ଖୋର୍ଦ୍ଧା: ଚାଷୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ବୋଲଗଡ଼ ବ୍ଲକ ଘେରାଉ କରିଛନ୍ତି ନବନିର୍ମାଣ କୃଷକ ସଂଗଠନ । ପ୍ରଥମେ ଏକ ବିରାଟ ସମାବେଶରେ ବାହିରୁ ବ୍ଲକ ଘେରାଉ କରିଛନ୍ତି ଖୋର୍ଦ୍ଧା ଚାଷୀ ।
ବୋଲଗଡ଼ ବ୍ଲକ ଅଞ୍ଚଳର ସମସ୍ତ ଚାଷ ଜମିକୁ ଜଳ ସେଚନ, ଧାନ ମଣ୍ଡିରେ କଟନି ଛଟନି ବନ୍ଦ , ବ୍ଳକରେ ଗୋଟିଏ ଶୀତଳ ଭଣ୍ଡାର ନିର୍ମାଣ , ବ୍ଲକ କାର୍ଯ୍ୟାଳୟରେ ମାସକୁ ଗୋଟିଏ ଦିନ ଚାଷୀମାନଙ୍କର ଅଭିଯୋଗ ଶୁଣାଣି ପାଇଁ ଦିନ ଧାର୍ଯ୍ୟ, କାଳିଆ ଓ ପିଏମ କିସାନ ଯୋଜନାରେ ସହାୟତା ପାଇନଥିବା ଚାଷୀମାନଙ୍କୁ ସହାୟତା ଦିଆଯିବାକୁ ଦାବି କରିଛି କୃଷକ ସଙ୍ଗଠନ । ଏହା ସହିତ ତହସିଲ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ବ୍ଲକ ଘେରାଉ କରିଛନ୍ତି ।
ଦାବି ପୂରଣ କରିବାକୁ ୧୨ଦଫା ଦାବିର ଏକ ଲିଖିତ ଦାବି ପତ୍ର ବୋଲଗଡ଼ ବିଡିଓଙ୍କୁ ଚାଷୀ ନେତା ମାନେ ପ୍ରଦାନ କରିଛନ୍ତି । ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଜିଲ୍ଲା ସଂଯୋଜକ ସୁରେଶ ଚନ୍ଦ୍ର ମନସିଂହ ବ୍ଲକ ସଂଯୋଜକ ଜୟନ୍ତ ତ୍ରିପାଠୀ ପ୍ରମୁଖଙ୍କ ନେତୃତ୍ବରେ ସଂଗଠନର କେତକ କର୍ମକର୍ତ୍ତା ଓ ଶତାଧିକ ଚାଷୀମାନେ ଏହି ସମାବେଶରେ ଯୋଗଦେଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