ETV Bharat / state

ଟାର୍ଗେଟ ଦାବିରେ ପାକ୍ସ ସମ୍ମୁଖରେ ଧାରଣା ଦେଲେ ଚାଷୀ - ଟାର୍ଗେଟ ଦାବିରେ ଧାରଣାରେ ଚାଷୀ

ଟୋକନ ମିଆଦ ଶେଷ ହେବା ପୂର୍ବରୁ ତୁରନ୍ତ ଟାର୍ଗେଟ ଆସିବା ଦାବିରେ ଆଜି ଧାନ କ୍ରୟ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଛନ୍ତି ଚାଷୀ । ଅଧିକ ପଢନ୍ତୁ

farmer protest
farmer protest
author img

By

Published : Feb 20, 2023, 8:11 PM IST

ଖୋର୍ଦ୍ଧା: ଟାର୍ଗେଟ ଦାବିରେ ଧାରଣାରେ ଚାଷୀ । ଧାନ କ୍ରୟ କେନ୍ଦ୍ର (ପାକ୍ସ) ରେ ଟୋକନ କ୍ରମାଙ୍କ ଅନୁଯାୟୀ ଧାନ କିଣା ଯାଉଛି। ମାତ୍ର ଅନେକ ଚାଷୀଙ୍କର ଟୋକନ ମିଆଦ ଶେଷ ହେବାକୁ ଆଉ ଅଳ୍ପ କିଛି ଦିନ ରହିଥିବା ନେଇ ବୋଲଗଡ଼ ବ୍ଲକ ଶ୍ରୀଚନ୍ଦନପୁ୍ର ପାଟଣା ସେବା ସମବାୟ ସମିତି ଲିଃ (ପାକ୍ସ) ର ପଞ୍ଜିକୃତ ଚାଷୀ ମାନେ କହୁଛନ୍ତି। ଏନେଇ ଟୋକନ ମିଆଦି ଶେଷ ହେବା ପୂର୍ବରୁ ତୁରନ୍ତ ଟାର୍ଗେଟ ଆସିବା ଦାବିରେ ଆଜି ଧାନ କ୍ରୟ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଛନ୍ତି ଚାଷୀ । ଯଦି ଆଜି ଟାର୍ଗେଟ ନ ଆସିବ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚାଷୀ ମାନଙ୍କ ସହିତ ପାକ୍ସର ପରିଚାଳନା ପରିଷଦ ସଭାପତି ପ୍ରକାଶ ଚନ୍ଦ୍ର ରାଉତରାୟ ଚେତାବନୀ ଦେଇଛନ୍ତି। ସେହିପରି ଅନ୍ୟପଟେ ଟାର୍ଗେଟ ଦେବା ପାଇଁ ଖୋର୍ଦ୍ଧା ସିଏସଓଙ୍କୁ ସାକ୍ଷାତ କରି ସଭାପତି ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରୁ ନାହିଁ ।

ତେବେ ସୂଚନା ଅନୁଯାୟୀ, ଶ୍ରୀଚନ୍ଦନପୁର ସମବାୟ ସମିତିର ଧାନ ମଣ୍ଡିରେ ଧାନ ବିକ୍ରୟ ପାଇଁ ପଞ୍ଜିକୃତ କରିଥିବା ଚାଷୀ ମାନଙ୍କ ମଧ୍ୟରୁ 147 ଜଣ ଚାଷୀଙ୍କ ପାଇଁ ଆବଶ୍ୟକତା 4 ହଜାର 33 କ୍ୟୁଣ୍ଟାଲର ଟାର୍ଗେଟ ଦରକାର । ଏମାନଙ୍କ ମଧ୍ୟରେ ଗତ ଜାନୁଆରୀ ମାସ 24 ତାରିଖରେ 14ଜଣ ଚାଷୀଙ୍କର 6ଶହ 74 କ୍ୟୁଣ୍ଟାଲ ,26 ତାରିଖ ର 37ଜଣ ଚାଷୀ ଙ୍କ ର 1163 କ୍ୟୁଣ୍ଟାଲ, 31 ତାରିଖ ର 52ଜଣ ଚାଷୀଙ୍କ ପାଇଁ 1163 କ୍ୟୁଣ୍ଟାଲ , ଫେବୃଆରୀ 2 ତାରିଖର 42ଜଣଙ୍କ ପାଇଁ ଏକ ହଜାର କ୍ୟୁଣ୍ଟାଲ , 7ତାରିଖ ର ଜଣେ ଚାଷୀଙ୍କ ପାଇଁ 8 କ୍ୟୁଣ୍ଟାଲ ଏବଂ 16 ତାରିଖ ର ଜଣେ ଚାଷୀଙ୍କ ପାଇଁ 25 କ୍ୟୁଣ୍ଟାଲ ଧାନ ଏହି ପାକ୍ସ ର ମଣ୍ଡି ରେ ଧାନ କ୍ରୟ କରାଯିବ ବୋଲି ଟୋକନ ମେସେଜ ଆସିଥିଲା ।

