ETV Bharat / state

ଚାଷୀଙ୍କ ଅଭିନବ ବିକ୍ଷୋଭ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରଖିଲେ ଧାନ ବସ୍ତା - khurdha district administration

ଖୋର୍ଦ୍ଧା ଜିଲ୍ଲାରେ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଓ ସମସ୍ୟା ନେଇ ଦେଖିବାକୁ ମିଳିଛି ଭିନ୍ନ ଢଙ୍ଗରେ ପ୍ରତିବାଦ । ଅଧିକ ପଢନ୍ତୁ....

ଚାଷୀଙ୍କ ଅଭିନବ ବିକ୍ଷୋଭ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରଖିଲେ ଧାନ ବସ୍ତା

author img

By

Published : Mar 2, 2021, 5:10 PM IST

ଖୋର୍ଦ୍ଧା: ଜିଲ୍ଲାରେ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଓ ସମସ୍ୟା ନେଇ ଦେଖିବାକୁ ମିଳିଛି ଭିନ୍ନ ଢଙ୍ଗରେ ପ୍ରତିବାଦ । ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାନବସ୍ତା ରଖି ଅଭିନବ ଢଙ୍ଗରେ ବିକ୍ଷୋଭ କରାଯାଇଛି । ଖୋର୍ଦ୍ଧାର ସମସ୍ତ ସମବାୟ ସମିତିରେ ଧାନ ମଣ୍ଡି ଅଚଳାବସ୍ଥା ଦେଖାଦେଇଛି ଫଳରେ ପ୍ରତିଦିନ ଚାଷୀ ଜିଲ୍ଲାପାଳଙ୍କ ଠାରୁ ଯୋଗାଣ ବିଭାଗ ଓ ସମବାୟ ସମୂହ ପାଖରେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଆସୁଛି । ଚାଷୀର ସମସ୍ୟା କେହି ବୁଝୁନଥିବା ବେଳେ ବାଧ୍ୟ ହୋଇ ଚାଷୀ ତାର ବର୍ଷକର ଅମଳକୁ ଦଲାଲକୁ ଟେକି ଦେଉଛି ।

ଚାଷୀଙ୍କ ଅଭିନବ ବିକ୍ଷୋଭ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରଖିଲେ ଧାନ ବସ୍ତା

ସରକାର ଦେଇଥିବା ଟୋକନର ଅବଧି ସରିବାକୁ ବସିଥିବାବେଳେ ଏପର୍ଯ୍ୟନ୍ତ ମଣ୍ଡି ଖୋଲିଲା ନାହିଁ । ସରକାର ତୁରନ୍ତ ମଣ୍ଡି ଖୋଲିବା ସହିତ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ପ୍ରତିହାର କରିବା ଦାବି କରି ବିକ୍ଷୋଭ କରିଛନ୍ତି ଚାଷୀ । ସେହିପରି ସରକାର କେବେ ଚାଷୀଙ୍କ ଧାନ କିଣିବେ ଓ ଅବ୍ୟବସ୍ଥାରେ ସୁଧାର ଆଣିବେ ତାକୁ ନେଇ ପ୍ରଶ୍ନ ମଧ୍ୟ ଚାଷୀ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ଚାଷୀଙ୍କ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.