ETV Bharat / state

IPS ହେବାର ସ୍ବପ୍ନ ଦେଖି ହୋଇଗଲେ ଠକ, ୧୭ ରାଜ୍ୟରୁ ଠକେଇ କରି EOW ଦ୍ବାରା ଗିରଫ

ଆଇପିଏସ ହେବାର ସ୍ବପ୍ନ ନେଇ ଦିଲ୍ଲୀ ଯାଇଥିଲେ । ସେଠାରେ UPSC ପାଇଁ କୋଚିଂ ମଧ୍ୟ ନେଉଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏକ ବଡ଼ ଠକରେ ପରିଣତ ହୋଇଛନ୍ତି ଜଣେ ଯୁବକ । ପ୍ରାୟ ୧୭ ରାଜ୍ୟରେ ଠକେଇ କରୁଥିବା ବେଳେ ୬କୋଟିରୁ ଊର୍ଦ୍ଧ୍ବ ଟଙ୍କା ଲୁଟିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

author img

By

Published : Feb 18, 2023, 9:22 PM IST

EOW arrests inter state fraudster
EOW arrests inter state fraudster
୧୭ ରାଜ୍ୟରୁ ଠକେଇ କରି EOW ଦ୍ବାରା ଗିରଫ

ଭୁବନେଶ୍ବର: ଚାକିରି ଦେବା ନାଁରେ ବଡ଼ ଠକେଇର ଗୁମର। ଦେଶର ୧୭ ରାଜ୍ୟରୁ ଠକିଥିବା ଠକକୁ ଗିରଫ କଲା ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW)। ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ କରିବା ପରେ ବିହାରର ଯୁବକ ଶେଷରେ ପୋଲିସ ହାତରେ ଧରାପଡିଛନ୍ତି । ପୋଲିସ ଏହି ଠକକୁ ଗିରଫ କରିଛି । ୟୁପିଏସି କୋଚିଂ ନେଉଥିବା ବେଳେ ଧୀରେ ଧୀରେ ଠକେଇ କାର୍ଯ୍ୟରେ ଲିପ୍ତ ହୋଇଥିବା ପୋଲିସ କହିଛି ।

ଏହି ଯୁବକଙ୍କ ନାଁ ହେଉଛି ଧରମପାଲ ସିଂ । ଘର ବିହାରର ଗୋପାଳଗଞ୍ଜ ହାତୁଆ । ଧରମପାଲ MSC ପାଠ ପଢାସାରି ଦିଲ୍ଲୀରେ UPSC ପ୍ରସ୍ତୁତି କରିବାକୁ ଆସିଥିଲା । ପରେ ସେଠି ପଢୁଥିବା ସମୟରେ ଚାକିରି ପାଇଁ ପିଲାଙ୍କ ଆଗ୍ରହ ଦେଖି ହୋଇଗଲେ ଠକ। ଶେଷରେ ଠକେଇର ବାଟ ବାଛି ନେଇ ଚାକିରି ଆଶାୟୀ ଯୁବକଙ୍କୁ ଠକିବାକୁ ଆରମ୍ଭ କଲା ପ୍ଲାନ୍ । ଏନେଇ ସରକାରୀ ଓ୍ବେବସାଇଟ ଭଳି ଗ୍ରାମୀଣ କଲ୍ୟାଣ ରୋଜଗାର ସଂସ୍ଥା ନାଁରେ ଓ୍ବେବସାଇଟ ତିଆରି କରି ଚାକିରି ପାଇଁ ଆଗ୍ରହୀ ଆଶାୟୀମାନଙ୍କୁ ଠକିବାକୁ ଆରମ୍ଭ କରିଥିଲେ।

ସବୁଠାରୁ ଅଧିକ ଠକେଇ କୋଭିଡ଼ ସମୟରେ କରିଥିଲେ । ବେରୋଜଗାରୀ ଓ ଘରେ ବେକାର ଥିବା ଯୁବପିଢୀଙ୍କୁ ନିଜ ଜାଲରେ ଫସାଇଥିଲେ । ଏଥିପାଇଁ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଖବର କାଗଜରେ ଏନେଇ ବିଜ୍ଞାପନ ଦେଉଥିଲେ । ପରେ ଆଶାୟୀମାନେ ଅନଲାଇନରେ ପଞ୍ଜୀକରଣ କରି ଏହା ବାବଦରେ ୩୦୦ରୁ ୪୦୦ ଟଙ୍କା ଦେଉଥିଲେ। ପରେ ସେମାନଙ୍କର ଅନଲାଇନରେ ଟେଷ୍ଟ କରିବା ସହ ଇଣ୍ଟରଭ୍ୟୁ ମଧ୍ୟ କରୁଥିଲା ଏହି ଠକ। ଫଳରେ ଠକେଇ ନେଇ ଯେପରି କେହି ସନ୍ଦେହ ନ ହେବ ସେନେଇ ସରକାରୀ ଫର୍ମାଟରେ ପରୀକ୍ଷା କରିବା ସହ ଏହାର ଫଳାଫଳ ବାହାର କରି ସବୁ ଅନଲାଇନରେ ହିଁ ଅପଡେଟ କରୁଥିଲା ।

