ETV Bharat / state

ନାଳ ଜବର ଦଖଲକୁ ନେଇ 2ଗୋଷ୍ଠୀ ମଧ୍ୟରେ କନ୍ଦଳ

ଟାଙ୍ଗୀ ଥାନା ଭୁଷଣ୍ଡପୁର ଜଗନ୍ନାଥପୁର ଅଞ୍ଚଳରେ ନାଳ ଜବର ଦଖଲକୁ ନେଇ 2ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ପ୍ରଶାସନ ପକ୍ଷରୁ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି ।

author img

By

Published : Mar 30, 2019, 11:55 PM IST

ଫଟୋ ସୌଜନ୍ଯ:ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଚିଲିକାରେ ନାଳ ଜବର ଦଖଲକୁ ନେଇ 2ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ଟାଙ୍ଗୀ ଥାନା ଭୁଷଣ୍ଡପୁର ଜଗନ୍ନାଥପୁର ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ଯ:ପ୍ରତିନିଧି, ଖୋର୍ଦ୍ଧା

ଜଗନ୍ନାଥପୁର ଚିଲିକା ଭିତର ନାଳ ଦେଇ ସେହି ଗାଁର ମତ୍ସ୍ୟଜୀବୀମାନେ ଚିଲିକା ମଧ୍ୟକୁ ଯିବା ଆସିବା କରିଥାନ୍ତି । କିନ୍ତୁ ଏହି ନାଳରେ ଅନ୍ଯ ଏକ ଗୋଷ୍ଠି ଜାଲ ବସାଇ ଅବରୋଧ କରିଛି । ତେବେ ସମସ୍ୟାର ସମାଧାନ ପାଇଁ ଜଗନ୍ନାଥପୁରର ମତ୍ସ୍ୟଜୀବୀମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ତେବେ ମତ୍ସ୍ୟବିଭାଗ ତରଫରୁ ତଦାରଖ କାର୍ଯ୍ୟ ଚାଲୁଥିବାବେଳେ ବିପକ୍ଷ ଗୋଷ୍ଠି ଏହାର ବିରୋଧ କରିଥିଲେ । ଫଳରେ ମତ୍ସ୍ୟ ବିଭାଗ କର୍ମଚାରୀମାନେ ଭୟଭୀତ ହୋଇ ଗାଡି ଛାଡି ପଳାଇଥିଲେ । ତେବେ ପ୍ରଶାସନ ପକ୍ଷରୁ ସମାଧାନ ପାଇଁ ଉଦ୍ୟମ ଜାରି ରହିଥିବା ଜଣାପଡିଛି ।




ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ଖୋର୍ଦ୍ଧା: ଚିଲିକାରେ ନାଳ ଜବର ଦଖଲକୁ ନେଇ 2ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ଟାଙ୍ଗୀ ଥାନା ଭୁଷଣ୍ଡପୁର ଜଗନ୍ନାଥପୁର ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ଯ:ପ୍ରତିନିଧି, ଖୋର୍ଦ୍ଧା

ଜଗନ୍ନାଥପୁର ଚିଲିକା ଭିତର ନାଳ ଦେଇ ସେହି ଗାଁର ମତ୍ସ୍ୟଜୀବୀମାନେ ଚିଲିକା ମଧ୍ୟକୁ ଯିବା ଆସିବା କରିଥାନ୍ତି । କିନ୍ତୁ ଏହି ନାଳରେ ଅନ୍ଯ ଏକ ଗୋଷ୍ଠି ଜାଲ ବସାଇ ଅବରୋଧ କରିଛି । ତେବେ ସମସ୍ୟାର ସମାଧାନ ପାଇଁ ଜଗନ୍ନାଥପୁରର ମତ୍ସ୍ୟଜୀବୀମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ତେବେ ମତ୍ସ୍ୟବିଭାଗ ତରଫରୁ ତଦାରଖ କାର୍ଯ୍ୟ ଚାଲୁଥିବାବେଳେ ବିପକ୍ଷ ଗୋଷ୍ଠି ଏହାର ବିରୋଧ କରିଥିଲେ । ଫଳରେ ମତ୍ସ୍ୟ ବିଭାଗ କର୍ମଚାରୀମାନେ ଭୟଭୀତ ହୋଇ ଗାଡି ଛାଡି ପଳାଇଥିଲେ । ତେବେ ପ୍ରଶାସନ ପକ୍ଷରୁ ସମାଧାନ ପାଇଁ ଉଦ୍ୟମ ଜାରି ରହିଥିବା ଜଣାପଡିଛି ।




ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ସ୍ଲଗ- ଜଳେଶ୍ବର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ନାଁରେ ଏତଲା। ଠିକାଦାରଙ୍କୁ ପିସି ମାଗି ହରଡ଼ଘଣାରେ ବିଧାୟକ।
ଫର୍ମାଟ- ଏଭିବି
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 11/03/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ନାଁରେ ଏତଲା। ଜଣେ ଠିକାଦାରଙ୍କୁ ପିସି ମାଗିବା ସହ ବିଭିନ୍ନ ପ୍ରକାର ଅଶ୍ଳୀଳ ଗାଳିଗୁଳଜକୁ ନେଇ ଠିକାଦାର ଆଇନର ଆଶ୍ରୟ ନେଇଥିବା ଜଣାପଡିଛି। ଖାଲି ସେତିକି ନୁହେଁ ପ୍ରତି କାର୍ଯ୍ୟାଦେଶ ପାଇଁ ସମ୍ପୃକ୍ତ ଠିକାଦାରଙ୍କ ପାଖରୁ ସମୁଦାୟ ମୂଲ୍ୟର 5 ପ୍ରତିଶତ ଟଙ୍କା ପିସି ଆକାରରେ ନେଉଥିବା ଠିକାଦାର ଅଭିଯୋଗରେ ଦର୍ଶାଇଛନ୍ତି। ପିସି ନଦେଲେ କାମ ମିଳେନି ବୋଲି ଠିକାଦାର କହିଛନ୍ତି। ବିଧାୟକ ନିଜେ ନ ନେଇ ଜଣେ ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ଟଙ୍କା ନେଉଥିବା ଠିକାଦାର କହିଛନ୍ତି। ବିଧାୟକଙ୍କ ସରକାରୀ କର୍ମଚାରୀ ବହୁବାର ଠିକାଦାରଙ୍କୁ ଟଙ୍କା ମାଗୁଥିବା ସେ ଅଡିଓ ରେକର୍ଡ଼ିଂ ରଖିଥିବା କହିଛନ୍ତି। ଏମିତିକି ଠିକାଦାର ବିଧାୟକଙ୍କୁ ପିସି ଦେବା ଓ ପିସି ନଦେଲେ କାମ ମିଳେନି। ଯାହାକୁ ନେଇ ଠିକାଦାର ନୟାନ୍ତ ହୋଇଯିବା ପରେ ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁ ମାଗିଥିବା ଠିକାଦାର ଜଣକ କହିଛନ୍ତି।
ଠିକାଦାରଙ୍କ ଅଭିଯୋଗ ଅନୁଯାୟୀ, ଜଳେଶ୍ବର ବ୍ଲକ ବାଗପୁଞ୍ଜି ହାଇସ୍କୁଲର କୋଠାଘର ନିର୍ମାଣ ପାଇଁ ଠିକାଦାର ଲୋକନାଥ ଜେନା 20ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ପାଇଥିଲେ। 10 ତାରିଖ ଦିନ ଠିକାଦାର ଶ୍ରମିକମାନଙ୍କୁ ନେଇ ସ୍କୁଲରେ ପହଁଚିଲା ବେଳକୁ କାର୍ଯ୍ୟର ଶୁଭ ଉଦ୍ଘାଟନ ପାଇଁ ବିଧାୟକ ଅଶ୍ୱିନୀ ପାତ୍ର ସେଠାରେ ଉପସ୍ଥିତ ଥିଲେ। ଠିକାଦାରଙ୍କୁ ଦେଖି  ବିଧାୟକ ହଠାତ ଚିଡି ଉଠିଥିଲେ। ବିଧାୟକ ଅଶ୍ୱିନୀ ପାତ୍ର ତାଙ୍କ ଲେଡ଼ କାମ ବାଣ୍ଟିବାରେ ଠିକାଦାର ବାଧା ଦେଉଥିବା କହିବା ସହ ନାନା ପ୍ରକାର ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଠିକାଦାର