୋଳି, ରଜ ପିଠା ଓ ରଜ ଗୀତର ଆୟୋଜନ କରି ବେଶ ମଜା ଉଠାଇଥିଲେ ।

ଆହୁରି ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦେଇ ରଜର ମଜା ନେଉଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ସରକାର ଝିଅ ଓ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ଆଇନ ପ୍ରଚଳନ କରି ସଚେତନତା କରାଉଛନ୍ତି । କିନ୍ତୁ କିଛି ଅସାମାଜିକ ଯୁବଗୋଷ୍ଠୀ ଏସୁବୁକୁ ଖାତିରି ନକରି ସ୍ପଷ୍ଟ ଦିବାଲୋକରେ ୧୬ନଂ ଜାତୀୟ ରାଜପଥ ଉପରେ ଲୁହା ରଡ ଧରି ତିନିଜଣ ଯୁବତୀଙ୍କୁ ଆଶାଳିନ ଇଗିଂତ କରି ଜୀବନରେ ମାରିଦେବାକୁ ଧମକ ଦେଇ ଟଣାଓଟରା କରରିଥିବା ଅଭିଯୋଗ ଆସିଛି ।
କିନ୍ତୁ ଅସାମାଜିକ ଯୁବକଙ୍କ ଧମକକୁ ଖାତିର ନକରି ସାହାସୀ ଯୁବତୀମାନଙ୍କ ଉପସ୍ଥିତ ବୁଦ୍ଧି ଖଟାଇ 5ଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ଧରି ଥାନାରେ ଜିମା ଦେଇଛନ୍ତି ଓ ଅନ୍ୟମାନେ ଫେରାର ଅଛନ୍ତି । ।Body:ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଉପରେ । ଘଟଣାରୁ ଜଣାପଡିଛି ତିନିଜଣ ଯୁବତୀ ଫରେଷ୍ଟ ଟ୍ରେନିଂ ସ୍କୁଲର ଛାତ୍ରୀ ଏବଂ ସେମାନେ ଟ୍ରେନିଂ ସାରି ରଜଛୁଟି ପାଇଁ ଦୁଇଟି ମୋଟର ସାଇକେଲରେ ଟାଙ୍ଗି ଅନ୍ତର୍ଗତ ରତ୍ନମାଳି ପାଟଣା ସ୍ଥିତ ନିଜ ଘରକୁ ଫେରୁଥିଲେ । ଏବଂ ସେହି ସମୟରେ ଗୋଡିପଡା ଟୋଲଗେଟ ଠାରୁ ଏକ ହୋଣ୍ଡାସିଟି କାର ନଂ ORO2 AZ 3657ରେ ୫ଜଣ ଯୁବକ ପିଛାକରି ଅଶ୍ଲିଳ ଇଗିଂତ ଓ ଆଶାଳିନ ବ୍ୟବହାର କରି ୭/୮କିଲୋମିଟର ପର୍ଯ୍ୟନ୍ତ ସେମାନଙ୍କୁ ପିଛା କରି ଆସିଥିଲେ । ଯୁବତୀ ମାନେ ସେମାନଙ୍କ ଅଶାଳୀନ ମନ୍ତବ୍ୟକୁ ଭୃକ୍ଷେପ ନକରିବାରୁ ସେମାନଙ୍କ କାରଟି ଯୁବତୀ ମାନେ ଆସୁଥିବା ଗାଡିକୁ ଧକ୍କାଦେଇ ଅଟକାଇ ଦୁର୍ବ୍ୟବହାର ପ୍ରଦର୍ଶନ କଲେ । ଏବଂ ଏହି ସମୟରେ ଯୁବତୀ ତିନିଜଣ ଉପସ୍ଥିତ ବୁଦ୍ଧି ଖଟାଇ ବଡ ପାଟିରେ ରକ୍ଷାକର କହି ଚିତ୍କାର କରିବାରୁ ସେମାନଙ୍କ ପଛରୁ ଯାଉଥିବା ଗାଡି ଚାଳକମାନେ ଗାଡି ଅଟକାଇ ଯୁବତୀମାନଙ୍କୁ ସେମାନଙ୍କ କବଳରୁ ରକ୍ଷାକରିବାପାଇଁ ଯାଇଥିଲେ । କିନ୍ତୁ ଯୁବକମାନେ ଯୁବତୀ ତିନିଜଣଙ୍କୁ ଲୁହାରଡଧରି ଭୟଭୀତ କରି ଟଣାଓଟରା କରିଥିଲେ । ପଛରୁ ଆସୁଥିବା ଅନ୍ୟଲୋକ ମାନଙ୍କୁ ଦେଖି ୫ଜଣ ଯୁବକ କାରରେ ଘଟଣା ସ୍ଥଳରୁ ପଳାଇ ଯାଉଥିବା ବେଳେ ଯୁବତୀ ତିନିଜଣ ମିଶି ଜଣକୁ କାବୁକରି ନିରାକାରପୁରପୋଲିସରେ ଜିମା ଦେଇଥିବା ସେମାନେ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି । Conclusion:ଖବର ପାଇ ଘଟଣାକୁ ଗୁରୁତର ଭାବେ ତଦନ୍ତ ଆରମ୍ଭ କରିଛି ନିରାକାରପୁର ଥାନା ପୋଲିସ ଏବଂ ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି କେସ ରୁଜୁକରି ଅନ୍ୟ ଚାରିଜଣଙ୍କୁ ଧରିବାପାଇଁ ଚଢ଼ାଉ ଜାରିରଖିଛି

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.