ଖୋର୍ଦ୍ଧା: ଜିଲ୍ଲାରେ କୋଭିଡର ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବେଠାରୁ ପ୍ରସ୍ତୁତ ହୋଇ ରହିଛି । ଜିଲ୍ଲାର ଜଟଣୀ ଖୁଦୁପୁର ଠାରେ ଥିବା 300 ବେଡ଼ କୋଭିଡ କେୟାସ ସେଣ୍ଟର ପ୍ରସ୍ତୁତ ରହିଛି । ଏଠାରେ ରୋଗୀଙ୍କ ପାଇଁ ଉତ୍ତମ ଚିକିତ୍ସା ସୁବିଧା ସହିତ ଅକ୍ସିଜେନର ମଧ୍ୟ ସୁବିଧା ରହିଛି । ସେହିଭଳି ଆଗାକୁ କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ଜଟଣୀ ଛତାବର ଜାମୁଝରୀ ଠାରେ 500 ବେଡ୍ ପ୍ରସ୍ତୁତ ହୋଇ ରହିଛି ।
ସେପଟେ ଆଗାମି 7 ଦିନ ମଧ୍ୟରେ ବାଲୁଗାଁ ଆଇଏନ୍ଏସ୍ ଚିଲିକା ଠାରେ କାଭିଡ ରୋଗୀଙ୍କ ପାଇଁ 150 ବେଡ ବିଶିଷ୍ଟ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି । ସେହିଭଳି ବାଣପୁର ପାଇଁ ନାଚୁଣୀ କଲେଜରେ 150 ବେଡ୍ ପ୍ରସ୍ତୁତ କରାଯିବ । ବାଳକାଟିରେ 400 ବେଡ୍ ପାଇଁ ପ୍ରସ୍ତୁତି ଚାଲିଛି । ସେହିପରି ସାଧାରଣ ଲୋକଙ୍କୁ ସଚେତନ କରାଯିବା ସହିତ ମାସ୍କ ଚେକିଂ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଥିବାର କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ମହାମାରୀରେ ପ୍ରତିଟି ଜୀବନ ମୁଲ୍ୟବାନ ବୋଲି ଜିଲ୍ଲାପାଳ ସୂଚନା ଦେବା ସହିତ ଏହି କରୋନା ଯୁଦ୍ଧରେ ଯେମିତି ମୂଲ୍ୟବାନ ଜୀବନ ରକ୍ଷା କରାଯାଇ ପାରିବ ତାହା ମୁଖ୍ୟ ଲକ୍ଷ ବୋଲି କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