ETV Bharat / state

DoT Fest In Bhubaneswar: ଝୁମିଲା ରାଜଧାନୀ, ଗୀତରେ ମତୁଆଲା କଲେ ରନ୍ଧାୱା - ଡଟ ଫେଷ୍ଟିଭାଲ

ଡଟ ଫେଷ୍ଟର ପ୍ରଥମ ସନ୍ଧ୍ୟାରେ ନାଚିଲେ ଗାଇଲେ ମତୁଆଲା ହେଲେ ରାଜଧାନୀବାସୀ । ଲୋକଙ୍କ ମନକୁ ଝୁମାଇଲା ଓଡିଆ ଝିଅ ଶ୍ରେୟାଙ୍କ ରଙ୍ଗବତୀ ଗୀତ । ଅଧିକ ପଢନ୍ତୁ

first night of Dot Fest festival in Bhubaneswar

author img

By

Published : Jan 16, 2023, 9:18 AM IST

first night of Dot Fest festival in Bhubaneswar

ଭୁବନେଶ୍ବର: ରାଜ୍ୟରେ ହକି ବିଶ୍ବକପ ଆୟୋଜିତ ହୋଇଯାଇଥିବା ବେଳେ ରାଜଧାନୀରେ ଆରମ୍ଭ ହୋଇଯାଇଛି ଡଟ ଫେଷ୍ଟିଭାଲ । ଗତକାଲି ଇଡକୋ ପ୍ରଦର୍ଶନୀ ପଡିଆରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବା ପରେ ଆରମ୍ଭ ହୋଇୟାଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ପଞ୍ଜାବୀ ସିଙ୍ଗର ଗୁରୁ ରନ୍ଧାଓ୍ବାଙ୍କ ଗୀତ, ଦିଶା ପଟ୍ଟାନୀଙ୍କ ଠୁମକା ଓ ବ୍ଲାକସ୍ୱାନ ଡ଼ାନ୍ସିଂ ଗ୍ରୁପଙ୍କ ଡ୍ୟାନ୍ସ , ଓଡିଶା ଝିଅ ଶ୍ରେୟାଙ୍କ ରଙ୍ଗବତୀ ଗୀତ ରାଜଧାନୀଙ୍କୁ ମନୋରଞ୍ଜନର ବେଶ ଖୋରାକ ଯୋଗାଇଥିଲା ।

ଗୁରୁ ରନ୍ଧାଓ୍ବାଙ୍କ ଗୀତରେ ଝୁମିଲେ ଦର୍ଶକ: ଗତକାଲି ଡଟ ଫେଷ୍ଟର ପ୍ରଥମ ସନ୍ଧ୍ୟାରେ ନାଚ ଗୀତ ସାଙ୍ଗକୁ ରଙ୍ଗ ବେରଙ୍ଗର ଲାଇଟରେ ଝୁମି ଉଠିଥିଲେ ରାଜଧାନୀବାସୀ । ସିଙ୍ଗର ଗୁରୁ ରନ୍ଧାଓ୍ବାଙ୍କ ଗୀତରରେ ତାଳେ ତାଳେ ନାଚିଲେ,ଗାଇଲେ ଓ ମଜା ନେଇଥିଲେ ଦର୍ଶକ । ହାୟେ ନି ହାୟେ ନଖରା ତେରା ନି, ହାଏରେଟ ଗବରୁ ସଙ୍ଗୀତ ପରିବେଷଣ କରି ଏଣ୍ଟ୍ରି କରିବା ସହ ନିଜ କଣ୍ଠର ଯାଦୁଗରୀରେ ରଙ୍ଗୀନ ହୋଇଥିଲା ରାତି ।

