ETV Bharat / state

ସମବାୟ ସମିତିରୁ ମିଳୁନି ସାର ଓ ବିହନ: ବିପଦସଙ୍କୁଳ ଅବସ୍ଥାରେ ସମିତି ଗୃହ - ସମବାୟ ସମିତିରୁ ମିଳୁନି ସାର ନମିଳିବା ଖବର

ଖୋର୍ଦ୍ଧା ପାଇକ ତିଗିରିଆ ସେବା ସମବାୟ ସମିତି କାର୍ଯ୍ୟାଳୟ ବିପଦ ସଙ୍କୁଳ ଅବସ୍ଥାରେ ଥିବାବେଳେ କେତେକ ସମବାୟ ସମିତିରେ ଚାଷୀଙ୍କୁ ବିହନ କିମ୍ବା ସାର ମିଳୁନଥିବା ଅଭିଯୋଗ । ଅଧିକ ପଢନ୍ତୁ...

ସମବାୟ ସମିତିରୁ ମିଳୁନି ସାର ଓ ବିହନ: ବିପଦଶଙ୍କୁଳ ଅବସ୍ଥାରେ ସମିତି ଗୃହ

author img

By

Published : Aug 8, 2021, 1:52 PM IST

ଖୋର୍ଦ୍ଧା: ଜିଲ୍ଲା ପାଇକ ତିଗିରିଆ ସେବା ସମବାୟ ସମିତି କାର୍ଯ୍ୟାଳୟ ଏବେ ବିପଦ ସଙ୍କୁଳ ଅବସ୍ଥାରେ । ଏଠାରେ କର୍ଚାରୀଙ୍କ ଜୀବନ ବିପଦରେ ଥିବାବେଳେ କେତେକ ସମବାୟ ସମିତିରେ ଚାଷୀଙ୍କୁ ମିଳୁନି ବିହନ କିମ୍ବା ସାର । ଏମିତିରେ ଚାଷୀ ଅନେକ ସମସ୍ୟାର ସମ୍ମୁଖିନ ହେଉଥିବାର ଅଭିଯୋଗ କରିଛନ୍ତି ।

ସମବାୟ ସମିତିରୁ ମିଳୁନି ସାର ଓ ବିହନ: ବିପଦଶଙ୍କୁଳ ଅବସ୍ଥାରେ ସମିତି ଗୃହ

ସେପଟେ ସହକାରୀ ସମବାୟ ସମିତି ସମୂହ ଉପନିବନ୍ଧକ କହିଛନ୍ତି ଯେ, କିଛି ସ୍ଥାନରେ ଜମି ବିବାଦ ରହିଛି ଖୁବ୍‌ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବ । ଖୋର୍ଦ୍ଧା ସଦର ବ୍ଲକ ଟାଙ୍ଗୀଆପଡା ପଞ୍ଚାୟତ ପାଇକତିଗିରିଆ ସେବା ସମବାୟ ସମିତିରେ ବିପଦ ସଙ୍କୁଳ ଅବସ୍ଥାରେ କର୍ମାଚରୀମାନେ କାମ କରୁଛନ୍ତି । ସମବାୟ ସମିତିର ଛାତରୁ ପାଣି ପଡିବା ସହ ଲୁହା ରଡ୍‌ ଦେଖା ଗଲାଣି । ସେହିପରି କାନ୍ଥରୁ ପ୍ଲାଷ୍ଟର ମଧ୍ୟ ଛାଡିଗଲାଣି । କେତେବେଳେ ବି ଛାତ ଭୁଶୁଡିବାକୁ ନେଇ ଆଶଙ୍କା କରାଯାଉଛି । ଗୋଦାମ ଘର ଥାଇ ମଧ୍ୟ କୌଣସି କାମରେ ଆସୁନି । ସାର ଓ ବିହନରେ ପାଣି ପସିବା ଭୟରେ ଏଠାକୁ ସାର ବିହନ ଆଣୁନାହାନ୍ତି ସମ୍ପାଦକ । ସେହିପରି ପାଇକତିଗିରିଆ ସେବା ସମବାୟ ସମିତିର ଏପର୍ଯ୍ୟନ୍ତ ଲାଇସେନ୍ସ ନଥିବାରୁ ସାର ଆସିପାରୁ ନାହିଁ । ଫଳରେ ଚାଷୀ ନାହିଁ ନଥିବା ହଇରାଣ ଦେଉଥିବାର ଅଭିଯୋଗ କରିଛନ୍ତି ।

ସେବା ସମବାୟ ସମିତିର ଏଭଳି ଅବସ୍ଥା ବିଷୟରେ ବାରମ୍ବାର ସରକାରଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାର କହିଛନ୍ତି ପୂର୍ବତନ ସଭାପତି । ପାଇକତିଗିରିଆ ସେବା ସମବାୟ ସମିତିରେ 819 ଜଣ ଚାଷୀ ସଦସ୍ୟ ଭାବରେ ଥିବାବେଳେ 182 ଜଣ ଚାଷୀ ପ୍ରତି ବର୍ଷ 6000 କ୍ୟୁଣ୍ଟାଲ ଧାନ ବିକ୍ରି କରିବାକୁ ପଞ୍ଜିକରଣ କରିଥାନ୍ତି । ସେହିପରି 230 କ୍ୟୁଣ୍ଟାଲ ବିହନ ଓ 300 କ୍ୟୁଣ୍ଟାଲ ସାର ଆବଶ୍ୟକତା ରହିଛି । ସମବାୟ ସିମିତିରୁ ଏସବୁ ନପାଇ ଅନେକ ଦୂରରୁ ଆଣି ହନ୍ତସନ୍ତ ହେଉଛନ୍ତି ।

ଦୀର୍ଘ ଚାରି ବର୍ଷ ହେବ ସରକାରଙ୍କୁ ଚିଠି କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ସେପଟେ ଖୋର୍ଦ୍ଧା ସମବାୟ ସମୁହ ଉପନିବନ୍ଧକ ସମସ୍ତ ସମବାୟ ସମିତିର ସମସ୍ୟା ବିଷୟରେ ଅବଗତ ଅଛନ୍ତି ବୋଲି କହିଛନ୍ତି । କିଛି ସ୍ଥାନରେ ଜମି ସମସ୍ୟା ରହିଛି ଏଦିଗରେ ପଦକ୍ଷେପ ନିଆଯାଇ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।

ଖରିଫ ଋତୁରେ ସମବାୟ ସମିତିରୁ ସେବା ନପାଇବାରୁ ଚାଷୀ ଅନେକ ସମସ୍ୟାରେ ପଡୁଛି । ଫଳରେ ସାର ଓ ବିହନ ବିକ୍ରି କରୁଥିବା ଦଲାଲଙ୍କ ଠକାମିର ଶିକାର ହେଉଛି । ତେବେ ଏଦିଗରେ ସମବାୟ ସମିତି ସମୂହ ଆଗାମୀ ଦିନରେ କି ପଦକ୍ଷେପ ନେଉଛି ତାହା ଅପେକ୍ଷା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.