ଏହା ବି ପଢନ୍ତୁ- କ୍ରୀଡ଼ାବିତଙ୍କ ନାମରେ କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍‍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଜଣେ ଆଶାୟୀ ପିଛା ୨ହଜାର‌ ପର୍ଯ୍ୟନ୍ତ ଠକେଇ କରି ଆଉ ଧରାଛୁଆ ଦେଉନଥିଲା । ଅନେକ ଆଶାୟୀ ପରୀକ୍ଷା ଓ ଫଳାଫଳ ବାହାରିବାରେ ବିଳମ୍ବ ମଧ୍ୟ ହେଉଥିଲେ । ମାତ୍ର କୌଣସି ଅଭିଯୋଗ କରୁନଥିଲେ। ଫଳରେ ଏହିପରି ଢଙ୍ଗରେ ୧୭ରାଜ୍ୟର ଆଶାୟୀମାନଙ୍କୁ ଠକି ଚାଲିଥିଲା ଏହ ଠକ । ଏହି କ୍ରମରେ ଓଡ଼ିଶାର ଦେଢ଼ ଲକ୍ଷ ପିଲାଙ୍କୁ ଠକେଇ କରିଥିବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧା ଶାଖା ଜାଣିବାକୁ ପାଇଥିଲା । ଏନେଇ ଠକକୁ ବିହାରରୁ ଗିରଫ ପରେ ତାର ଦିଲ୍ଲୀ, ମୁମ୍ବାଇ, ଡେରାଡୁନରେ ଥିବା ଅଫିସ ଥିବା ଜାଣିବାକୁ ପାଇଛି।

ଏହାର କିଛି ଅନ୍ୟ କମ୍ପାନୀରେ ଟଙ୍କା ବିନିଯୋଗ କରିଛି ବୋଲି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ ସୁରାକ ପାଇଛି । ୨୦୨୨ରେ ମହାରାଷ୍ଟ୍ରରେ ସୁମିତ୍ରା ପ୍ରଡକ୍ସନ ନାମରେ ତିଆରି ହୋଇଥିବା ଏକ ମରାଠୀ ଫିଲ୍ଲ ସେକେଣ୍ଡ ମଦର ଫିଲ୍ମରେ ଠକେଇ ଟଙ୍କା ବିନିଯୋଗ ହୋଇଥିବା କ୍ରାଇମ୍ ବ୍ରାଞ୍ଚ ସନ୍ଦେହ କରୁଛି। ଫିଲ୍ମ ସମ୍ପର୍କରେ ମଧ୍ୟ ଖୋଳତାଡ଼ କରୁଛି ଇଓଡବ୍ଲ୍ୟୁ। ଆବଶ୍ୟକ ପଡିଲେ ଫିଲ୍ମରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ପାଇଁ ମଧ୍ୟ ଏହା ମହଙ୍ଗା ପଡିପାରେ । ପ୍ରେସମିଟର ସମୟରେ ସେସବୁ ଦିଗରେ ଧ୍ୟାନ ଦିଆଯାଉଛି ତଦନ୍ତରେ ଆଉ କେଉଁଆଡେ ଟଙ୍କା ବିନିଯୋଗ ହୋଇଛି ସେନେଇ ଖୋଳତାଡ ହେଉଛି ।

ତେବେ ପୂର୍ବରୁ ଚାକିରି ନାଁରେ ଠକେଇର ଆଉ ଏକ ରାକେଟର ଖୁଲାସା କରିଥିଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା । ଗତ ଜାନୁଆରୀ ୧୫ତାରିଖରେ ମଧ୍ୟପ୍ରଦେଶର ଉଜ୍ଜୈନରୁ ଠକ ତଥା ଆଇଟି ଇଞ୍ଜିନିୟର ଅର୍ପିତ ପାଞ୍ଚାଲକୁ ଗିରଫ କରିଥିଲା ଇଓଡବ୍ଲୁ ଟିମ୍ । ଏହାପରେ ଜାଣିବାକୁ ପାଇଥିଲା ଯେ ଦେଶର ୫୦ହଜାର ପିଲାଙ୍କୁ ବିଭିନ୍ନ ସରକାରୀ ଓ୍ବେବସାଇଟ ଜରିଆରେ ଡାକିଥିଲା ଠକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.