ETV Bharat / state

ଫେବୃଆରୀରେ ଆସିପାରେ ରାଜ୍ୟ ବଜେଟ, ବସିଲା ପ୍ରି ବଜେଟ ପରାମର୍ଶ ବୈଠକ

author img

By

Published : Jan 6, 2023, 12:13 PM IST

Updated : Jan 6, 2023, 12:23 PM IST

ପ୍ରି ବଜେଟ ପରାମର୍ଶ ବୈଠକ ଆରମ୍ଭ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧକ୍ଷ୍ୟତାରେ ବସିଛି ବୈଠକ । ଅଧିକ ପଢନ୍ତୁ

Finance Ministers pre budget consultations meeting
ପ୍ରିବଜେଟ ପରାମର୍ଶ ବୈଠକ

ଭୁବନେଶ୍ବର: ଆସନ୍ତା ଫେବୃଆରୀ ତୃତୀୟ ସପ୍ତାହରେ ଆସିପାରେ 2023-24 ଆର୍ଥିକ ବର୍ଷର ବଜେଟ । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବଜେଟ ପ୍ରସ୍ତୁତ ନେଇ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରୁଛନ୍ତି ରାଜ୍ୟ ସରକାର । ପ୍ରି ବଜେଟ ପରାମର୍ଶ ବୈଠକ ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧକ୍ଷ୍ୟତାରେ ବସିଛି ବୈଠକ ।

ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଆଗାମୀ ବଜେଟ ପ୍ରସ୍ତୁତି ନେଇ ପ୍ରକ୍ରିୟା ଆରମ୍ଭ ହାେଇଛି । ବଜେଟ ପ୍ରସ୍ତୁତି ନେଇ ଆରମ୍ଭ ହୋଇଛି ପ୍ରି-ବଜେଟ ପରାମର୍ଶ ବୈଠକ । ରାଜ୍ୟ ଅତିଥି ଭବନରେ ବୈଠକ ବସିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧକ୍ଷତାରେ ବୈଠକ ବସିଛି । ଦୁଇଟି ପର୍ଯ୍ୟାୟରେ ବସିବ ବୈଠକ । ବୈଠକରେ ଅର୍ଥ ବିଭାଗର ସଚିବ, ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ସଚିବ ଓ ଅଧକାରୀ ମାନେ ଉପସ୍ଥିତ ଅଛନ୍ତି । ଅର୍ଥନୀତିଜ୍ଞ ଓ ବିଶେଷଜ୍ଞମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ଆସନ୍ତା ଫେବ୍ରୁଆରୀ 3ୟ ସପ୍ତାହରେ ଆସିପାରେ 2023-24 ଆର୍ଥିକ ବର୍ଷର ବଜେଟ । ବଜେଟରେ କିଛି ବଡ ଓ ନୂଆ ସ୍କିମ ଆଣିପାରନ୍ତି ରାଜ୍ୟ ସରକାର ।

ଏହା ବି ପଢନ୍ତୁ....Cold wave shock: ହୃଦଘାତ ଓ ମସ୍ତିଷ୍କ ଆଘାତରେ ଗୋଟିଏ ଦିନରେ 25 ମୃତ

ପ୍ରକାଶ ଥାଉ କି, ଜାନୁଆରୀ 31 ତାରିଖରୁ ସଂସଦ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ । ଏପ୍ରିଲ 6ରେ ବଜେଟ ଅଧିବେଶନ ଶେଷ ହେବ । ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେଶନ । ଫେବୃୟାରୀ 1ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2023-24 ପାଇଁ ବଜେଟ ଆଗତ କରିବେ । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ 10 ପର୍ଯ୍ୟନ୍ତ ଚାଲିବ । ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ 6ରୁ ଆରମ୍ଭ ହୋଇ ଏପ୍ରିଲ 6ରେ ଶେଷ ହେବ ।

ଏହା ବି ପଢନ୍ତୁ...Parliament Budget Session: 31 ଜାନୁୟାରୀରୁ ବଜେଟ ଅଧିବେଶନ, ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ହେବ ଆରମ୍ଭ

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 6, 2023, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.