କିନ୍ତୁ ସୂଚନା ଯୋଗ୍ୟ ଯେ ମେସେଜ ଆସିଥିବା ଧାର୍ଯ୍ୟ ତାରିଖ ଠାରୁ ସମ୍ପୃକ୍ତ ଚାଷୀ ମାନଙ୍କ ର ଟୋକନ ଅବଧି ଏକ ମାସ ରହିଛି । ହେଲେ ଟୋକନ ଅବଧି ଆରମ୍ଭ ହୋଇଥିବା ବିଗତ ଜାନୁଆରୀ 24ତାରିଖ ଠାରୁ ଚାଷୀ ମାନେ ଟାର୍ଗେଟ ନ ଆସିବାରୁ ଧାନ ମଣ୍ଡି ରେ ବିକ୍ରି କରିପାରୁ ନାହାନ୍ତି । ଏଥି ନେଇ 24ତାରିଖ ର ଟୋକନ ର ଲାପ୍ସ ଅବଧି ଆଉ ମାତ୍ର ଦୁଇ ଦିନ ରହିଥିବା ବେଳେ ଅନ୍ୟ ମାନଙ୍କର ଯଥା କ୍ରମେ 4ଦିନ ,8 ଦିନ 11 ଦିନ ଓ 12 ଦିନ ରହିଥିବା ଅଭିଯୋଗ କରିଛନ୍ତି ଚାଷୀ । ଏଥି ପାଇଁ ଟୋକନ ଲାପ୍ସ ହେବାର ଭୟ ଚାଷୀଙ୍କୁ ଘାରିଲାଣି । ଏପରି ଚାଷୀଙ୍କ ଟୋକାନ ଅବଧି ଲାପ୍ସ ହେବା ର ସମୟ ସ୍ୱଳ୍ପ ଦିନ ଥିବାବେଳେ ଟାର୍ଗେଟ ନାହିଁ କହି ଧାନ କିଣା ହେଉ ନାହିଁ । ସେହିପରି ଏ ସମ୍ପର୍କରେ ଖୋର୍ଦ୍ଧା ସିଏସଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଏନେଇ ଚାଷୀ ମୀନକେତନ ଶତପଥୀ କହିଛନ୍ତି, ମଣ୍ଡିରେ ଧାନ ଦେବା ପାଇଁ ରେଜିଷ୍ଟ୍ରେସନ କରିଥଲୁ ଏନେଇ ଧାନ ବିକ୍ରି ପାଇଁ ମେସେଜ ମଧ୍ୟ ଆସିଛି । ହେଲେ ଆଜି ପର୍ଯ୍ୟନ୍ତ ଧାନ ଦେଇ ପାରୁନୁ । ଧାନ ବିକ୍ରି ପାଇଁ ଏଠାକୁ ଆସିଲେ କୌଣସି ଟାର୍ଗେଟ ଆସି ନାହିଁ ବୋଲି କହୁଛନ୍ତି ଏନେଇ ଟୋକନ ମଧ୍ୟ ଦେଉ ନାହାନ୍ତି। ତେବେ ଆଜି ସୁଦ୍ଧା ଟାର୍ଗେଟ ନ ଆସେ ତେବେ ରାସ୍ତା ଅବରୋଧ କରି ଧାନ ଏଠାରେ ଗଦାଇବା ସହିତ ଖୋର୍ଦ୍ଧା ଅଫିସ ଘେରାଉ କରି ନିଜର ଦାବି ପୂରଣ କରିବୁ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.