ETV Bharat / state

ବାପ ପୁଅଙ୍କୁ ମାଡ଼ ଘଟଣା; ମାଗୁଣୀଙ୍କୁ ଫୋନ କରି ଧମକ ଦେଉଛନ୍ତି ମାନସ ଦାସ - manas das

ମାନବବାଦ ସଂଗଠନର ତାଲିବାନ ଶାସନ । ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ତେଜୁଛି ଜନ ଅସନ୍ତୋଷ । ଅଧିକ ପଢନ୍ତ...

ବାପ ପୁଅଙ୍କୁ ମାଡ଼ ଘଟଣା; ମାଗୁଣୀଙ୍କୁ ଫୋନ କରି ଧମକ ଦେଉଛନ୍ତି ମାନସ ଦାସ

author img

By

Published : Aug 29, 2021, 2:07 PM IST

ଖୋର୍ଦ୍ଧା: ମାନବବାଦ ସଂଗଠନର ତାଲିବାନ ଶାସନ । ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ତେଜୁଛି ଜନ ଅସନ୍ତୋଷ । ଆଜି ବିଭିନ୍ନ ଗଣମାଧ୍ୟମରୁ ଖବର ପାଇ କେନ୍ଦ୍ରୀୟ ମାନବାଧିକାର ସଂଗଠନ ଖୋର୍ଦ୍ଧା ଜିଲ୍ଲା ସଭାପତି ସୁକାନ୍ତ ପରିଡା ଏବଂ ଜନକଲ୍ୟାଣ ପ୍ରତିଷ୍ଠାନ ବେଗୁନିଆର ସଭାପତି ଅକ୍ଷୟ ରଥ ମାଗୁଣିଙ୍କ ପରିବାରକୁ ଭେଟିବା ପରେ ମାନସ ଦାସଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ, ଥାନାରେ ଅଭିଯୋଗ ପରେ ମାଗୁଣୀଙ୍କୁ ଫୋନ ଯୋଗେ ମାନସ ଦାସ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ବାପ ପୁଅଙ୍କୁ ମାଡ଼ ଘଟଣା; ମାଗୁଣୀଙ୍କୁ ଫୋନ କରି ଧମକ ଦେଉଛନ୍ତି ମାନସ ଦାସ

ବାପ ପୁଅଙ୍କୁ ମାଡ ମାରା ଘଟଣାରେ କୋଡିଏରୁ ପଚିଶ ଜଣ ଲୋକ ସାମିଲ ଥିବା କହିଛନ୍ତି ମାଗୁଣିଙ୍କ ପୁଅ ଆନନ୍ଦ ନାୟକ । ସେଦିନର ସେ ମାଡ଼ ଦାଗ ଆଜି ବି ଆନନ୍ଦଙ୍କ ଶରୀରରୁ ଲିଭିନି । ସେ ଦାଗ ହିଁ ବୟାନ କରିଛି କେତେ କଷ୍ଟସାଧ୍ୟ ଥିଲା ସେଦିନର ଯନ୍ତ୍ରଣା । ସେପଟେ, କେନ୍ଦ୍ରୀୟ ମାନବାଧିକାର ସଂଗଠନର ସଭାପତି ଏବଂ ଜନକଲ୍ୟାଣ ପ୍ରତିଷ୍ଠାନ ସଭାପତି ତୁରନ୍ତ ମାନସ ଦାସଙ୍କ ଗିରଫ ଦାବି କରିବା ପାଇଁ ଦାବି କରିଛନ୍ତି । କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଜନକଲ୍ୟାଣ ପ୍ରତିଷ୍ଠାନର ସଭାପତି ଅକ୍ଷୟ ରଥ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.