ETV Bharat / state

ବାତ୍ୟାର 12 ଦିନ ପରେ ବି ଅସଜଡା ‘ଅଟ୍ରି’

ବାତ୍ୟା ଫନିକୁ 12ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପର୍ଯ୍ୟଟନ ସ୍ଥଳୀ ଅଟ୍ରିର ଉଷ୍ଣ ପ୍ରସବଣକୁ ପାନୀୟ ଜଳର ସୁବିଧା ହୋଇପାରିନଥିବା ବେଳେ ବିଦ୍ୟୁତ ବ୍ୟବସ୍ଥାରେ ସୁଧାର ଆସିପାରିନାହିଁ ।

author img

By

Published : May 15, 2019, 7:37 PM IST

ଭି଼ଡିଓ ସୌଜନ୍ୟ: ପ୍ରତିନିଧି ଖୋର୍ଧା

ଖୋର୍ଦ୍ଧା: ପ୍ରଲୟଙ୍କାରୀ ବାତ୍ୟା ଫନି ରାଜ୍ୟରେ ସବୁକିଛି ଛାରଖାର କରିଦେଇଥିବା ବେଳେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଉଷ୍ଣପ୍ରସବଣର ଭୌଗୋଳିକ ମାନଚିତ୍ର ବିଗାଡି ଦେଇଛି ।

ଭି଼ଡିଓ ସୌଜନ୍ୟ: ପ୍ରତିନିଧି ଖୋର୍ଧା

ବାତ୍ୟା ଫନିକୁ 12ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ପର୍ଯ୍ୟଟନ ସ୍ଥଳୀକୁ ପାନୀୟ ଜଳର ସୁବିଧା ହୋଇପାରିନଥିବା ବେଳେ ବିଦ୍ୟୁତ ବ୍ୟବସ୍ଥାରେ ସୁଧାର ଆସିପାରିନଥିବା ପୂଜକ ହଟନାଥ ମହାପାତ୍ର କହିଛନ୍ତି । ସେହିପରି ବାତ୍ୟାରେ ଉପୁଡି ପଡିଥିବା ଗଛ ମଧ୍ୟ ସେମିତି ପାନ୍ଥଶାଳା ଉପରେ ପଡିରହିଛି । ଛୋଟ ପିଲାଙ୍କ ପାଇଁ ନିର୍ମାଣ ହୋଇଥିବା ଖେଳ ଉପକରଣ ସବୁ ଗଛ ତଳେ ଚାପି ହୋଇ ରହିଛି ।

ବାତ୍ୟା ପରଠାରୁ ଅଟ୍ରି ଉଷ୍ଣପ୍ରସବଣକୁ ଜଣେ ବି ପର୍ଯ୍ୟଟକ ଆସିନାହାନ୍ତି । ଫଳରେ ଏହି ପର୍ଯ୍ୟଟନ ସ୍ଥଳୀ ଉପରେ ନିର୍ଭର କରି ନିଜ ଗୁଜୁରାଣ ମେଣ୍ଟାଉଥିବା ପୂଜକ ଓ ଖୁଦ୍ର ବ୍ୟବସାୟୀ ମାନେ ଚିନ୍ତାରେ ପଡିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ଈଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.