ଡଟ ଫେଷ୍ଟର ପ୍ରଥମ ସନ୍ଧ୍ୟାରେ ଗୁରୁ ରନ୍ଧାଓ୍ବାଙ୍କ ଲାଇଭ କନସଟ ବେଶ ରୋମାଞ୍ଚକର ଥିଲା । ଏଥିରେ ସାମିଲ ହେବା ପାଇଁ ଦର୍ଶକଙ୍କ ଭିଡ ଜମିଥିଲା । ଫଳରେ ଭିଡକୁ ଆୟତ୍ତ କରିବାରେ ନାକେଦମ ହୋଇଥିଲା ପୋଲିସ । ଯାହା ତାଙ୍କର ଲୋକପ୍ରିୟତାକୁ ବେଶ ପ୍ରତିପାଦିତ କରୁଥିଲା। କାରଣ ତାଙ୍କର ପ୍ରତିଟି ଗୀତ ଦଶକଙ୍କ ମନକୁ ବେଶ ଛୁଇଁଥାଏ । ବିଶେଷ ଭାବେ ଯୁବପିଢିଙ୍କୁ ବେଶ ପସନ୍ଦ ଆସିଥିଲା । ଏହାସହ ସେ ନିଜ ଅପ କମିଂ ଫିଲ୍ମ ଥୋଡା ଖଟ୍ଟା ହୋ ଯାଏର ପ୍ରମୋସନ କରିଥିଲେ ଏହି ପଞ୍ଜାବୀ ସିଙ୍ଗର । ଏହାପରେ ହକି ୱାର୍ଲ୍ଡ କପ୍ ଆୟୋଜନ କରାଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।

ଧୁମ ମଚାଇଲେ ବ୍ଲାକସ୍ୱାନ ଗ୍ରୁପ, ରଙ୍ଗବତୀ ଗୀତ ଗାଇଲେ ଶ୍ରେୟା: ସେହିପରି ବ୍ଲାକସ୍ୱାନ ଡ଼ାନ୍ସିଂ ଗ୍ରୁପ ବି ଧୁମ ମଚେଇଥିଲେ । ଆଉ ଏହି ଗ୍ରୁପର ଥିବା ଓଡିଆ ଝିଅ ଶ୍ରେୟା ଲେଙ୍କା ତାଙ୍କ ପପ ଗର୍ଲ ବ୍ୟାଣ୍ଡର ଯାତ୍ରା କଥା କହିଥିବା ବେଳେ ତାହା ସମସ୍ତଙ୍କୁ ବେଶ ପ୍ରେରଣା ଦେଇଥିଲା । କାରଣ ସେ ହେଉଛନ୍ତି ଭାରତର ପ୍ରଥମ ଯିଏ କେ ପପ ସଙ୍ଗୀତ ପରିବେଷଣ କରନ୍ତି ବା ଏହି ବ୍ୟାଣ୍ଡରେ ସୁଯୋଗ ପାଇଛନ୍ତି । ତେଣୁ ତାଙ୍କ ପାଇଁ କେବଳ ରାଉରକେଲା ନୁହେଁ କି ଓଡିଶା ନୁହେଁ ପୁରା ଦେଶ ଆଜି ଗର୍ବିତ । ଶ୍ରେୟା ଓଡିଆ ଗୀତ ରଙ୍ଗବତୀ ଗୀତ ଗାଇ ଦର୍ଶକଙ୍କ ମନ ମୋହିଥିଲେ ।

ନିଆଁ ଲଗାଇଲା ଦିଶାଙ୍କ ଠୁମକା: ପ୍ରଥମ ସନ୍ଧ୍ୟାରେ ଶେଷରେ ଷ୍ଟେଜକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଦିଶା ପଟ୍ଟାନୀ । ଦିଶା ଷ୍ଟେଜକୁ ଆସିବା ପରେ ଦର୍ଶକ ନାଚି ଉଠିଥିଲେ । ଆଉ ତାଙ୍କ ଠୁମକାରେ ସେ ସମସ୍ତଙ୍କୁ ବେଶ ମତୁଆଲା କରିଥିଲେ। ଯୁବପିଢିଙ୍କ ଭିତରେ ତାଙ୍କୁ ଦେଖିବାକୁ ବେଶ ଉତ୍ସାହ ରହିଥିଲା । ତେଣୁ ସେ ଷ୍ଟେଜକୁ ଆସିବା ପରେ ତାଙ୍କ ନୃତ୍ୟର ତଡକାରେ ବେଶ ନାଚିଥିଲେ ସମସ୍ତେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.