ETV Bharat / state

ମୁମ୍ବାଇ ଓ ବେଙ୍ଗାଲୁରୁରୁ ଫେରିଲେ ଓଡିଆ ପ୍ରବାସୀ - ଖୋର୍ଦ୍ଧା ରେଲୱେ ଷ୍ଟେସନ

ମୁମ୍ବାଇ, ବାଙ୍ଗାଲୁରରୁ ଫେରିଲେ ଓଡିଆ ପ୍ରବାସୀ । ସେମାନଙ୍କର ଥର୍ମାଲ ସ୍କ୍ରିନିଂ, ପଞ୍ଜୀକରଣ, ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପରେ ଡାହାଣ ହାତରେ ଷ୍ଟାମ୍ପ୍ ମରାଯାଇ ସ୍ବତନ୍ତ୍ର ବସ ଯୋଗେ ନିଜ ଜିଲ୍ଲାକୁ ପଠାଯାଇଛି ।

Khurdha railway station
ଖୋର୍ଦ୍ଧାରେ ପ୍ରବାସୀ ଓଡିଆ
author img

By

Published : May 25, 2020, 4:17 PM IST

ଖୋର୍ଦ୍ଧା: ମୁମ୍ବାଇ ଓ ବେଙ୍ଗାଲୁରରୁ ଫେରିଲେ ପ୍ରବାସୀ ଓଡିଆ । ମୁମ୍ବାଇ ସହରର ବୋରିବଲିରୁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ସୋମବାର ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ପହଁଚିଛି । ଟ୍ରେନରେ 6ଟି ଜିଲାର ମୋଟ 122 ଜଣ ପ୍ରବାସୀ ଓଡିଆ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ବଲାଙ୍ଗୀର 2, ବୌଦ୍ଧ 1, ଖୋର୍ଦ୍ଧା 57, ନୟାଗଡ 23, ପୁରୀ 38 ଏବଂ ସମ୍ବଲପୁରରୁ ଜଣେ ପ୍ରବାସୀ ଓଡିଆ ଅଛନ୍ତି । ସେହିପରି ଅନ୍ୟ ଏକ ଟ୍ରେନ ବାଙ୍ଗାଲୋରରୁ 18ଟି ଜିଲ୍ଲାରୁ ମୋଟ 1109 ଜଣ ପ୍ରବାସୀ ଟ୍ରେନ ଯୋଗେ ପହଞ୍ଚିଛନ୍ତି ।

ଖୋର୍ଦ୍ଧାରେ ପ୍ରବାସୀ ଓଡିଆ

ଏମାନଙ୍କ ମଧ୍ୟରୁ ବରଗଡ଼ 46, ବଲାଙ୍ଗୀର 479, ବୌଦ୍ଧ 5, ଗଜପତି 17, ଗଞ୍ଜାମ 113, କଳାହାଣ୍ଡି 39, କନ୍ଧମାଳ 14, ଖୋର୍ଦ୍ଧା 97, କୋରାପୁଟ 2, ମାଲକାନଗିରି 2, ନବରଙ୍ଗପୁର 30, ନୟାଗଡ 64, ନୂଆପଡା 121, ପୁରୀ 68, ରାୟଗଡା 5, ସମ୍ବଲପୁର 2 ଏବଂ ସୁବର୍ଣ୍ଣପୁରରୁ 2ଜଣ ପ୍ରବାସୀ ଓଡିଆ ଫେରିଛନ୍ତି । ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଶାସନର ଅଧିକରୀ ମାନେ ସ୍ବାଗତ କରିବା ସହ ସେମାନଙ୍କର ଥର୍ମାଲ ସ୍କ୍ରିନିଂ, ପଞ୍ଜୀକରଣ ,ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କ ଡାହାଣ ହାତରେ ଷ୍ଟାମ୍ପ୍ ମାରି ସ୍ବତନ୍ତ୍ର ବସ ଯୋଗେ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.