କହିଛନ୍ତି। ଏମିତିକି ସବୁ ଠିକାଦାର ବିଧାୟକଙ୍କୁ 5 ପ୍ରତିଶତ ପିସି ଦେଉଥିବା ବେଳେ ଏ କାର୍ଯ୍ୟ ପାଇଁ କାହିଁକି ଟଙ୍କା ଦିଆ ଯାଇନାହିଁ ବୋଲି ବିଧାୟକ ଠିକାଦାରଙ୍କୁ କହିଥିଲେ। ସନ୍ଧ୍ୟା ସୁଦ୍ଧା 2ଲକ୍ଷ ଟଙ୍କା ବିଧାୟକଙ୍କ ମଧ୍ୟସ୍ଥି ସରକାରୀ କର୍ମଚାରି ତରଣୀ ଭୂୟାଁଙ୍କୁ ଦେବାପାଇଁ ବିଧାୟକ ତାଗିଦ କରିଥିଲେ। ଟଙ୍କା ସନ୍ଧ୍ୟା ସୁଦ୍ଧା ନ ପହଁଚିଲେ ଆଗାମୀ ଦିନରେ କୌଣସି କାର୍ଯ୍ୟ କରାଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ। ଏହାସହ ବିଧାୟକଙ୍କ ନିଷ୍ପତ୍ତି ବିରୋଧରେ ଗଲେ ଜୀବନରୁ ମାରିଦେବାର ଧମକ ଖୁଦ ବିଧାୟକ ଅଶ୍ୱିନୀ ପାତ୍ର ଠିକାଦାରଙ୍କୁ ଦେଇଥିବା ଅଭିଯୋଗରେ ଦର୍ଶା ଯାଇଛି। ଏହା ପୂର୍ବରୁ ସରକାରୀ କର୍ମଚାରୀ ତରଣୀ ଭୂୟାଁ ଲୋକନାଥଙ୍କୁ ପିସି ଦେବାପାଇଁ ଫୋନ ଯୋଗେ କହୁଥିବାର ଅଡିଓ ରେକର୍ଡ଼ିଂ ଲୋକନାଥଙ୍କ ପାଖରେ ରହିଛି। ମାନସିକ ସ୍ତରରେ ବିଧାୟକ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ରାଷ୍ଟ୍ରପତିଙ୍କ ପାଖରେ ଲୋକନାଥ ଇଛା ମୃତ୍ୟୁ ଆବେଦନ କରିଥିବା କହିଛନ୍ତି। ଏବିଷୟରେ ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି ଯେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। କୌଣସି ପ୍ରକାର ଗାଳିଗୁଲଜ କରିବା କିମ୍ବା ଜୀବନରୁ ମାରିଦେବା କଥା ମିଛ।
ତେବେ ବିଧାୟକମାନେ ଠିକାଦାରଙ୍କୁ ପିସି ମାଗିବା କିଛି ନୂଆକଥା ହୋଇ ନଥିବା ବେଳେ ଠିକ ନିର୍ବାଚନର ବିଗୁଲ ବାଜିବା ବେଳକୁ ଏମିତି ଏକ ଅଭିଯୋଗ ଉଠିବା ଭିତରେ ରହସ୍ୟ କିଛି ଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଟିକେଟ କଟିବା କଥା ଏକ ଅଡିଓ ଭାଇରାଲ ହେବା ପରେ ଏବେ ପୁଣି ପିସି ମାଗିବା ଅଭିଯୋଗ ରାଜନୈତିକ ଆକ୍ରୋଶ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ସେ ଯାହା ହେଉନା କାହିଁକି ଘଟଣାର ସତ୍ୟାସତ୍ୟ ଉପଯୁକ୍ତ ତଦନ୍ତ ପରେ ହିଁ ଜଣାପଡିବ। ମାତ୍ର ବିଧାୟକ ଏହି ଘଟଣାକୁ ନେଇ ଏବେ ହରଡ଼ଘଣାରେ ପଡିଛନ୍ତି ବୋଲି ଚାରିଆଡେ ଚର୍ଚ୍ଚା ଚାଲିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.