ଭୁବନେଶ୍ବର: ରାଜ୍ୟରେ ଥିବା ୧୬ଟି ମେଡିକାଲ କଲେଜରେ ଚଳିତ ବର୍ଷ ଶିକ୍ଷାବର୍ଷ ପାଇଁ ନାମଲେଖା ଅନୁଷ୍ଠିତ ହେଉଛି । ସମୁଦାୟ ୨୦୬୩ଟି ସିଟ୍ରେ ନାମଲେଖା ଚାଲିଛି । ତେବେ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଶେଷ ହେବା ପରେ ୪୫୨ଟି ସିଟ୍ ଖାଲି ପଡ଼ିଛି । ଏହି ଖାଲି ଆସନ ପୂରଣ ଲାଗି ଦ୍ବିତୀୟ ପର୍ଯ୍ୟାୟ କାଉନସେଲିଂ ପାଇଁ ଆସନ୍ତା ୧୪ ରୁ ୨୮ ତାରିଖ ମଧ୍ୟରେ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଓଜେଇଇ ପକ୍ଷରୁ ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ବଳକା ପଡ଼ିଥିବା ସିଟ୍ ମଧ୍ୟରୁ ବଲାଙ୍ଗୀର ବିବି ଏମସିଏଚ୍ରେ ୪ଟି ସିଟ୍ ଖାଲି ରହିଛି । ସେହିପରି ଭୁବନେଶ୍ବର ହାଇଟେକ୍ ଡେଣ୍ଟାଲ କଲେଜରେ ୯୭, ଭୁବନେଶ୍ବର ହାଇଟେକ୍ ଏମ୍ସିଏଚ୍ରେ ୫୨, ବ୍ରହ୍ମପୁର ଏମ୍କେସିଜି ଏମ୍ସିଏଚ୍ରେ ୨୪, ବାରିପଦା ପିଆରଏମ ଏମ୍ସିଏଚ୍ରେ ୮, କଟକ ଏସ୍ସିବି ଡେଣ୍ଟାଲ କଲେଜରେ ୨୭, କଟକ ଏସ୍ସିବି ଏମ୍ସିଏଚ୍ରେ ୮୮, କୋରାପୁଟ ଏସ୍ଏଲ୍ଏନ୍ ଏମ୍ସିଏଚ୍ରେ ୧୦, ବୁର୍ଲା ଭୀମସାରରେରେ ୧୬, ରାଉରକେଲା ହାଇଟେକ୍ ଏମ୍ସିଏଚ୍ରେ ୫୧, ପୁରୀ ଏସ୍ଜେ ଏମ୍ସିଏଚ୍ରେ ୩, କେନ୍ଦୁଝର ଜିଏମ୍ସିଏଚ୍ରେ ୬, ସୁନ୍ଦରଗଡ଼ ଜିଏମ୍ସିଏଚ୍ରେ ୯, ଭବାନୀପାଟଣା ସରକାରୀ ମେଡିକାଲ କଲେଜରେ ୪ଟି ଏବଂ ଡ୍ରିମ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ସାଇନ୍ସ ଏବଂ ହସ୍ପିଟାଲରେ ୫୩ଟି ସିଟ୍ ଖାଲି ପଡ଼ିଛି । ପ୍ରଥମ ପର୍ଯ୍ୟାୟରେ କେବଳ ବାଲେଶ୍ବର ସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ସବୁ ସିଟ୍ ପୂରଣ ହୋଇଛି । ଅନ୍ୟ ସମସ୍ତ କଲେଜର ଉଭୟ ଏମବିବିଏସ ଓ ବିଡିଏସ୍ ସିଟ୍ ଖାଲି ପଡିଛି ।
ଏହାମଧ୍ୟ ପଢନ୍ତୁ: ଆସନ୍ତା ଶିକ୍ଷାବର୍ଷରୁ ଓଡିଆ ମାଧ୍ୟମ ବିଦ୍ୟାଳୟରେ ମିଳିବ ମାଗଣା ପାଠ୍ୟପୁସ୍ତକ
ଏହାମଧ୍ୟ ପଢନ୍ତୁ: ବଦଳିବ ପ୍ରାଥମିକ ଶ୍ରେଣୀଗୃହ ପରିବେଶ, ପ୍ରସ୍ତୁତ ହେବ ଅନୁକୂଳ ବାତାବରଣ
୨୦୨୩-୨୪ ଶିକ୍ଷାବର୍ଷରେ ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ ଥିବା ଓଡ଼ିଶାର ୧୬ଟି ମେଡିକାଲ କଲେଜର ୧୯୦୦ ଏମ୍ବିବିଏସ୍ ଓ ୧୬୩ ବିଡିଏସ୍ ସିଟ୍କୁ ମିଶାଇ ମୋଟ ୨୦୬୩ ସିଟ୍ରେ ନାମଲେଖା ହେଉଛି । ସେଥିମଧ୍ୟରୁ ଓଜେଇଇ ପକ୍ଷରୁ ୧୮୨୦ ସିଟ୍ ଲାଗି କାଉନସେଲିଂ କରାଯାଇଛି । ସେଥିରେ ୧୬୬୬ ଏମ୍ବିବିଏସ୍ ଓ ୧୫୪ ବିଡିଏସ୍ ସିଟ୍ ରହିଛି । ଅନ୍ୟପଟେ ଚଳିତ ବର୍ଷ ଓଡ଼ିଶାର ଦୁଇଟି ନୂଆ ମେଡିକାଲ କଲେଜରେ ପ୍ରଥମ ଥର ପାଇଁ ନାମଲେଖା ଅନୁଷ୍ଠିତ ହେଉଛି । ସେହି ଦୁଇଟି ମେଡିକାଲ କଲେଜ ହେଲା ଭବାନୀପାଟଣାର ସରକାରୀ ମେଡିକାଲ କଲେଜ ଓ କଟକ ଟାଙ୍ଗୀ ସ୍ଥିତ ଡ୍ରିମ୍ସ ଘରୋଇ ମେଡିକାଲ କଲେଜ ।
ଇଟିଭି ଭାରତ, ଭୁବନେଶ୍ବର