ETV Bharat / state

ସରିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା, ନାମ ଲେଖାଇଲେ 3 ଲକ୍ଷ 44 ହଜାର

author img

By

Published : Jul 14, 2023, 11:24 AM IST

ଚଳିତ ଶିକ୍ଷା ବର୍ଷ 2023-24 ପାଇଁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି । ଆସନ୍ତା 1 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଅଧିକ ପଢନ୍ତୁ

first phase plus two admission over
ଯୁକ୍ତ ଦୁଇ ନାମଲେଖା

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ ନାମଲେଖା ଶେଷ ହୋଇଛି । ୨୦୨୩-୨୪ ଶିକ୍ଷା ବର୍ଷରେ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି । ଗତ ୬ ତାରିଖରୁ ଆରମ୍ଭ ନାମଲେଖା ହୋଇଥିଲା । ରାତି ୧୧ଟା ସୁଦ୍ଧା ୩ ଲକ୍ଷ 44 ହଜାର ପିଲା ନାମ ଲେଖାଇଥିବା ଜଣାପଡିଛି । ପାଖାପାଖି ଖାଲି ପଡ଼ିବ 1 ଲକ୍ଷ ସିଟ ଖାଲି ପଡିବାର ସମ୍ଭାବନା ରହିଛି ।

ସାମ୍ସର ସୂଚନା ଅନୁଯାୟୀ, ରାଜ୍ୟରେ ୨୧୬୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବା ବେଳେ ମୋଟ ସିଟ୍‌ ରହିଛି ୫ ଲକ୍ଷ ୮ ହଜାର ୪୮୧ । ତେବେ କଳା ବିଭାଗରେ ୨ ଲକ୍ଷ ୮୯ ହଜାର ୪୬୬ ସିଟ ରହିଥିବାବେଳେ ୨ ଲକ୍ଷ ୧୫ ହଜାର ୭୩୫ ଜଣ ନାମ ଲେଖାଇଛନ୍ତି । ସେହିପରି ବିଜ୍ଞାନରେ ୧ ଲକ୍ଷ ୫୬ ହଜାର ୬୩୫ ମୋଟ ସିଟ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୯୬ ହଜାର ୩୧୧ ଜଣ ନାମ ଲେଖାଇଛି । ଆହୁରି ୬୦ ହଜାର ୩୨୪ଟି ସିଟ ଖାଲି ପଡ଼ିଛି । ଅନ୍ୟପଟେ ବାଣିଜ୍ୟରେ ମୋଟ ସିଟ ୩୯ ହଜାର ୨୧୬ ରହିଛି ସେଥିମଧ୍ୟରୁ ୨୦ ହଜାର ୮୪୩ ଜଣ ନାମ ଲେଖାଇଥିବା ବେଳେ ଆହୁରି ୧୮ ହଜାର ୩୭୩ ସିଟ ଖାଲି ପଡ଼ିଛି ।

ଜିଲ୍ଲା ସ୍ତରୀୟ ତଥ୍ୟ ଦେଖିଲେ କଟକ ଜିଲ୍ଲାରେ ଆହୁରି ୧୦ ହଜାର ୭୧୬ ସିଟ ଖାଲି ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୧୧ ହଜାର ୯୧୯ ସିଟ ଖାଲି ପଡ଼ିଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୧୧ ହଜାର ୭୫୭ ଖାଲି ପଡ଼ିଛି । ଚଳିତ ବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ଛାତ୍ର ଛାତ୍ରୀ ନାମଲେଖା ପାଇଁ ସାମ୍ସ ମାଧ୍ୟମରେ ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ୪ ଲକ୍ଷ ୧୨ ହଜାର ୩୬୮ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଜଣ ମନୋନୀତ ହୋଇଥିବା ବେଳେ ବାଣିଜ୍ୟରେ ୨୫ ହଜାର ୧୬୮ ଜଣ ଓ ବିଜ୍ଞାନ ରେ ୧ ଲକ୍ଷ ୨୧ ହଜାର ୨୩ ଜଣ ମନୋନୀତ ହୋଇଛନ୍ତି । ସେଥିରୁ ୨ ଲକ୍ଷ ୩ ହଜାର ୫୪୩ ଛାତ୍ର ରହିଥିବା ବେଳେ ୨ ଲକ୍ଷ ୮ ହଜାର ୭୭୮ ଛାତ୍ରୀ ଓ ୪୭ ଜଣ ଅନ୍ୟାନ୍ୟ ରହିଛନ୍ତି । ବାକି ୫୯ ହଜାର ୯୧୧ ପିଲା ଦ୍ଵିତୀୟ ଓ ସ୍ପଟ୍ ଆଡ଼ମିଶନ ପାଇଁ ମନୋନୀତ କରାଯିବ ନେଇ ସାମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ...ଆଜି ପ୍ରକାଶ ପାଇବ ଯୁକ୍ତ 3 ନାମଲେଖା ପ୍ରଥମ ମେଧା ତାଲିକା, ସିଟ ଅନୁସାରେ ଆବେଦନ କମ୍

ଏହା ବି ପଢନ୍ତୁ...ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ: କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା

ଦ୍ବିତୀୟ ପର୍ଯ୍ୟାୟର ମେଧା ତାଲିକା ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ। ଏହାର ନାମଲେଖା ଜୁଲାଇ ୨୨ ତାରିଖ ସୁଦ୍ଧା ସରିବ । ସ୍ପଟ୍ ନାମଲେଖା ପାଇଁ ଜୁଲାଇ ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାର ନାମଲେଖା ୨୯ ଓ ୩୧ ମଧ୍ୟରେ କରାଯିବ । ଏହା ପରେ ଅଗଷ୍ଟ ୧ ତାରିଖରେ ଏକାଦଶ ଶ୍ରେଣୀର ପାଠପଢା ଆରମ୍ଭ ହେବ ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.