ETV Bharat / state

ଜହ୍ଲାଦ ପାଲଟିଲା ବାପା, 3 ବର୍ଷ ଶିଶୁର କାଟିଲା ଗଳା - ଝିଅର ତଣ୍ଟି କାଟିଲା ବାପା

ନୃଶସ ପାଲଟିଲା ବାପା। ମାତ୍ର ତିନି ବର୍ଷର ନିଷ୍ପାପ ଶିଶୁ କନ୍ୟାର ଗଳା କାଟିଲା ଜନ୍ମ କଲା ବାପା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ଅଞ୍ଚଳରେ। ଅଧିକ ପଢ଼ନ୍ତୁ

ପିଚାଶ ପାଲଟିଲା ବାପା
ପିଚାଶ ପାଲଟିଲା ବାପା
author img

By ETV Bharat Odisha Team

Published : Sep 7, 2023, 7:02 AM IST

ନିଆଳି: ନୃଶଂସ ପାଲଟିଲା ବାପା । ଭୁଲିଗଲା ମାନବିକତା । ମାତ୍ର ତିନି ବର୍ଷର ନିଷ୍ପାପ ଶିଶୁ କନ୍ୟାର ଗଳା କାଟିଲା ଜନ୍ମ କଲା ବାପା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ଅଞ୍ଚଳରେ । ତେବେ ଝିଅକୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯିବ ସହ ଅଭିଯୁକ୍ତ ବାପାକୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ବଡ଼ସାହିର 30 ବର୍ଷୀୟ ଗଣେଶ୍ୱର ସିଂ ଓ ତାଙ୍କ ପରିବାର ରାଜଧାନୀ ଉପକଣ୍ଠ ବାଳକାଟି ଫାଣ୍ତି ଅଧିନସ୍ଥ ସାତକାଶିଆ ସ୍ଥିତ ଏକ ଇଟା ଭାଟିରେ ଦୀର୍ଘ ବର୍ଷ ଧରି କାମ କରିଆସୁଛନ୍ତି । ଗତକାଲି(ବୁଧବାର) ଦିନ ଦିପ୍ରହରରେ ଗଣେଶ୍ୱର ଏକ ଧାରୁଆ ଅସ୍ତ୍ରରେ ନିଜର ଜନ୍ମ କଲା ମାତ୍ର ତିନି ବର୍ଷର ଶିଶୁ କନ୍ୟାର ଗଳା କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ଝିଅକୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଝିଅର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କ୍ୟାପିଟାଲ ହସ୍ପିଟାଲରୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା।

ଏହା ମଧ୍ୟ ପଢ଼ନ୍ତୁ...10 ମାସ ଶିଶୁକନ୍ୟାର ହତ୍ୟାକାରୀ ବାପା ଗିରଫ

ସେପଟେ ଘଟଣାର ଖବର ପାଇ ପୋଲିସ ଅଭିଯୁକ୍ତ ବାପା ଗଣେଶ୍ୱରକୁ ଅଟକ ରଖିଛି । ତେବେ ଗଣେଶ୍ୱର କାହିଁକି ଏବଂ କେଉଁ କାରଣରୁ ନିଜ ତିନି ବର୍ଷର ଶିଶୁ କନ୍ୟାର ଗଳା କାଟିଲା ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ପାରିପାରିକ କଳହ କିମ୍ବା ଇଟା ଭାଟିରେ କାର୍ଯ୍ୟରତ ଶ୍ରମିକ ହୋଇଥିବାରୁ ଅଧିକ ମଦ୍ୟପାନ ଯୋଗୁଁ ଏଭଳି କାଣ୍ଡ ଭିଆଇଥିବା ପୋଲିସ ଅନୁମାନ କରୁଛି ।

ତେବେ ପୂର୍ବରୁ 3 ଝିଅଙ୍କ ଗଳା କାଟି ନିଜେ ବାପା ଜୀବନ ହାରିଥିବା ଘଟଣା ସାମ୍ନାକୁ ଆସିଥିଲା । କେରଳର କୋଟାୟମ ଜିଲ୍ଲାର ରାମପୁରମରେ ଜୋମୋନ ନାମକ ଜଣେ ବ୍ୟକ୍ତି ନିଜ 3 ଝିଅଙ୍କ ସହ ରହୁଥିଲେ । ଦୀର୍ଘଦିନ ଧରି ଜୋମୋନଙ୍କ ସ୍ତ୍ରୀ ସେମାନଙ୍କଠାରୁ ଅଲଗା ରହୁଥିଲେ । ଗତ ସୋମବାର ଦିନ ବିଳମ୍ବିତ ରାତି ପ୍ରାୟ 12.30ରେ ଜୋମୋନ ତାଙ୍କ 3ଝି ଅଙ୍କ ଗଳା କାଟିବା ସହ ନିଜେ ଜୀବନ ହାରିଥିଲେ । ତେବେ ଝିଅମାନଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏନେଇ ତୁରନ୍ତ ରାମପୁରମ ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଝିଅମାନଙ୍କୁ ଗୁରୁତର ଅବସ୍ଥାରେ କୋଟାୟାମ ଡାକ୍ତରଖାନାକୁ ନିଆଯିବା ସହ ମୃତ ବାପାର ମୃତଦେହ ଜବତ କରିଥିଲା । ସେପଟେ ଜୋମୋନ ଅନେକ ସମୟରେ ଚିନ୍ତାଗ୍ରସ୍ତ ରହିବା ସହ ମଦ୍ୟପାନ କରି ପିଲାମାନଙ୍କୁ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲା । ତେବେ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଭିଆଇ ଥିବା ପୋଲିସ ସନ୍ଦେହ କରିଛି।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.