ଖୋର୍ଦ୍ଧା: ଧାନର ଅଭାବୀ ବିକ୍ରି ଏବଂ ଧାନ ମଣ୍ଡିର ଅଚଳାବସ୍ଥାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ପିଚୁକୁଳି ସେବା ସମବାୟ ସମିତିରେ ତାଲା ପକାଇ ଧାରଣାରେ ବସିଲେ ଚାଷୀ । ଏନେଇ ପୂର୍ବରୁ ସ୍ଥାନୀୟ ଚାଷୀ ଜିଲ୍ଲାପାଳ ଏବଂ ଯୋଗାଣ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏନେଇ ପ୍ରତିବାଦ କରାଯାଇଛି ।
ଚାଷୀମାନେ ସମବାୟ ସମିତିରେ ତାଲା ପକାଇ ଧାରଣାରେ ବସିଛନ୍ତି । ମଣ୍ଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି । ଦାବି ପୁରଣ ନହେଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବାପାଇଁ ଚେତାବନୀ ଦେଇଛନ୍ତି ।
ଖୋର୍ଦ୍ଧରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