ETV Bharat / state

ବୋଲଗଡ଼ରେ ଚାଷୀ ମେଳି

ସୁନାର ଫସଲ ଉଜୁଡି ଯାଇଛି । ବିଲ ଭିତରେ ବର୍ଷକର ଅମଳ ଗଜା ହୋଇ ଉଜୁଡି ଯାଇଛି । ଚାଷୀଙ୍କର ବିଭିନ୍ନ ସମସ୍ୟାନେଇ ଆଜି ବୋଲଗଡ଼ରେ ହୋଇଛି ଚାଷୀ ମେଳି । ଅଧିକ ପଢନ୍ତୁ

author img

By

Published : Nov 20, 2021, 10:25 PM IST

Farmers meet in Bolgarh of khordha
ବୋଲଗଡ଼ରେ ଚାଷୀ ମେଳି

ଖୋର୍ଦ୍ଧା: ଚାଷୀର ପିଛା ଛାଡ଼ୁନି ସମସ୍ୟା । କେତେବେଳେ ଚକଡ଼ା ପୋକ ତ ଆଉ କେତେବେଳେ ଲଘୁଚାପଜନିତ ଲଗାଣ ବର୍ଷା । ଏହାରି ଭିତରେ ସୁନାର ଫସଲ ଉଜୁଡି ଯାଇଛି । ବିଲ ଭିତରେ ବର୍ଷକର ଅମଳ ଗଜା ହୋଇ ଉଜୁଡି ଯାଇଛି । ସେହିଭଳି ଚାଷୀଙ୍କର ବିଭିନ୍ନ ସମସ୍ୟାନେଇ ଆଜି ବୋଲଗଡ଼ରେ ହୋଇଛି ଚାଷୀ ମେଳି ।

ବୋଲଗଡ଼ରେ ଚାଷୀ ମେଳି

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୋଲଗଡ଼ ନନ୍ଦିଘୋଷ ଭବନରେ ଚାଷୀ ମେଳି କରାଯାଇ ଲଗାଣ ବର୍ଷାଜନିତ କ୍ଷୟକ୍ଷତି ଭରଣା, କାଳିଆ ଯୋଜନାରେ ସମସ୍ତ ଚାଷୀଙ୍କୁ ସହାୟତା,ଚାଷୀଙ୍କ ପାଇଁ ସପ୍ତାହରେ ଗୋଟିଏ ଦିନ ଅଭିଯୋଗ ଶୁଣାଣି ଭଳି ଦଶ ଦଫା ସମ୍ବଳିତ ଦାବିପତ୍ର ବୋଲଗଡ଼ ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି ।

ଏହି ଦାବି ଗୁଡିକୁ ତୁରନ୍ତ ପ୍ରଦାନ କରାନଗଲେ ଆଗମିଦିନରେ ନବନିର୍ମାଣ କୃଷକ ସଙ୍ଗଠନ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ରାଜରାସ୍ତାରେ ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ସୁରେଶ ମାନସିଂହ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.