ETV Bharat / state

ହୋଟେଲ ଆଢୁଆଳରେ ଚୋରା ମଦ ବିକ୍ରି, ରାଜଧାନୀରେ ଅବକାରୀ ଟିମର ଛାନଭିନ୍

author img

By

Published : Apr 27, 2023, 12:34 PM IST

ହୋଟେଲ ଆଢୁଆଳରେ ଚୋରା ମଦ ବିକ୍ରି । ରାଜଧାନୀରେ ଅବକାରୀ ଟିମର ଛାନଭିନ୍ କରି ୭ଜଣଙ୍କୁ ଗିରଫ କରିଥିବା ବେଳେ ଚୋରା ମଦ ଜବତ କରାଯାଇଛି । ଅଧିକ ପଢନ୍ତୁ

ରାଜଧାନୀରେ ଅବକାରୀ ଟିମର ଛାନଭିନ୍
ରାଜଧାନୀରେ ଅବକାରୀ ଟିମର ଛାନଭିନ୍

ଭୁବନେଶ୍ବର: ଅପରାଧିକ ମାମଲାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ନୂଆ ନୂଆ ପନ୍ଥା ଆପଣାଯାଉଥିବା ବେଳେ ପୋଲିସ ସହ ତାଳ ଦେଇ ଚାଲାକ ହେଉଛନ୍ତି ଅପରାଧିକ ବ୍ୟବସାୟୀ କିମ୍ବା ଅଭିଯୁକ୍ତ । ରାଜଧାନୀରେ ହୋଟେଲ, ରେସ୍ତୋରାଁ ଭିତରେ ଚୋରା ମଦ ବିକ୍ରି କରି ମାଲେମାଲ ବ୍ୟବସାୟୀ । ଫାଷ୍ଟଫୁଡ ଠୁ ଆରମ୍ଭ କରି ଚାଳିଆ ହୋଟେଲ ଜମୁଛି ବେପାର । ଛୋଟ ଛୋଟ ହୋଟେଲ ଓ ଫାଷ୍ଟଫୁଡ ଦୋକାନ ଏବେ ନିଜ ବ୍ୟବସାୟ ଆଳରେ ବିକ୍ରି କରୁଛନ୍ତି ଚୋରା ମଦ । ଏହାର ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଚୋରା ମଦ ଜବତ କରାଯିବା ସହ ୭ଜଣଙ୍କୁ ଗିରଫ କରାଯାଇଛି ।

୫୦ ବୋତଲ ବିଦେଶୀ ମଦ ସହ ୫୦ଲିଟର ଦେଶୀ ମଦ, ୧୨ଟି ବିୟର ସହ ୨୫ଟି ଆସ୍କା ୪୦ବତଲ ଜବତ କରାଯାଇଥିବା ଭୁବନେଶ୍ବର ଅବକାରୀ ଟିମ୍ କଳ୍ପନା ଛକ ସ୍ଥିତ କାର୍ଯାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅବକାରୀ ଇନସ୍ପେକ୍ଟର ସୁଚନା ଦେଇ କହିଛନ୍ତି," ବରମୁଣ୍ଡା ଓ ଭରତପୁର ତମାଣ୍ଡୋ ଅଞ୍ଚଳର ବିଭିନ୍ନ ରାସ୍ତା କଡ ହୋଟେଲରେ ଏପରି କାରବାରର ଖବର ପାଇ ଛାନଭିନ କରିଥିଲୁ । ଜୟ ଜଗନ୍ନାଥ ହୋଟେଲ ଆଣ୍ଡ ରେସ୍ତୋରାଁରୁ ଖିରୋଦ କୁମାର ସାମଲ ଏବଂ ସାହୁ ହୋଟେଲ ଆଣ୍ଡ ଫାଷ୍ଟଫୁଡ ଦୋକାନରୁ ଗୋକୁଳ ସାହୁକୁ ଗିରଫ କରିବା ସହ ସେମାନେ ବେଆଇନ ଭାବେ ମଦ ବିକ୍ରି କରୁଥିବା ମଦ ଜବତ କରିଥିଲୁ । କେବଳ ସେତିକି ନୁହେଁ ଖାରବେଳନଗର ଧିରିକୁଟି ବସ୍ତି ଅଞ୍ଚଳରେ ମଧ୍ୟ ରେଡ କରାଯାଇଥିଲା । ତେବେ ଏପରି ବେଆଇନ ଭାବେ ମଦ ବିକ୍ରି ଉପରେ ନଜର ରହିଛି, ଯିଏ ଏପରି କରିବ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ତେବେ ଏହି ଘଟଣା ପରଠୁ ଏବେ ରାଜଧାନୀରେ ଏବେ ସାମ୍ନାକୁ ଆସିଛି କିପରି ଛୋଟ ଛୋଟ ହୋଟେଲ ଓ ଫାଷ୍ଟଫୁଡ ଦୋକାନରେ ବେଆଇନ ଭାବେ ମଦ ବିକ୍ରି ହେଉଛି । କିଛି ମଦ ବ୍ୟବସାୟୀଙ୍କ ସହ ହାତ ମିଶାଇ କିଛି ଛୋଟ ବେପାରୀ ଏପରି ଚୋରା କାରବାର କରୁଛନ୍ତି । ନିଶାର୍ଦ୍ଧ ରାତି କିମ୍ବା ଅବେଳ ସମୟ ମଦ ଦୋକାନ ବନ୍ଦ ଥିଲେ ଏମାନଙ୍କର ବେପାର ଜମୁଛି । ଏପରିକି ମଦ ଦାମ ଠାରୁ ଚଢା ଦରରେ ବିକ୍ରି କରୁଛନ୍ତି ଫଳରେ ଚୋରା ମଦ ବିକ୍ରି କରି ମାଲେମାଲ ହେଉଛନ୍ତି ।

ମଦ ବିକ୍ରି କେବଳ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ହୋଇପାରିବ, ହେଲେ ସରକାରଙ୍କ ନିର୍ଦ୍ଦିଷ୍ଟ ନିୟମାବଳୀ ରହିଛି । ଲାଇସେନ୍ସ ପ୍ରାପ୍ତ ଦୋକାନରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମାରେ ମଦ ବିକ୍ରି ହେବ ବୋଲି ନିୟମ ରହିଛି । କିଛି ନିଶିଦ୍ଧାଞ୍ଚଳ ରହିଛି ଯେଉଁଠି ମଦ ବିକ୍ରି ହୋଇପାରିବନାହିଁ । ହେଲେ ନିଶାଡିଙ୍କ ଡିମାଣ୍ଡ ଦେଖି ଓ ନିଶା କାରବାରର ଭଲ ମୁନାଫା ପାଇଁ ଏଭଳି କାରବାର କରୁଛନ୍ତି କିଛି ଖାଦ୍ୟ ବ୍ୟବସାୟ କରୁଥିବା ଦୋକାନରେ ଏସବୁ କାରବାର ଚାଲୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.