ETV Bharat / state

ମଣ୍ଡି ସମସ୍ୟା: ଧାନବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

author img

By

Published : Feb 12, 2020, 6:59 PM IST

ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରି ପାଇଁ ଶେଷରେ ରାଜରାସ୍ତାରେ ଶହ ଶହ ଚାଷୀଙ୍କ ଆନ୍ଦୋଳନ । ହେଲେ ନା ଶୁଣୁଛି ପ୍ରଶାସନ ନା ସ୍ଥାନୀୟ ନେତା-ମନ୍ତ୍ରୀ । ବରଗଡ ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବୀ ଧାନ ବିକ୍ରି । ଅଧିକ ପଢନ୍ତୁ...

AA
ଧାନବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

ବରଗଡ: ଧାନ ବିକ୍ରିରେ ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥା ଯୋଗୁଁ ଚଳିତ ବର୍ଷ ଚାଷୀର ମନୋବଳ ଭାଙ୍ଗିବା ସହିତ ଆର୍ଥିକ ମେରୁଦଣ୍ଡ ମଧ୍ୟ ଭାଙ୍ଗିଯାଇଛି । ରବି ଫସଲ ଆରମ୍ଭ ହୋଇଯାଇଥିବା ବେଳେ ବରଗଡରେ ଗତ ଖରିଫ ଫସଲର ଧାନ ବିକ୍ରି କରିପାରି ନାହାଁନ୍ତି ଚାଷୀ । ଫଳରେ ବୁଧବାର ହଜାର ହଜାର ଧାନ ବସ୍ତା ରାସ୍ତାରେ ରଖି ଚାଷୀମାନେ ଆନ୍ଦୋଳନ କରିଛନ୍ତି ।

ଧାନବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଦ ବ୍ଲକର ବହୁ ଗ୍ରାମର ଶତାଧିକ ଚାଷୀ ଧାନ ବିକ୍ରି କରି ନପାରି ଟୋକନର ଅପେକ୍ଷାରେ ରହିଥିଲେ । ମାତ୍ର ମଣ୍ଡି ବନ୍ଦ ହୋଇଗଲା ପଛେ ଟୋକନ ପହଞ୍ଚିଲା ନାହିଁ । ଫଳରେ ଡଭା ମାର୍କେଟ ୱାର୍ଡର ୧୯୧ ଜଣ ଚାଷୀଙ୍କ ୫୦୦୦ ବସ୍ତା ଧାନ ବିକ୍ରି ନହୋଇ ଖୋଲା ଆକାଶ ତଳେ ପଡିରହିଛି ।

ଶେଷରେ ବୁଧବାର ଚାଷୀ ସଂଗଠନ ପକ୍ଷରୁ ସମସ୍ତ ଧାନ ଗୁଡିକୁ ରାସ୍ତା ଉପରେ ପକାଯାଇ ଆନ୍ଦୋଳନ ଆରମ୍ଭ ହୋଇଛି । ଯେ ପର୍ଯ୍ୟନ୍ତ ଧାନ ବିକ୍ରି କରାନଯାଉଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ତେବେ ଏହି ଆନ୍ଦୋଳନ ଯୋଗୁଁ ଝାରବନ୍ଧ-ଡଭା, ଝାରବନ୍ଧ-ଛତିଶଗଡ଼ ଏବଂ ଝାରବନ୍ଧ-ନୂଆପଡା ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.