ETV Bharat / state

Diwali 2023: ଜଟଣୀରେ ଜମୁଛି ବାଣ ବ୍ୟବସାୟ, ଜିଲ୍ଲା ବାହାରୁ ଗ୍ରାହକଙ୍କ ଭିଡ଼ - ସବୁଜ ବାଣ ଚାହିଦା ବଢୁଛି

ଦୀପାବଳି ପାଇଁ ଜଟଣୀରେ ଜମିଲାଣି ବାଣ ବ୍ୟବସାୟ । ଜିଲ୍ଲା ବାହାରୁ ଆସି ବାଣ କିଣୁଛନ୍ତି ଗ୍ରାହକ । ଅଧିକ ପଢନ୍ତୁ

ଜଟଣୀରେ ଜମୁଛି ବାଣ ବ୍ୟବସାୟ
ଜଟଣୀରେ ଜମୁଛି ବାଣ ବ୍ୟବସାୟ
author img

By ETV Bharat Odisha Team

Published : Nov 8, 2023, 3:17 PM IST

ଜଟଣୀରେ ଜମୁଛି ବାଣ ବ୍ୟବସାୟ

ଖୋର୍ଦ୍ଧା: ଜଟଣୀ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ । ଏଠାରେ ସିଜିନ ଅନୁସାରେ ବିଭିନ୍ନ ଜିନିଷ ହୋଲସେଲ ଦରରେ ତଥା ବଜାର ଅପେକ୍ଷା କମ ଦାମରେ ମିଳିଥାଏ । ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ତେଣୁ ବାଣ ପାଇଁ ଜଟଣୀକୁ ହବ୍ କୁହାଯାଉଥିବା ବେଳେ ଗଣେଶ ପୂଜା ପରଠାରୁ ଏଠାରେ ବାଣ ବିକ୍ରି ଆରମ୍ଭ ହୋଇଯାଇଛି । ବିଶେଷକରି ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଭୁବନେଶ୍ୱର, କଟକ ଭଳି ଅନେକ ଜିଲ୍ଲାରୁ ବ୍ୟବସାୟୀମାନେ ଏଠାରୁ ବାଣ କିଣି ଖୁଚୁରା ବ୍ୟବସାୟ କରନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ତିଆରି ହେଉଥିବା ବାଣ ସହିତ ତାମିଲନାଡୁର ଶିବକାଶୀରୁ ବିପୁଳ ବାଣ ଏଠାକୁ ଆମଦାନୀ ହୋଇଥାଏ ।

ଚଳିତ ବର୍ଷ ଗ୍ରୀନ କ୍ରାକର ବାଣର ଅଧିକ ଚାହିଦା ରହିଥିବା ବେଳେ ଏହା କମ ପ୍ରଦୂଷଣକାରୀ ଏବଂ ସୁରକ୍ଷିତ ବୋଲି ବ୍ୟବସାୟୀ କହିଛନ୍ତି । କେବଳ ଦୀପାବଳି ପାଇଁ ନୁହେଁ ବରଂ ବର୍ଷ ତମାମ ବିବାହ, ବ୍ରତ ଓ ଯାନିଯାତ୍ରା ପାଇଁ ଲୋକେ ଜଟଣୀରୁ କମ ଦାମରେ ବାଣ ପାଇଥାନ୍ତି । ଚଳିତ ବର୍ଷ ପାଗ ଭଲ ଥିବାରୁ ବ୍ୟବସାୟ ଭଲ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ଦେଶୀ ହାତ ତିଆରି ବାଣ ଅପେକ୍ଷା ଗ୍ରାହକ ଲାଇସେନ୍ସ ବାଣ ତଥା ଗ୍ରୀନ ବାଣ କିଣିବାକୁ ଆଗ୍ରହ ଦେଖାଉଥିବା ବିଭିନ୍ନ ସ୍ଥାନରୁ ଆସିଥିବା ଖୁଚୁରା ବ୍ୟବସାୟୀ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: SC on Firecrackers: ସାରା ଦେଶରେ ଫୁଟିବନି ବିପଜ୍ଜନକ ବାଣ

ଏ ବର୍ଷ ମଧ୍ୟ ଜଟଣୀରେ ବାଣ ବ୍ୟବସାୟ ପାଇଁ ଏକାଧିକ ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ପୋଲିସ ନିକଟରେ ଲାଇସେନ୍ସ ପାଇଁ ଆବେଦନ ହୋଇଛି । ଏଥିସହ ଅସ୍ଥାୟୀ ବାଣ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଜଟଣୀ ଷଣ୍ଢପୁରରେ ଜାଗା ଚିହ୍ନଟ କରାଯାଇଛି । ସରକାରୀ ନୀତି ନିୟମ ଅନୁସାରେ ବାଣ ବ୍ୟବସାୟ କରିବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଚଳିତ ବର୍ଷ ଶିବକାଶୀରୁ ଅର୍ଡର ତୁଳନାରେ କମ ବାଣ ଆସିଥିବା ବେଳେ ବାଣ କିଣିବା ପାଇଁ ଲୋକଙ୍କ ଆଗ୍ରହ ଦେଖିବାକୁ ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୧୨ ତାରିଖରେ ଆଲୋକର ପର୍ବ ଦୀପାବଳି । ଦୀପାବଳିରେ ଅଧିକ ବାୟୂ ପ୍ରଦୂଷଣ କରୁଥିବା ବେରିୟମ ଭଳି ରସାୟନ ବାଣ ଫୁଟାଇବା ବ୍ୟାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାରା ଦେଶରେ ବାଣ ଫୁଟାଇବା ଉପରେ ଏହି କଟକଣା ଲାଗୁ ପାଇଁ ନିର୍ଦ୍ଦେଶ ହୋଇଛି । ତେଣୁ ବଜାରରେ ଗ୍ରୀନ କ୍ରାକରରେ ଚାହିଦା ଅଧିକ ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.