ETV Bharat / state

ଚାକିରି ନାଁରେ ଠକେଇ, 20 ଲକ୍ଷର ଚୂନମାରି ଠକ ଫେରାର

author img

By

Published : Sep 11, 2022, 7:41 AM IST

ଚାକିରି ଦେବା ନାଁରେ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ (Fake job scam) । ଘଟଣାକୁ ନେଇ ଠକେଇର ଶିକାର ହୋଇଥିବା ଲୋକେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢ଼ନ୍ତୁ

face job scam in begunia khordha
ଚାକିରି ନାଁରେ ଠକେଇ, 20 ଲକ୍ଷର ଚୂନମାରି ଠକ ଫେରାର

ଖୋର୍ଦ୍ଧା: ଚାକିରି ଆଳରେ ଠକେଇ । ମିଛ ପ୍ରଲୋଭନରେ ପଡି ଠକାମିର ଶିକାର ହୋଇଛନ୍ତି ଯୁବପିଢି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ନିକଟରେ ଏକ ଠକ ସଂସ୍ଥା ଖୋଲି ଛାତ୍ରଛାତ୍ରୀ, ଗାଡି ମାଲିକ ,ଘର ମାଲିକଙ୍କ ସହ କିଛି ସ୍ଥାନୀୟ ଲୋକଙ୍କୁ ପ୍ରାୟ 20ଲକ୍ଷ ଟଙ୍କା ଚୂନ ଲଗାଇ ଫେରାର ହୋଇଥିବା ଅଭିଯୋଗ ହୋଇଛି (Fake job scam) ।

ଚାକିରି ନାଁରେ ଠକେଇ

ସୂଚନା ଅନୁଯାୟୀ, ସମ୍ବଲପୁର ଅଞ୍ଚଳର ଗୁରୁଦେବ ସେଠ ନାମକ ଜଣେ ବ୍ୟକ୍ତି ବେଗୁନିଆ ଥାନା ନିକଟରେ ଉଜୋର୍ଗା ଆଗ୍ରଟେକ ନାମରେ ଏକ ସଂସ୍ଥା ଖୋଲି ଏଥିରେ ବୋଲଗଡ଼ ଅଞ୍ଚଳରେ ଥିବା ବିଭିନ୍ନ କମ୍ପୁଟର ଇନଷ୍ଟିଚ୍ୟୁଟର ମାଲିକଙ୍କୁ ହାତକରି ସେଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଚାକିରି ଲୋଭ ଦେଖାଇଥିଲେ ଏବଂ ସେମାନଙ୍କ ଠାରୁ 15ଶହରୁ 3 ହଜାର ପର୍ଯ୍ୟନ୍ତ ଟଙ୍କା ନେଇଥିଲେ । ସେହିଭଳି କମ୍ପାନୀ ପାଇଁ ଭଡା ସୂତ୍ରରେ ଗାଡି ଆବଶ୍ୟକ ବୋଲି ପ୍ରଚାର କରି ଗାଡି ମାଲିକଙ୍କ ଠାରୁ ଅଗ୍ରୀମ ଏଗ୍ରିମେଣ୍ଟ କରି ଦଶ ହଜାର ସାତ ଶହ ପଚାଶ ଟଙ୍କା ନେଇଥିଲେ । ସ୍ଥାନୀୟ ଅଞ୍ଚଳରେ କିଛି ଲୋକଙ୍କୁ ଚାକିରି ଯୋଗାଇଦେବାକୁ କହି ମୋଟା ଅଙ୍କର ଟଙ୍କା ନେଇ ଛୁ ମାରିଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ସେହିପରି ଏହି ଠକ ଗୁରୁଦେବ ସେଠ ସ୍ଥାନୀୟ ଭାରତ ଇଲୋଟ୍ରୋନିକ୍ସ ଓ ଫନିଚର ସଂସ୍ଥାରୁ ଚେକ ଦେଇ ପ୍ରାୟ 80 ହଜାର ଟଙ୍କା ଠକି ନେଇଥିବା ଜଣାପଡିଛି । କେବଳ ସେତିକି ନୁହେଁ ଠକ ଜଣକ ବିଭିନ୍ନ ଲୋକଙ୍କୁ ପ୍ରାପ୍ୟ ବାବଦରେ ପ୍ରଦାନ କରିଥିବା ଚେକ ବାଉନ୍ସ ହୋଇଛି।

ଏହା ମଧ୍ୟ ପଢ଼ନ୍ତୁ: ଭାଇ ନାଁରେ ଜମି ହଡପ ଅଭିଯୋଗ ଆଣିଲା ଭଉଣୀ

ଏନେଇ ଅଭିଯୋଗକାରୀ କହିଛନ୍ତି, " କିଛି ପିଲାଙ୍କୁ ନେଇ କାମ କରିବାକୁ ଘର ଭଡ଼ା ନେଇଥିଲେ । ଏଥିପାଇଁ ସେ ଏକ ଏଗ୍ରିମେଣ୍ଟ କରିବା ସହ ଚେକ ମଧ୍ୟ ଦେଇଥିଲେ । ପରବର୍ତ୍ତୀ ସମୟରେ ତାହା ବାଉନ୍ସ ହୋଇଥିଲା। ବର୍ତ୍ତମାନେ ଉକ୍ତ ବ୍ୟକ୍ତି ଜଣକ ଫେରାର ଅଛନ୍ତି ।" ପୋଲିସ ଏ ଦିଗରେ ତୁରନ୍ତ ତଦନ୍ତ କରି ଦୋଷୀକୁ ଧରିବାକୁ ଦାବି ହୋଇଛି । ତେବେ ଏହି ଠକ ଗୁରୁଦେବ ସେଠ ପୂର୍ବରୁ ମଧ୍ୟ ସମ୍ବଲପୁର ଅଞ୍ଚଳରେ ଚାକିରି ଦେବାକୁ କହି ନିରୀହ ଛାତ୍ରଛାତ୍ରୀଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଥାନା ସମ୍ମୁଖରେ ଏଭଳି ସଂସ୍ଥା ଦୁଇମାସ ଧରି ଚାଲିବା ଏବଂ ଲୋକଙ୍କୁ ଚୂନ ଲଗାଇ ଫେରାର ହୋଇଯିବା ତାହା ସାଧାରଣରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.