ETV Bharat / state

Odisha Budget: ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ, ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି

author img

By

Published : Feb 24, 2023, 4:41 PM IST

Updated : Feb 24, 2023, 5:37 PM IST

୨୦୨୩-୨୪ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ମୋଟ ୨ ଲକ୍ଷ ୩୦ ହଜାର କୋଟିର ବ୍ୟୟବରାଦ ହୋଇଛି । ଅଧିକ ପଢନ୍ତୁ

ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ

ଭୁବନେଶ୍ବର: ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆଜି ବିଧାନସଭାରେ ଆଗତ ହେଉଛି ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି । ଏହା ବିଜେଡି ସରକାରଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ । ଚଳିତ ବଜେଟରେ ମୋଟ ୨ ଲକ୍ଷ ୩୦ ହଜାର କୋଟିର ବ୍ୟୟବରାଦ ହୋଇଛି । ପ୍ରଥମେ ଅର୍ଥମନ୍ତ୍ରୀ କୃଷି ବଜେଟ ଉପସ୍ଥାପନ କରିଛନ୍ତି । କୃଷି ପାଇଁ ବଜେଟରେ ୨୪ ହଜାର ୮୨୯ କୋଟିର ବ୍ୟୟ ଅଟକଳ ହୋଇଛି । ଯାହାକି ଗତବର୍ଷ ଠାରୁ ୨୦ ପ୍ରତିଶତ ଅଧିକ । ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ ଅଟକଳ ମୋଟ ୨ ଲକ୍ଷ କୋଟି ଥିଲା ।

Odisha Budget
Odisha Budget

ରାଜ୍ୟ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ବଖାଣିଛନ୍ତି । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଜାତିସଂଘ ଦ୍ବାରା ପ୍ରଶଂସିତ ହୋଇଥିବା ସେ କହିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ୩,୭୬୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ବଜେଟରେ ମିଶନ ଶକ୍ତିକୁ ଫୋକସ କରାଯାଇଛି । ମିଶନ ଶକ୍ତି ପାଇଁ ୨,୫୪୯ କୋଟିର ବ୍ୟୟବରାଦ ହୋଇଛି । ଶକ୍ତି ବିଭାଗ ପାଇଁ ୫,୯୫୪ କୋଟି ଟଙ୍କା ଓ ଗୃହ ବିଭାଗ ପାଇଁ ୭,୩୧୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି ।

ଏହାମଧ୍ୟ ପଢନ୍ତୁ: Odisha Budget 2023: କୃଷି ପାଇଁ 24 ହଜାର 829 କୋଟି ବ୍ୟୟ ବରାଦ

ବଜେଟରେ କାଳିଆ ସହାୟତା ପାଇଁ ୧,୮୭୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମହିଳା ଓ ଶିଶୁ ବିକାଶ ପାଇଁ ୩ ହଜାର ୬୭୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ଉଚ୍ଚଶିକ୍ଷା ପାଇଁ ବଜେଟରେ ୩ ହଜାର ୧୭୨ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ଭାଷା ସାହିତ୍ୟ ଓ ସଂସ୍କୃତି ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ଏମଏସଏମଇ ପାଇଁ ୬୪୭ କୋଟିର ବ୍ୟୟବରାଦ ହୋଇଛି । ଶିଳ୍ପ ଓ ଏମଏମଏମଇ ପାଇଁ ୧ ହଜାର ୩୫୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ୬୬୦ କୋଟିର ବ୍ୟୟବରାଦ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 24, 2023, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.