ETV Bharat / state

କ୍ୟାପିଟାଲ ହସପିଟାଲରେ ଭୁଲ ଇଞ୍ଜେକସନ ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ - ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ

ଡାକ୍ତରଙ୍କ ଅବହେଳାରୁ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ମୃତ୍ୟୁ ଅଭିଯୋଗ । ଥାନାରେ ଏତଲା ଦେଲେ ପରିବାର ଲୋକେ । ଅଧିକ ପଢନ୍ତୁ

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ
ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ
author img

By

Published : Jul 29, 2022, 4:33 PM IST

Updated : Jul 29, 2022, 4:51 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଭୁଲ ଇଞ୍ଜେକସନ ଯୋଗୁଁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତକ ଜଣକ ହେଉଛନ୍ତି 51 ବର୍ଷୀୟ ଧଉଳି କୁମାରଡିହ ଗାଁର ସୁଶାସନ ସାହୁ । ମୃତକଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆଜି ସକାଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ଇଞ୍ଜେକ୍ସନ ଦେଇଥିଲେ ।

ହେଲେ ଇଞ୍ଜେକ୍ସନ ନେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପରିବାର ଲୋକେ ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ସେପଟେ ରୋଗୀ ମୃତ୍ୟୁ ଘଟଣାର ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଏଲଡି ସାହୁ । ସେ କହିଛନ୍ତି, "ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିଲେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ପୋଲିସକୁ ମଧ୍ୟ ତଦନ୍ତରେ ସାହାଯ୍ୟ କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 29, 2022, 4:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.